ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

କାଳବୈଶାଖୀ ଉଜାଡି ଦେଲା ଘର, ବାସହରା ହେଲେ ପରିବାର ଲୋକେ

ଫିରିଙ୍ଗିଆ,୨୦l୬ (ଆପ୍ର): ଗତ କିଛିଦିନ ତଳେ କାଳବୈଶାଖୀ ଫିରିଙ୍ଗିଆ ଅଞ୍ଚଳରେ ତାଣ୍ଡବ ରଚିଥିଲା। କାଳବୈଶାଖୀର ପ୍ରଭାବରେ ଆଜି ଗୋଟିଏ ପରିବାରର ତିନି ସଦସ୍ୟ ସମ୍ପୂର୍ଣ୍ଣ ବାସହରା ହୋଇ ପର ପିଣ୍ଡାରେ ରାତି କାଟୁଛନ୍ତି ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଂଚାୟତ ଭାଟୁଲୁ ଗ୍ରାମର ଜିତ ମଲ୍ଲିକ ନିଜ  ସ୍ତ୍ରୀ ଓ ଝିଅକୁ   ନେଇ ଏକ ଝାଟିମାଟି କୁଡ଼ିଆରେ ଦିନ କାଟୁଥିଲେ । ଅନେକ ବର୍ଷର ଖଟଣି ପରେ ସେଥିରୁ କିଛି ସଂଚୟ କରି ଘରଟିଏ ଗଢି ତୋଳିବାରେ ସକ୍ଷମ ହୋଇ ପାରିଥିଲା ଜିତୁ । ହେଲେ କାଳବୈଶାଖୀ ଆସି ଜିତର ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା ।ବର୍ତ୍ତମାନ ଜିତ ଓ ତା ପରିବାର ପର ପିଣ୍ଡାରେ ମୁଣ୍ଡ ଗୁଂଜୁଛନ୍ତି ।

ଘର ଭାଙ୍ଗିଥିବା ଖବର ପାଇବା କ୍ଷଣି ଲୁଇସିଂ ସରପଞ୍ଚ ସୁଦର୍ଶନ କହଁର ଭାଟୁଲୁ ଗ୍ରାମରେ ପହଂଚି ଜିତଙ୍କ ପରିବାରକୁ ଆଶ୍ୱାସନା ଦେବା ସହ ଆର ଆଇଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣେଇଥିଲେ ।ସରପଞ୍ଚଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ  ଭାଟୁଲୁ ଗ୍ରାମରେ ପହଂଚି ଜିତଙ୍କ ଘରର ସ୍ଥିତି ଅନୁଧ୍ୟାନ କରି ସଂଗେ ସଂଗେ ଏକ ଜରିପାଳ ପ୍ରଦାନ କରିବା ସହିତ ପ୍ରଶାସନକୁ ଜଣେଇ ତାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଆଗକୁ ମୌସୁମୀର ଆଗମନ ଥିବାରୁ ରହଣି ପାଇଁ ପରିବାର ଲୋକେ ବଡ଼ ଚିନ୍ତାରେ ଅଛନ୍ତି ।ପ୍ରଶାସନ ଏହି ନିରାଶ୍ରୟ ପରିବାରର ଯଥାଶୀଘ୍ର ଥଇଥାନ କରିବାକୁ  ଦାବୀ କରିଛନ୍ତି ।

ଆହୁରି ପଢନ୍ତୁ : ସ୍କୁଟି ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.