ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଯକୃତକୁ ସୁସ୍ଥ ରଖିବ ଯୋଗାସନ, ଜାଣନ୍ତୁ କେଉଁ ଯୋଗାସନ ଦ୍ୱାରା ରହିବେ ଫିଟ୍‌

Published By : Krishna Priya | March 21, 2025 3:29 PM

ଭୁବନେଶ୍ୱର ୨୧/୦୩: ଶରୀରକୁ ସୁସ୍ଥ ରଖିବା ପାଇଁ ଯକୃତର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ଶରୀର ପାଇଁ ଯକୃତ ଠିକ୍‌ ଭାବେ କାମ କରିବା ନିହାତି ଜରୁରି । ଆଉ ଯକୃତକୁ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗାସନ ଏକ ଶ୍ରେଷ୍ଠ ଉପାୟ । ଯକୃତ ଠିକ୍‌ ଭାବେ କାମ ନ କଲେ ବିଭିନ୍ନ ରୋଗ ଦେଖା ଦେଇଥାଏ । ତା’ ସାଙ୍ଗକୁ ଯକୃତ ସମସ୍ୟା ବି କିଛି କମ୍‌ ନୁହେଁ । ସନ୍ତୁଳିତ ଆହାର ଖାଇବା ସହ ଧୂମପାନଠାରୁ ଦୂରେଇ ରହିଲେ ହିଁ ଏହାକୁ ସୁସ୍ଥ ରଖିପାରିବେ । ଆସନ୍ତୁ ଜାଣିବା କେଉଁ ଯୋଗାସନ ଦ୍ୱାରା ଯକୃତକୁ ସୁସ୍ଥ ରଖିପାରିବା । 

ନୌକାସନ:

ଯକୃତକୁ ସୁସ୍ଥ ରଖିବା ପାଇଁ ନୌକାସନ ହେଉଛି ଏକ ପ୍ରଭାବଶାଳୀ ଯୋଗ । ଏହା କରିବା ଦ୍ୱାରା ଯକୃତ ସମ୍ବନ୍ଧୀୟ କୌଣସି ରୋଗ ହୋଇ ନଥାଏ । ଏହା ଲିଭରକୁ ମଜଭୁତ କରିବା ସହ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ । 

-ପ୍ରଥମେ ଯୋଗ ମ୍ୟାଟ୍‌ରେ ଚିତ୍‌ ହୋଇ ଶୋଇ ପଡନ୍ତୁ ।

-ପିଠିକୁ ସିଧା ରଖିବା ସହ ହାତକୁ ଶରୀରର ଦୁଇ ପାଶ୍ୱର୍ରେ ରଖନ୍ତୁ । 

-ଏବେ ନିଜର ମୁଣ୍ଡପଟୁ ଅଣ୍ଟା ଯାଏ ଓ ଗୋଡ ପଟୁ ଅଣ୍ଟା ଯାଏ ଚଟାଣରୁ ଉପରକୁ ଉଠାନ୍ତୁ । ଆଉ ଶରୀରର ସମସ୍ତ ଭାର ନିତମ୍ବ ଉପରେ ଛାଡି ଦିଅନ୍ତୁ ।

-ବର୍ତ୍ତମାନ ଆପଣଙ୍କ ହାତ ଓ ଗୋଡ ପରସ୍ପରର ପାଶ୍ୱର୍ରେ ହୁକ୍‌ ପରି ପବନରେ ଝୁଲି ରହିବ ।

-ଯେପର୍ଯ୍ୟନ୍ତ ସମ୍ଭବ ଆପଣ ଏହି ମୁଦ୍ରାରେ ରୁହନ୍ତୁ । 

ଧନୁରାସନ:

ଫ୍ୟାଟି ଲିଭରରେ ପୀଡିତ ଲୋକମାନଙ୍କ ପାଇଁ ଧନୁରାସନ ବେଶ୍‌ ଉପଯୋଗୀ । ଏହା ଯକୃତକୁ ଉତ୍ତେଜିତ, ଷ୍ଟ୍ରେଚ୍‌ ଓ ମଜଭୁତ୍‌ କରିବାରେ ସାହାଯ୍ୟ କରେ । ଧନୁରାସନ କରିବା ଦ୍ୱାରା ଯକୃତରେ ଫ୍ୟାଟ୍‌ କମ୍‌ ହୋଇଥାଏ । 

-ଯୋଗ କରିବା ପାଇଁ ମ୍ୟାଟ୍‌ ଉପରେ ପେଟ ମାଡି ଶୋଇପଡନ୍ତୁ । 

-ଦୁଇ ହାତକୁ ଶରୀର ସହ ସମାନ୍ତର ଭାବେ ରଖନ୍ତୁ । 

-ଏବେ ଦୁଇ ଗୋଡକୁ ପଛକୁ ମୋଡନ୍ତୁ । 

-ଏହା ପରେ ଦୁଇ ହାତରେ ଦୁଇ ଗୋଡକୁ ଧରନ୍ତୁ । 

-ଏହି ମୁଦ୍ରାରେ ୨୦/୩୦ ସେକେଣ୍ଡ ଯାଏ ରୁହନ୍ତୁ । 

-ପୁଣି ପୂର୍ବ ମୁଦ୍ରାକୁ ଫେରି ଆସନ୍ତୁ । ଏହି ମୁଦ୍ରାକୁ ୧୦ ଥର କରିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.