ପ୍ରମୂଖ ଖବର
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ରାସ୍ତାରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

Published By : Suraj Kumar | June 26, 2025 4:34 PM

 ସୋର, ୨୬/୬(ସ୍ୱପ୍ର): ସୋର ପୌର ପାଳିକା ଅନ୍ତର୍ଗତ ନଟାପଡା ଗ୍ରାମରୁ ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଯୁବକଙ୍କୁ  ସ୍ଥାନୀୟ ଲୋକେ ସୋର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଯୁବକ ଜଣକ ହେଲେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଚକପୁର ଗ୍ରାମର ଭାଗବତ ମଲିକ ।

ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଚକପୁର ଗ୍ରାମର ଭାଗବତ ମଲିକ ଗୁରୁବାର ସକାଳେ ତାଙ୍କ ଶଶୁର ଘର ରଘୁନାଥପୁର ଗ୍ରାମକୁ ଆସିଥିଲେ। କିନ୍ତୁ ମଧ୍ୟାହ୍ନରେ ସେ ନଟାପଡା ଗ୍ରାମ ରାସ୍ତାରେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।ଯୁବକ ଜଣଙ୍କ ଠିକରେ କଥା ବାର୍ତ୍ତା କରି ପାରୁନ ଥିବା ବେଳେ ତାଙ୍କୁ କେହି ଆକ୍ରମଣ କରିଥିବା ସୂଚନା ଦେଇଛନ୍ତି। ଖବର ପାଇ ସୋର ପୁଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.