ପ୍ରମୂଖ ଖବର
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଜୀବନ ନେଇ ଗଲା ଉଧାର ଟଙ୍କା; ପାନ ଦୋକାନୀ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

Published By : Harapriya Sethi | June 26, 2025 10:27 AM

ସୋର, ୨୬/୦୬: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଖଇରା ବଜାରରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପାନ ଦୋକାନୀର ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ମୃତକ ଖଇରା ପଞ୍ଚାୟତ ପୁରୁଷୋତ୍ତମପୁର ଗାଁର ଜୟକୃଷ୍ଣ ସାହୁ ବୋଲି ଜଣାପଡିଛି । 

ସୂଚନା ମୁତାବକ, କିଛି ଦିନ ତଳେ ଜୟକୃଷ୍ଣଙ୍କ ଠାରୁ ବସନ୍ତ କିଛି ଟଙ୍କା ଉଧାର ଆକାରରେ ଆଣିଥିଲେ । ସୋମବାର ବିଳମ୍ବିତ ରାତିରେ ବସନ୍ତ ବେହେରାଙ୍କ ପାନ ଦୋକାନକୁ ଜୟକୃଷ୍ଣ ସାହୁ ଯାଇଥିଲେ । ଉଧାର ଟଙ୍କାକୁ ନେଇ ଜୟକୃଷ୍ଣଙ୍କ ସହ ପାନ ଦୋକାନୀଙ୍କର ବଚସା ହୋଇଥିଲା । ପରେ ଦୋକାନୀ ଜୟକୃଷ୍ଣକୁ ମାଡ଼ ମାରି ତଳେ ପକାଇ ଦେଇଥିଲେ । ସ୍ଥାନୀୟ ଲୋକେ ଜୟକୃଷ୍ଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ତୁରନ୍ତ ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନୀ ଓ ସେଠାରେ ଥିବା ଅନ୍ୟ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.