ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ବେଆଇନ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ଭୟଙ୍କର ଶବ୍ଦରେ ଥରି ଉଠିଲା ପୁରା ଗାଁ, ୩ ମୃତ ଏବଂ ୪ ଗୁରୁତର

ନୂଆଦିଲ୍ଲୀ,୨।୧୦: ଉତ୍ତର ପ୍ରଦେଶର ବରେଲିରେ ଚାଲିଥିବା ଏକ ବେଆଇନ ବାଣ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ। ଏହାର ପ୍ରଭାବରେ ଆଖପାଖର ୫ ମହଲା ବିଲ୍ଡିଂ ଭୁଶୁଡି ଧରାଶାୟୀ ହୋଇଯଇଛି। ଜଣେ ଶିଶୁ ସହ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ୫ ଜଣ ଆହତ ହୋଇଛନ୍ତି। ଭଗ୍ନାଂଶ ତଳେ ଏବେ ବି ବହୁ ଫଶି ରହିଥିବାର ଆଶଙ୍କା କରାଯାଉଛି। ଦୁର୍ଘଟଣା ଖବର ପାଇଁ ପୋଲିସ ଓ ପ୍ରଶାସନର ଟିମ୍‌ ଘଟଣାସ୍ଥଳରେ ପହଁଞ୍ଚିଥିଲା ଓ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି।

ଘଟଣା ସିରୋଲି ଥାନ୍ତା ଅନ୍ତର୍ଗତ ଗାଁ କଲ୍ୟାଣପୁରରେ ଘଟିଛି। ଗତ କିଛି ଦିନ ହେବ ରହମାନ ଶାହ ନାମକ ବ୍ୟକ୍ତିଙ୍କ ଘରେ ବେଆଇନ ଭାବରେ ବାଣ ଓ ବୋମା ତିଆରି କରିବା କାମ ଚାଲିଥିଲା। ବାଣ ଓ ବୋମ ତିଆରି କରିବା ପାଇଁ ଘରୁ ଲୋକମାନେ ଆସି ଏଠାରେ କାମ କରୁଥିଲେ। ବୁଧବାର ସନ୍ଧ୍ୟା ପ୍ରାୟ ୩ଟା ବେଳ ଆଖପାଖରେ ହଠାତ ଏକ ଜୋରଦାର ଧମାକା ହୋଇଥିଲା। ଯେଉଁ ବିଲ୍ଡିଂରେ ବିସ୍ଫୋରଣ ହୋଇଥିଲା ତାହା ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଚୁରମାର ହୋଇଯାଇଛି। ବିସ୍ଫୋରଣ ଶବ୍ଦରେ ପୁର ଗାଁ ଥରି ଯାଇଥିଲା। ଏପରିକି ଆଖପାଖରେ ଥିବା ଘର ଗୁଡିକ ଧରାଶାୟୀ ହୋଇଯାଇଥିଲା। 

ବେଆଇନ ବାଣ ପ୍ୟାକ୍ଟ୍ରିରେ ବିସ୍ଫୋରଣ ଖବର ମିଳିବା ମାତ୍ରେ ପୋଲିସ ପ୍ରଶାସନ ଭୟଭୀତ ହୋଇପଡିଥିଲା। ତୁରନ୍ତ ଏନ୍‌ଡିଏମ୍‌, ସିଓ ଅମ୍ବାଲା ପୋଲିସ ଓ ଦମକଳ ଟିମ୍‌ ସହ ଘଟଣାସ୍ଥଳ‌ରେ ପହଁଞ୍ଚିଥିଲା। ଦମକଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।ଭଗ୍ନାଂଶ ତଳୁ ଜଣେ ଶିଶୁ ସହ ତିନି ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.