ପ୍ରମୂଖ ଖବର
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

କଂଗ୍ରେସର ବନ୍ଦ ଓଡ଼ିଶା ବନ୍ଦ ଡାକରା, ଜନଜୀବନ ପ୍ରଭାବିତ

Published By : Harapriya Sethi | July 17, 2025 10:31 AM

କେନ୍ଦୁଝର,୧୭/୦୭: କଂଗ୍ରେସର ଓଡ଼ିଶା ବନ୍ଦ ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ଦୋକାନ ବଜାର, ଚକ ଅଖ ବନ୍ଦ ରହିଛି । ବାଲେଶ୍ୱରର ଛାତ୍ରୀ ମୃତ୍ୟୁ ଘଟଣା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ବନ୍ଦ ଡାକରାରେ ବସ୍‌, ଟ୍ରକ୍‌ ଓ ଚାରିଚକିଆ ଯାନ ବନ୍ଦ ରହିଛି । ଖଣିଜ ପଦାର୍ଥ ପରିବହନ ମଧ୍ୟ ବନ୍ଦ ରହିଛି । କଂଗ୍ରେସ କର୍ମୀମାନେ ବିଭିନ୍ନ ଛକରେ ଟାୟାର ଜାଳି ଯୋଗାଯୋଗକୁ ପ୍ରତିରୋଧ କରିଛନ୍ତି । ସମସ୍ତ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ପିକେଟିଂ କରିବା ସହିତ କର୍ମଚାରୀଙ୍କୁ ପ୍ରବେଶ କରିବାକୁ ବାରଣ କରୁଛନ୍ତି । ଦୈନିକ ପନିପରିବା କାରବାର ମଧ୍ୟ ବନ୍ଦ ରହିଛି । 

ଜିଲ୍ଲାରେ ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟ ବନ୍ଦ ରହିଛି । ଏହା ସହିତ ମାଲବାହୀ ଟ୍ରେନ୍‌, ଯାତ୍ରୀବାହୀ ଟ୍ରେନ୍‌କୁ କର୍ମୀମାନେ ଅଟକ ରଖିଛନ୍ତି। କଂଗ୍ରେସ ସଂଯୋଜକ ସଂଗୀତା ସିଂହ, ପ୍ରତିଭାମଞ୍ଜରୀ ନାଏକ, ଆଲୋକ ମିଶ୍ର, ସଂଗ୍ରାମ ଦାସ, ବିନୋଦବିହାରୀ ନାଏକ, ସୁନେଶ ଧୀର, ପ୍ରମୁଖ ନେତୃତ୍ୱ ନେଇଛନ୍ତି । ଫଳରେ ବ୍ୟାଙ୍କ ଏବଂ ଡାକ ଘର ଇତ୍ୟାଦି ବନ୍ଦ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.