ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

Published By : Anindita Ratha | July 14, 2025 2:21 PM

ଧର୍ମଶାଳା,୧୪/୦୭:ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ପ୍ରେମ ବିବାହକୁ ମାସେ ନ ପୁରୁଣୁ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପଟୁଣିଆ ପଞ୍ଚାୟତ ଗଲଗଲି ଶଙ୍ଖ ଗ୍ରାମରେ ନବବଧୂଙ୍କ ହତ୍ୟା ।  ଯୌତୁକ ଜନିତ ହତ୍ୟା ବୋଲି ବାପଘର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହ ଜବତ କରି ସ୍ବାମୀକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି। 

ଅଭିଯୋଗ ମୁତାବକ,ଧର୍ମଶାଳା  ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ହରିହର ବାରିକଙ୍କ ଝିଅ  ଗଲାଗଲି ଶଙ୍ଖ ଗ୍ରାମର ସ୍ୱର୍ଗତ ନରହରି ଜେନାଙ୍କ ପୁଅ ଶ୍ରୀକାନ୍ତ ଜେନାଙ୍କୁ ପ୍ରେମ ବିବାହ କରିଥିଲେ। ଗତ ଜୁନ ୪ ତାରିଖରେ ଚଣ୍ଡିଖୋଲ ମହାବିନାୟକ ପୀଠରେ ଦୁଇ ପରିବାର ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଶ୍ରୀକାନ୍ତ ରାଜମିସ୍ତ୍ରୀ କାମ କରେ।  ମାତ୍ର ବିବାହ ପର ଠାରୁ ତାଙ୍କୁ ଯୌତୁକ ଜନିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ପିତା ହରିହର ଏତଲାରେ ଦର୍ଶାଇଛନ୍ତି। ଆଜି ସକାଳୁ ତାଙ୍କୁ ଜ୍ବାଇଁ ଶ୍ରୀକାନ୍ତ ଫୋନ କରି ଝିଅ ଦେହ ଅସୁସ୍ଥ ଅଛି,ଆସି ପହଞ୍ଚିବା ପାଇଁ କହିଥିଲେ। ଏହା ପରେ ହରିହର ଓ ମା ସେଠାରେ ପହଞ୍ଚି ଝିଅ ପଙ୍ଖାରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ତେବେ ସେଠାରେ ପାରିପାର୍ଶ୍ବିକ ଅବସ୍ଥା ଓ ପୂର୍ବ ଅଭିଯୋଗରୁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସେମାନେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ସ୍ବାମୀ ଶ୍ରୀକାନ୍ତଙ୍କୁ ଥାନାରେ ଅଟକ ରଖି ପଚରଉଚରା କରୁଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.