ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସରକାରୀ କର୍ମଚାରୀଙ୍କ ପାଇଁ ବଜେଟ୍‌ରେ ବଡ଼ ଘୋଷଣା ...ଏହାର କାରଣ କଣ , ଆସନ୍ତୁ ଜାଣିବା

Published By : Prameya | February 1, 2025 11:14 PM

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଶନିବାର ଉପସ୍ଥାପିତ କରାଯାଇ ଥିବା କେନ୍ଦ୍ରୀୟ ବଜେଟ୍‌ ୨୦୨୫-୨୬ରେ ଅଲଗା ଅଲଗା ସେକ୍ଟର ପାଇଁ ଅନେକ ପ୍ରମୁଖ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ବଜେଟ୍‌ ଆଲଟ୍‌ କରିଛନ୍ତି। ଏହାର କାରଣ କଣ , ଆସନ୍ତୁ ଜାଣିବା। 

କାର୍ମିକ ମନ୍ତ୍ରଣାଳୟକୁ ୩୩୪ କୋଟି ଆଲଟ୍‌ –

ବଜେଟରେ ଦେଶ-ବିଦେଶରେ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରିବା ଓ ଇନଫ୍ରା ଷ୍ଟ୍ରକଚର ସହ ସମ୍ୱନ୍ଧିତ ଜରୁରୀ ଟ୍ରେନିଂ ମାମଲାରେ ଆଗାମୀ ଆର୍ଥିକ ବର୍ଷ ପାଇଁ କାର୍ମିକ ମନ୍ତ୍ରଣାଳୟକୁ ୩୩୪ କୋଟି ଟଙ୍କାରୁ ଅଧିକ ଆବଣ୍ଟିତ କରାଯାଇଛି। ଏହା ବ୍ୟତୀତ ପ୍ରଶାସନିକ ସୁଧାର ପାଇଁ ୧୦୦କୋଟି ଟଙ୍କାର ରାଶି ନିର୍ଦ୍ଧାରିତ କରାଯାଇଛି। ଏହି ପ୍ରାବଧାନ ସରକାରୀ କାର୍ଯ୍ୟାଳୟର ଆଧୁନିକୀକରଣ , ପ୍ରଶାସନିକ ସୁଧାର ସହ ଜଡ଼ିତ ପାଇଲଟ ପ୍ରକଳ୍ପ ଗୁଡ଼ିକ ପାଇଁ ରହିଛି, ଯେଉଁଥିରେ ଇ-ଗଭର୍ଣ୍ଣାନ୍ସ ,ସୁଶାସନକୁ ପ୍ରାଧ୍ୟାନ୍ୟ ଦେବା ଓ ଜନ ଅଭିଯୋଗ ଆଦିର ନିବାରଣ ପାଇଁ ବ୍ୟାପକ ପ୍ରଣାଳୀ ସାମିଲ ରହିଛି।

କେଉଁ ବିଭାଗ ପାଇଁ କେତେ ବଜେଟ୍‌-  

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୋଟ ୩୩୪.୪୫କୋଟି ଟଙ୍କାର ଆବଣ୍ଟନ ମଧ୍ୟରୁ ୧୦୫.୯୯ କୋଟି ଟଙ୍କା ପ୍ରଶିକ୍ଷଣ ପ୍ରଭାଗ , ସଚ୍ଚିବାଳୟ ପ୍ରଶିକ୍ଷଣ ଓ ପ୍ରବନ୍ଧନ ସଂସ୍ଥା (ଆଇଏସଟିଏମ) ଓ ଲାଲ୍ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଅକାଦେମୀ (ଏଲବିଏସଏନଏଏ) ସମ୍ୱନ୍ଧୀୟ ବ୍ୟୟକୁ ପୂରା କରିବା ପାଇଁ ଅଛି। ଏହା ବ୍ୟତୀତ ୧୧୮.୪୬ କୋଟି ଟଙ୍କା ପ୍ରଶିକ୍ଷଣ ଯୋଜନା ଓ ୧୧୦ କୋଟି ଟଙ୍କା ରାଷ୍ଟ୍ରୀୟ ସିଭିଲ ସେବା କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ପାଇଁ । 

ଟ୍ୟାକ୍ସ ଉପରେ ସରକାରୀ କର୍ମଚାରୀଙ୍କୁ କଣ ମିଳିଲା? 

ନୂଆ କର ବ୍ୟବସ୍ଥା ଅନୁସାରେ , ଆର୍ଥିକ ବର୍ଷ ୨୦୨୫-୨୬ରେ ୧୨ ଲକ୍ଷ ଟଙ୍କା ବାର୍ଷିକ ଆୟ କରୁଥିବା ଲୋକଙ୍କୁ ୮୦,୦୦୦ଟଙ୍କାର ରିହାତି ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟରେ ୧୨ ଲକ୍ଷ ଟଙ୍କା ଯାଏ ବାର୍ଷିକ ଆୟକରୁଥିବା ବ୍ୟକ୍ତିଙ୍କୁ ଆୟକରରୁ ମୁକ୍ତି ଦେବା ଓ ନୂଆ କର ବ୍ୟବସ୍ଥା ଅନୁସାରେ କର ସ୍ଲାବ୍‌ରେ ଅଦଳବଦଳ କରିବାକୁ ଶନିବାର ଘୋଷଣା କରିଛନ୍ତି। ଏହାର ଫାଇଦା ସେହି ସରକାରୀ କର୍ମଚାରୀଙ୍କୁ ମଧ୍ୟ ମିଳିବ, ଯାହାଙ୍କର ଆୟ ୧୨ ଲକ୍ଷ ଟଙ୍କା ବା ଏହା ଠାରୁ ଅଧିକ। ସୀତାରମଣ ନିଜର ୨୦୨୫-୨୬ର ବଜେଟ୍‌ରେ ନୂଆ କର ସ୍ଲାବ ପ୍ରସ୍ତାବିତ କରିଛନ୍ତି , ଯାହା ଅନୁସାରେ ୧୨ ଲକ୍ଷ ଟଙ୍କାଯାଏ ଆୟ କରୁଥିବା ଲୋକଙ୍କୁ କୌଣସି କର ଦେବାକୁ ପଡ଼ିବ ନାହିଁ , ବେତନଭୋଗୀ ବର୍ଗଙ୍କ ପାଇଁ ୭୫,୦୦୦ଟଙ୍କାର ମାନକ ରିହାତି (ଷ୍ଟାଣ୍ଡାର୍ଡ ଡିଡକ୍ସନ )କୁ ଧ୍ୟାନରେ ରଖି ଏହି ସୀମା ୧୨.୭୫ ଲକ୍ଷ ଟଙ୍କା ରହିବ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.