ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଜମ୍ମୁକାଶ୍ମୀର କାଠୁଆରେ ଏନକାଉଣ୍ଟର, ୩ ପୋଲିସ ଶହୀଦ, ୩ ଆତଙ୍କୀ ସଫା

Published By : Ankita S | March 28, 2025 8:04 AM

ଶ୍ରୀନଗର,୨୮/୦୩: ଜମ୍ମୁକାଶ୍ମୀର କାଠୁଆରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗତକାଲି (ଗୁରୁବାର) ଗୁଳି ବିନିମୟ ଘଟିଛି । ଏଥିରେ ୩ ଜଣ ପୋଲିସ ଶହୀଦ ହୋଇଥିବାବେଳେ ଜଣେ ଡିଏସପିଙ୍କ ସମେତ ୩ ପୋଲିସ ଓ ଯବାନ ଆହତ ହୋଇଛନ୍ତି । ଆହତ ଯବାନ ଓ ପୋଲିସଙ୍କୁ ଜମ୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।  ଅନ୍ୟପକ୍ଷରେ ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କୀ ନିପାତ ହୋଇଛନ୍ତି ।  ଅନ୍ୟ ଆତଙ୍କୀଙ୍କୁ ଧରିବାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ, କାଠୁଆ ଜିଲ୍ଲାର ଜୁଠାନା ଜଙ୍ଗଲରେ ୫ ଜଣ ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ପକ୍ଷରୁ ଖବର ମିଳିଥିଲା । ଏହା ପରେ ସୁରକ୍ଷାବାହିନୀ ଓ ପୋଲିସର ମିଳିତ ଟିମ୍‌ ସେଠାକୁ ଯାଇ ତଲାସୀ ଆରମ୍ଭ କରିଥିଲା । ସ୍ପେଶାଲ ଅପରେସନ ଗ୍ରୁପ, ସେନା, ବିଏସଏଫ ଓ ସିଆରପିଏଫ ଯବାନଙ୍କ ମିଳିତରେ ଉକ୍ତ ସ୍ଥାନକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥେଲା ।ଜଖୋଲ୍‌ ଗାଁ ନିକଟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ । ସୁରକ୍ଷା ବାହିନୀ ପକ୍ଷରୁ ପାଲଟା ଜବାବ ମଧ୍ୟ ଦିଆଯାଇଥିଲା । ଏହି ଏନ୍‌କାଉଣ୍ଟର ବେଳେ ୫ ଜଣ ପୋଲିସ ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣ ଆଖି ବୁଜିଥିଲେ । ସୁରକ୍ଷାବାହିନୀ ଗୁଳିରେ ୩ ଆତଙ୍କୀ ନିପାତ ହୋଇଛନ୍ତି ।

ସେହି ଜଙ୍ଗଲରେ ଆହୁରି ୩ ଜଣ ଆତଙ୍କବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କୁ ଠାବ କରି ନିପାତ କରିବା ଲାଗି ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି । ତଲାସୀ ଅଭିଯାନରେ ଡ୍ରୋନ ନିୟୋଜିତ ହୋଇଛି । ଜମ୍ମୁ-କାଶ୍ମୀର ପୁଲିସ ଡିଜି ନଳୀନ ପ୍ରଭାତ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଅଭିଯାନର ତଦାରଖ କରୁଛନ୍ତି । ଲଗାତାର ୪ ଦିନ ହେବ ଆତଙ୍କୀଙ୍କ ବିରୋଧରେ ବଡ ଅପରେସନ ଚାଲିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.