ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

କଙ୍ଗାରୁ କୋର୍ଟରେ ୧୦ ପରିବାରକୁ ଗ୍ରାମରୁ ସାମାଜିକ ବାସନ୍ଦ ; କଥା ହେଲେ ଦେବାକୁ ପଡୁଛି ୫ହଜାର ୫୧ ଟଙ୍କାର ଜରିମାନା

Published By : Bijay Swain | May 29, 2025 5:32 PM

ଧରାକୋଟ, ୨୯|୫(ଆପ୍ର): ସରକାରୀ କାମକୁ ନେଇ ଗାଁ କଙ୍ଗାରୁ କୋର୍ଟରେ ୧୦ ଦଳିତ ପରିବାକୁ ସଜା l ତିନି ମାସ ହେଲା ଗାଁ ଲୋକଙ୍କ ଦ୍ୱାରା ସାମାଜିକ ବାସନ୍ଦ, ନିଆଁ ପାଣି ବନ୍ଦ l ବାସନ୍ଦ ପରିବାର ଲୋକଙ୍କ ସହ କଥା ହେଲେ ପଡୁଛି ୫ ହାଜର ୫୧ ଟଙ୍କା ଜରିମାନା l ଏମିତି ଏକ ଅମାନୁଷିକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ବରଡ଼ାବିଲି ପଞ୍ଚାୟତ ପ୍ରତାପପୁର ଗ୍ରାମରେ। 

ସୁଚନା ମୁତାବକ, ଏହି ଗ୍ରାମରେ ମୋଟ ୩ ଶହ ପରିବାର ବସବାସ କରୁଥିବା  ବେଳେ ଗ୍ରାମରେ ଦଶଟି ଦଳିତ ପରିବାର ବସବାସ କରୁଛନ୍ତି l ଗତ କିଛି ବର୍ଷତଳେ ପଞ୍ଚାୟତ ତରଫରୁ ଦଳିତ ସାହିରେ ୧ ଲକ୍ଷ ୭୦ ହାଜର ଟଙ୍କାର ବ୍ୟୟ ଅଟକଳ ମୂଲ୍ୟର ଏକ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ  କାର୍ଯ୍ୟାଦେଶ ଆସିଥିଲା l  କିନ୍ତୁ ପୂର୍ବତନ ସରପଞ୍ଚଙ୍କ ସମେତ କିଛି ଗ୍ରାମବାସି ଏହି ପ୍ରକଳ୍ପର ଘୋର ବିରୋଧ କରି ଆସୁଥିଲେ l ତେବେ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ଦଳିତ ପରିବାର ମାନେ ନିଜର ସୁବିଧାକୁ ଦୁଷ୍ଟିରେ ରଖି ଏବେ କଲ୍ୟାଣୀ ମଣ୍ଡପଟିକୁ ନିର୍ମାଣ କରୁଥିବାରୁ ଏହାକୁ ବିରୋଧ କରି ତିନିମାସ ତଳେ ପୂର୍ବତନ ସରପଞ୍ଚଙ୍କ ଇସାରାରେ ଗ୍ରାମରେ ଏକ ବୈଠକ କରାଯାଇଥିଲା l ଆଉ ସେହି କଙ୍ଗାରୁ କୋର୍ଟରେ ଗ୍ରାମର ୧୦ ଦଳିତ ପରିବାକୁ ସାମାଜିକ ବାସନ୍ଦ  କରଯାଇଥିବା ବେଳେ ଦିର୍ଘ ତିନି ମାସ ହେଲା ନିଆଁ ପାଣି ସବୁରେ ତାଙ୍କ ପାଇଁ କଟକଣା ଲାଗିଛି l ଯାହାକୁ ନେଇ ତିନି ମାସ ଧରି ଅନେକ ସମସ୍ୟା ଭୋଗୁଥିବା କହିଛନ୍ତି ସାମାଜିକ ବାସନ୍ଦର ସ୍ବୀକାର ହୋଇଥିବା ଦଳିତ ପରିବାର l 

କେବଳ ସାମାଜିକ ବାସନ୍ଦ କି ନିଆଁ ପାଣି ବନ୍ଦ ତାହା ନୁହେଁ ଯଦି କେହି ବାସନ୍ଦ ପରିବାର ସହ କଥା ହୁଏ ତେବେ ତାଙ୍କ ଉପରେ ୫ ହଜାର ୫୧ ଟଙ୍କା ଜରିମନାର ଲଗାଇବା ପାଇଁ ମଧ୍ୟ ନିୟମ କରାଯାଇଛି l ଦିର୍ଘ ତିନି ମାସ ହେଲା ଦଶ ବାସନ୍ଦ ପରିବାରକୁ ମନ୍ଦିରକୁ ଯିବାକୁ ମନା ହେଇଛି l ଏମିତି କି ବିଲ ବାଡି ଚାଷ ଜମିରେ ପାଣି ଛାଡ଼ିବାକୁ ମଧ୍ୟ ବାରଣ କରାଯାଇଛି l  ପୂର୍ବତନ ସରପଂଚଙ୍କ ନିର୍ଦେଶରେ ଏ ସବୁ ହେଉ ଥିବା ବେଳେ ଗାଁରେ ବାରମ୍ବାର କଙ୍ଗାରୁ କୋର୍ଟ କରି ସାମାଜିକ ବାସନ୍ଦ ପରିବାରକୁ ଗାଁ ବୈଠକକୁ ଡାକି ଆକ୍ରମଣ କରିବାକୁ ପ୍ରୟାସ କରାଯାଇଥିବା ନେଇ ବାସନ୍ଦ ପରିବାର ଲୋକେ ପୋଲିସକୁ ଜଣାଇଛନ୍ତି l

ପୂର୍ବରୁ ସାମାଜିକ ବାସନ୍ଦ ପ୍ରଥାକୁ ନେଇ ୧୦ ବାସନ୍ଦ ପରିବାର ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଘଟଣାକୁ ନେଇ ଆସ୍କା ଏସ.ଡିପି.ଓ ଏବଂ ଗଂଜାମ ଏସପି ଦ୍ୱାରସ୍ଥ ହୋଇଛନ୍ତି I ଅନ୍ୟ ପକ୍ଷରେ ବାସନ୍ଦ ହୋଇଥିବା ୧୦ ପରିବାର ପୂର୍ବତନ ସରପଞ୍ଚଙ୍କୁ ଏସବୁର ଦୋଷ ଦେଉଥିବା ବେଳେ ପୂର୍ବତନ ସରପଞ୍ଚ ଏହାକୁ ଖଣ୍ଡନ କରିଛନ୍ତି I ସେ କହିଛନ୍ତି ସମାଜରେ ଚଳିବାର ସମସ୍ତଙ୍କ ଅଧିକାର ଅଛି ଏଠି କେହି କାହାକୁ  ବାସନ୍ଦ କରିନାହାନ୍ତି I ଯଦି ସେମିତି କିଛି ହୋଇଛି ତାହାର ତଦନ୍ତ କରାଯାଉ l ଅପର ପକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ସାମାଜିକ ବାସନ୍ଦ ପ୍ରଥା ଆଦୌ ଠିକ୍ ନୁହଁ l ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କ ସହ କଥାହେବି l ସେ ଘଟଣାକୁ ନେଇ ତଦନ୍ତ କରିବେ l ଯଦି ସେମିତି କିଛି ବାସନ୍ଦ କଥା ଅଛି ତାହେଲେ ତୁରନ୍ତ ତାହାର ସମାଧାନ କରାଯିବ l 

 ଆଜି କାଲି କୋର୍ଟ କଚେରି ଓ ନ୍ୟାୟକ ବ୍ୟବସ୍ଥା ରହିଥିବା ସ୍ଵତେ ଅନେକ ଗ୍ରାମାଞ୍ଚଳରେ ଛୋଟ ବଡ ଘଟଣାକୁ ନେଇ ଏପରି କଙ୍ଗାରୁ କୋର୍ଟ ରେ ଦଣ୍ଡ ବିଧାନ କରିବା ଓ ସାମାଜିକ ବାସନ୍ଦ କରିବା ନିଆଁ ପାଣି ବନ୍ଦ ପରି ପ୍ରଥା ଏବେବି ଦେଖିବାକୁ ମିଳୁଛି l ଲୋକ ମାନଙ୍କୁ କିଭଳି ସେସବୁ ରୁ ଦୂରେଇ ରଖିବା ଓ ତା ଉପରେ  ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ମଧ୍ୟ ରହିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.