ବ୍ରହ୍ମପୁର, ୨୯।୫(ବ୍ୟୁରୋ): ଯୁବତୀଙ୍କୁ ଭୟଭୀତ କରି ବଳାତ୍କାର କରିବା ପରେ ତାଙ୍କ ଗର୍ଭନଷ୍ଟ କରିବା ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ -୨ ଆୟୁଷ୍ଠାନ ମହନ୍ତ । ଅଭିଯୁକ୍ତ ଗୋଳନ୍ଥରା ମଝିଆ ସାହିର ଟି.ଦେବରାଜ (୪୨)ଙ୍କୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
୨୦୧୨ରେ ଯୁବତୀ ମାମୁଁ ଘରକୁ ଆସିଥିଲେ । ତାଙ୍କ ଘରେ କେହି ନଥିବା ବେଳେ ଅଭିଯୁକ୍ତ ଜୋରଜବରଦସ୍ତ ଘରକୁ ଯାଇ ବଳାତ୍କାର କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ମନ୍ଦିରରେ ବିବାହ କରିଥିଲେ। ଯୁବତୀ ଗର୍ଭବତୀ ଥିବା ଜଣାପଡିବା ପରେ ଗର୍ଭ ନଷ୍ଟ କରାଇଥିଲେ ବୋଲି ଯୁବତୀ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରରେ ବଡ଼ବଜାର ଥାନାରେ ମାମଲା ରୁଜୁ ହୋଇଥିଲା । ପରବର୍ତ୍ତୀ ସମୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ୧୪ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଇସ୍ମାଇଲ୍ ମହମ୍ମଦ ମକଦ୍ଦମା ପରିଚାଳନା କରୁଥିଲେ ।