ଗୋପାଳପୁର ୨୯/୫: ଗୋପାଳପୁର ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରରେ ଆଜି ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣର ୧୧୦ ବର୍ଷ ପାଳନ ଅବସରରେ ଶୀର୍ଷକ ନଦୀ ମୁହାଣରେ ଜୈବ ବିବିଧତା ଉପରେ ହାକାଥମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ସମ୍ମାନିତ ଅତିଥି ଭାବେ ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ତଥା ଖ୍ୟାତିନାମା ପ୍ରାକୃତିକ ବିଜ୍ଞାନ ବିଶେଷଜ୍ଞ ପ୍ରଫେସର ସୁଶିଲ କୁମାର ଦତ୍ତ, ଡିଏଫ୍ଓ ସନ୍ନି ଖୋକ୍କର ଯୋଗ ଦେଇ ଭାଗ ନେଇଥିବା ପ୍ରତିଯୋଗିଙ୍କୁ ଉତ୍ସାହିତ କରିଥିଲେ। ଡଃ ଡିଏସ ସୁମନ ସଭା ପରିଚାଳନା କରିଥିବା ବେଳେ କେନ୍ଦ୍ରର ବୈଜ୍ଞାନିକ ଡଃ ଅନିଲ ମହାପାତ୍ର ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ।

‘ବେଙ୍ଗଲ କେବେ ବି' ବିଜେପି ହାତକୁ ଯିବ ନାହିଁ, ମୋଦୀଙ...