ଭୁବନେଶ୍ବର,୩୦।୪ ଆରଟିଇ ପାରଦର୍ଶୀ ପୋର୍ଟାଲ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। କମିଟିରେ ଗଣଶିକ୍ଷା ବିଭାଗର ଆଉ ୨ ଜଣ ଅତିରିକ୍ତ ସଚିବ ଓ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟର ଉପନିର୍ଦେଶକ ସଦସ୍ୟ ରହିଛନ୍ତି।
ଆରଟିଇ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଅନଲାଇନ ଆଡମିଶନ ପ୍ରକ୍ରିୟାର କମିଟି ଅନୁଧ୍ୟାନ କରିବ। ଆଡମିଶନ ପାଇଁ ଆସୁଥିବା ବିଭିନ୍ନ ଅଭିଯୋଗକୁ ଗ୍ରହଣ କରି ଏହାର ସମାଧାନ କରିବ। ଆଡମିଶନ ପ୍ରକ୍ରିୟାକୁ ପାଇଁ କମିଟି ବିଭିନ୍ନ ପରାମର୍ଶ ଦେବ। ସୂଚନାଯୋଗ୍ୟ ଯେ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ନାମଲେଖା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପାରଦର୍ଶୀ ପୋର୍ଟାଲ କରାଯାଇଛି।