ଭୁବନେଶ୍ବର, ୧୪।୧୧ : ରାଜଧାନୀରେ ଚାଞ୍ଚଲ୍ୟ। ମାଆ ଆଗରେ ପିଲାଙ୍କୁ ଚେଙ୍କ ଦେଲା ପ୍ରେମିକ। ବନ୍ଦ ଘରେ ଦୁଇ ପିଲାଙ୍କୁ ତିନିଦିନ ଧରି ଦିଆଯାଇଛି ଚେଙ୍କ। ମାଆ ସହ ପର ପୁରୁଷର ସମ୍ପର୍କକୁ ବିରୋଧ କରୁଥିଲେ ପିଲା। ଦୁଇ ପିଲାଙ୍କୁ ଗରମ ଚିମୁଟାରେ ଦିଆଯାଇଛି ଚେଙ୍କ। ମୈତ୍ରୀ ବିହାର ପୋଲିସ ୨ ପିଲାଙ୍କୁ ଉଦ୍ଧାର କରିବା ସହ ମାଆକୁ ଥାନାରେ ଅଟକ ରଖିଛି। ଏଥିସହ ପ୍ରେମିକଙ୍କୁ ପୋଲିସ ଗିରଫ କରିଛି।
ମୈତ୍ରୀ ବିହାର ଥାନା ମହାବୀର ନଗର ବସ୍ତି ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାପା ଅନୁପସ୍ଥିତିରେ ମାଆ ପର ପୁରୁଷ ସହ ରଖିଥିଲା ପ୍ରେମ ସମ୍ପର୍କ। ଏମିତିକି ସବୁଦିନ ପ୍ରେମିକ ଘରକୁ ଯିବା ଆସିବା କରୁଥିଲା । ହେଲେ ଏହି ସବୁକୁ ବରଦାସ୍ତ କରି ପାରିଲେନି ଭାଇ ଭଉଣୀ। କଥାକୁ ବିରୋଧ କରିଥିଲେ ଭାଇ ଓ ଭଉଣୀ। ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ଚେଙ୍କ ଦେଲା ମାଆ। ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ ପିଲାଙ୍କୁ ଉଦ୍ଧାର କରି ସେମାନଙ୍କ ବୟାନ ରେକର୍ଡ କରିବା ସହ ମାଆକୁ କାବୁ କରିଛି। ସେପଟେ ଚିମୁଟାରେ ତତଲା ଚେଙ୍କ ଦେଇ ଫେରାର ହୋଇଯାଇଥିବା ପ୍ରେମିକଙ୍କୁ ପୋଲିସ ଗିରଫ କରିଛି।