ବେଗୁନିଆପଡା, ୨୮।୫ : ପାରିବାରିକ କଳହର କରୁଣ ପରିଣତି। ସ୍ବାମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ତ୍ରୀ। ବେଗୁନିଆପଡା ଥାନା ତାଳସର ଗୋପାଳପୁର ଗ୍ରାମରେ ଏଭଳି ଘଟଣା ଘଟିଛି।
ବେଗୁନିଆପଡା ଥାନା ତାଳସର ଗୋପାଳପୁର ଗ୍ରାମରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଦୀର୍ଘଦିନ ଧରି କଳହ ଲାଗି ରହିଥିଲା। ମଙ୍ଗଳବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ଉଗ୍ରରୂପ ଧାରଣା କରିଥିଲା। ଉତକ୍ଷିପ୍ତ ପତ୍ନୀ ସ୍ୱାମୀ ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ପରେ କାଳେ ବଞ୍ଚିଯିବି ଭାବି ସ୍ବାମୀର ମୁଣ୍ଡକୁ ଏକ ଇଟାରେ ଛେଚି ଦେଇଥିଲା। ଖବର ପାଇଁ ବୁଧବାର ବେଗୁନିଆପଡା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ଏଥି ସହ ପତ୍ନୀଙ୍କୁ ଗିରଫ କରିବା ସହିତ ଅନ୍ୟ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି।