ଭୁବନେଶ୍ୱର, ୩୦/୦୪: ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା । ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ମୃତ ଯୁବକ ହେଲେ ଭି.ଜେ ଭୋଭେଲ । ଯୁବକଙ୍କ ମୃତଦେହ ଜବତ କରି ତଦନ୍ତ କରୁଛି ଜିଆରପି ।
ସୂଚନା ମୁତାବକ, ଭି.ଜେ ଭୋଭେଲ ନାମକ ଜଣେ ଯୁବକ ମଙ୍ଗଳବାର ରାତିରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘର ମାଲିକଙ୍କ ନିର୍ଯାତନା ସହି ନପାରି ସେ ଏଭଳି ପଦକ୍ଷେପ ନେଇଛନ୍ତି । ଘର ମାଲିକ ଟଙ୍କା ପାଇଁ ନିର୍ଯାତନା ଦେଉଥିବା ସୁଇସାଇଡ ନୋଟ୍ରେ ଉଲ୍ଲେଖ ରହିଛି । ଯୁବକଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ଯୁବକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ପୋଲିସ।