ପ୍ରମୁଖ ଖବର
  • ଆସନ୍ତା ୨୦ରେ ପୁରୀ ରୋଡ଼ ସୋ କରିବେ ମୋଦି, ଅନୁଗୁଳ ଓ କଟକରେ କରିବେ ଜନସଭା
  • ||
  • ମୋହନା: ମହୁମାଛି ଆକ୍ରମଣ, ଗୋଟିଏ ପରିବାରର ୫ ଆହତ
  • ||
  • ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୧୭ ଜଣ ଗୁରୁତର
  • ||
  • ସାଧାରଣ ନିର୍ବାଚନ ପାଇଁ ଖୋର୍ଦ୍ଧା, କଟକରେ ସରକାରୀ ଛୁଟି ବାତିଲ
  • ||
  • ମଙ୍ଗଳବାର ବାରାଣାସିରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପସ୍ଥିତ ରହିବେ ଏନ୍‌ଡିଏର ନେତା
  • ||
  • ମୋହନାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗଛ ନିକଟରେ ରହିଛି ଅଟୋ
  • ||
  • ବିଜେପି ମିଶନ ଓଡ଼ିଶା, ଆସନ୍ତା ୨୦ରେ ବାଲିଯାତ୍ରା ପଡିଆରେ ମେଗା ପ୍ରଚାର କରିବେ ପ୍ରଧାନମନ୍ତ୍ରୀ
  • ||
  • ଭକ୍ତଙ୍କ ପାଇଁ ଖୋଲିଲା ବାବା ବଦ୍ରି ବିଶାଲଙ୍କ ଦରବାର, ଦର୍ଶନ ପାଇଁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ: ସୋମବାର ୪ ଲୋକସଭା, ୨୮ ବିଧାନସଭା ଆସନରେ ମତଦାତା ଲେଖିବେ ପ୍ରାର୍ଥୀଙ୍କ ଭାଗ୍ୟ
  • ||
  • ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ୪ ଲୋକସଭା, ୨୮ ବିଧାନସଭା ଆସନରେ ଭୋଟିଂ
  • ||
  • ଆଇପିଏଲ୍ ମହାସମରରେ ସୁପର କିଙ୍ଗ୍‌ସକୁ ଭେଟିବ ରୟାଲ, ସନ୍ଧ୍ୟାରେ ଚ୍ୟାଲେଞ୍ଜର୍ସ- କ୍ୟାପିଟାଲ୍ସ ଫାଇଟ୍
  • ||
  • କମ୍ପୁଛି ପ୍ରଚାର ମଇଦାନ୍, ଆଜି ବଲାଙ୍ଗିର ଏବଂ ବରଗଡ଼ରେ କ୍ୟାମ୍ପେନ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୫ ଯାଏ ଉପକୂଳରେ ବର୍ଷା ସମ୍ଭାବନା, ୧୬ରୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ
  • ||

ଥଣ୍ଡାକାଶ ଲାଗି ରହିବା ଦୁର୍ବଳ ଇମ୍ୟୁନିଟିର ଲକ୍ଷଣ, ଜାଣନ୍ତୁ କେମିତି ରହିବେ ସତର୍କ

ନୂଆଦିଲ୍ଲୀ ୨୬/୦୪: ଆମକୁ ସୁସ୍ଥ ରଖିବା ସହ  ରୋଗରୁ ରକ୍ଷା କରିବା  ଦିଗରେ ରୋଗ ପ୍ରତିରୋଧକ  ଶକ୍ତି ବା ଇମ୍ୟୁନିଟିର  ସିଷ୍ଟମ୍‌ର ପ୍ରମୁଖ ଯୋଗଦାନ ରହିଛି । ମଜବୁତ୍‌ ରୋଗ ପ୍ରତିରୋଧକ ଶକ୍ତି ଭୂତାଣୁ  ଓ ବ୍ୟାକ୍ଟେରିଆଠାରୁ ରକ୍ଷା କରିବା ସହ ବ୍ୟକ୍ତିକୁ ସୁସ୍ଥ  ରଖିଥାଏ । କିନ୍ତୁ ଅନେକ କାରଣରୁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡିଥାଏ ।  ତେବେ ରୋଗ ପ୍ରତିରୋଧକ  ଶକ୍ତି ଦୁର୍ବଳ ହୋଇଛି ବୋଲି କେମିତି ଜାଣିବେ?

ରୋଗ ପ୍ରତିରୋଧକ ଶକ୍ତି ବ୍ୟକ୍ତିକୁ ସୁସ୍ଥ  ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।  ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଠାରେ ପ୍ରାୟ ସମୟରେ ବିଭିନ୍ନ ରୋଗ  ଯେପରିକି ଥଣ୍ଡାକାଶ ଲାଗି ରହିଥାଏ । ଅନେକ  ସମୟରେ ଏହାର ଲକ୍ଷଣ ବ୍ୟକ୍ତିର ଶରୀରରେ ଦେଖିବାକୁ ମିଳିଥାଏ, ଯାହାକୁ ଅଣଦେଖା  କରିବା ଅନୁଚିତ୍‌ । ରୋଗ ପ୍ରତିରୋଧକ ଶକ୍ତି ବ୍ୟକ୍ତିକୁ ଭୂତାଣୁ ଓ ବ୍ୟାକ୍ଟେରିଆଠାରୁ ସୁରକ୍ଷା  ଦେବା ସହ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।  

ଅବଶ୍ୟ ଦୁର୍ବଳ ଇମ୍ୟୁନିଟି ସିଷ୍ଟମକୁ ମଜଭୂତ କରିପାରିବେ । ଏହାଦ୍ୱାରା ବହୁ ରୋଗରୁ ନିଜକୁ ସୁରକ୍ଷିତ ରଖିପାରିବେ । ତେବେ  ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ  ଅଛି ବୋଲି ଜାଣିବା ଆଦୌ ସହଜ ନୁହେଁ । କୌଣସି ରୋଗ ହେଲେ ଯେପରି ତା’ର  ଲକ୍ଷଣ ଦେଖିବାକୁ ମିଳିଥାଏ । ଠିକ୍‌ ସେମିତି  ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଲେ  ଶରୀରରେ ଅନେକ ଲକ୍ଷଣ ଦେଖାଦେଇଥାଏ ।  ଚାଲନ୍ତୁ ଜାଣିବା କ’ଣ ରହିଥାଏ ଲକ୍ଷଣ? 

ବାରମ୍ବାର ସଂକ୍ରମଣ ଯଦି ଆପଣ ବାରମ୍ବାର ସର୍ଦ୍ଦି,କାଶ ବା ଅନ୍ୟ  ସଂକ୍ରମଣର ଶିକାର ହେଉଥାନ୍ତି, ତେବେ ଏହା  ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିର ଲକ୍ଷଣ ହୋଇଥାଇପାରେ । 

 କ୍ଷତ ନ ଶୁଖିବା ଯଦି ଆପଣଙ୍କ ଶରୀରରେ କୌଣସି କାରଣରୁ  ଖଣ୍ଡିଆଖାବରା ବା କ୍ଷତ ହୋଇଥାଏ । କିନ୍ତୁ  ଅଧିକ ସମୟ ଯାଏ ଠିକ୍‌ ହୋଇପାରୁନାହିଁ ।  ତେବେ ବୁଝିବା ଦରକାର ଯେ ଏହା ହୁଏତ  ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିର ଲକ୍ଷଣ  ହୋଇଥାଇପାରେ । କାରଣ ରୋଗ ପ୍ରତିରୋଧକ  ଶକ୍ତି ଯେକୌଣସି କ୍ଷତକୁ ପୂରଣ କରିବାର  କ୍ଷମତା ରଖିଥାଏ । ଯଦି ଏହା ନ ହୁଏ, ତେବେ  ଏହା ଦୁର୍ବଳ ହୋଇପଡିଥିବା ବୁଝିବାକୁ ପଡିବ।  

ଥକାପଣ କେବେ କେବେ ଥକା ଲାଗିବା ସାଧାରଣ  କଥା । କିନ୍ତୁ ଯଦି ସବୁବେଳେ  ଥକାପଣ ଅନୁଭବ ହେଉଥାଏ,  ତେବେ ବୁଝିବାକୁ  ପଡିବ ଯେ କୌଣସି  ଅର୍ନ୍ତନିହିତ ସ୍ଥିତି  କାରଣରୁ ହେଉଛି ।  ହୁଏତ ଦୁର୍ବଳ  ଇମ୍ୟୁନିଟି ସିଷ୍ଟମ୍‌  ଯୋଗୁ ଏପରି  ହେଉଥିବ । 

ଅଟୋଇମ୍ୟୁନ୍‌ ରୋଗ ଯଦି କୌଣସି ଅଟୋଇମ୍ୟୁନ୍‌ ରୋଗ  ରହିଥାଏ, ତେବେ ବୁଝିବା ଦରକାର ଯେ  ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁ  ଶରୀରର ଟିସୁଗୁଡିକ ଶରୀର ଉପରେ ଓଲଟା  ଆକ୍ରମଣ କରୁଛନ୍ତି । 

ତ୍ୱଚା ସମସ୍ୟା କିଛି ତ୍ୱଚା ସମସ୍ୟା ବାରମ୍ବାର  ଦେଖାଦେଇଥାଏ । ଯେପରିକି ଏଗ୍‌ଜିମା ବା  ବାରମ୍ବାର ଥଣ୍ଡାସର୍ଦ୍ଦି ହେବା ମଧ୍ୟ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିର ଲକ୍ଷଣ ।  

ଜ୍ୱର ବର୍ଷକୁ ଥରେ ଜ୍ୱର ହେବା ସାଧାରଣ । କିନ୍ତୁ  ବାରମ୍ବାର ଜ୍ୱର ହେବା ଆଦୌ ସାଧାରଣ  କଥା ନୁହେଁ ବରଂ ଏହା ସଂଙ୍କେତ ଦେଇଥାଏ ଯେ ଶରୀର ସଂକ୍ରମଣ ସହ ଲଢୁଛି ।  ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ  ହୋଇପଡିଛି । 

ପାଚନ ସମ୍ବନ୍ଧୀୟ ସମସ୍ୟା ଶରୀରର ପ୍ରତିରକ୍ଷା ପ୍ରଣାଳୀର ଏକ  ବଡ଼ ଅଂଶ ପାଚନ ପ୍ରକ୍ରିୟା ସହ ଜଡ଼ିତ ।  ସେଥିପାଇଁ ଯଦି ଆପଣ ବାରମ୍ବାର ପାଚନ  ସମ୍ବନ୍ଧୀୟ କୌଣସି ସମସ୍ୟାର  ଶିକାର ହେଉଥାନ୍ତି । ତେବେ  ଏହା ହୁଏତ ଦୁର୍ବଳ ରୋଗ  ପ୍ରତିରୋଧକ ଶକ୍ତିର  କାରଣ ହୋଇପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.