ପ୍ରମୂଖ ଖବର
  • କଟକର ବିଭିନ୍ନ ହୋଟେଲ୍‌ରେ ଚଢାଉ, ଖାଦ୍ୟର ମାନ ସହ ଲାଇସେନ୍ସ ଯାଞ୍ଚ କରୁଛି ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌
  • ||
  • ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ଗିରଫ, ୧ କୁଇଣ୍ଟାଲ ଗଞ୍ଜେଇ ଜବତ
  • ||
  • ଭାଲୁଡିଗୀ ଜଙ୍ଗଲରେ ଦୁଇ ଦିନରେ ୨୭ ଜଣ ମାଓବାଦୀ ନିହତ ଘଟଣା : ନୂଆପଡା ଗସ୍ତରେ ଯିବେ ଡିଜିପି
  • ||
  • ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ, ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସୂଚନା
  • ||
  • ଜଳେଶ୍ୱର : ଭରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର
  • ||
  • କରଞ୍ଜିଆ : ମହିଳାଙ୍କୁ ହତ୍ୟା କରି ପୋତିଦେଲା ଯୁବକ, ମାଟିତଳୁ ଉଦ୍ଧାର ହେଲା ମୃତଦେହ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ୨୩ ରୁ ଖୋଲିବ ଭିତରକନିକା
  • ||
  • ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ହେବେ ସାମିଲ
  • ||

ମହିଳା ହକି ଇଣ୍ଡିଆ ଲିଗ୍‌:୪-୧ରେ ବେଙ୍ଗଲ ଟାଇଗର୍ସ ପରାସ୍ତ, ପଏଣ୍ଟ ତାଲିକାରେ ଶୀର୍ଷରେ ଓଡ଼ିଶା ୱାରିୟର୍ସ

Published By : Prameya | January 20, 2025 10:57 AM

ଭୁବନେଶ୍ୱର/ରାଉରକେଲା,୨୦/୦୧: ମହିଳା ହକି ଇଣ୍ଡିଆ ଲିଗ୍‌  (ଏଚ୍‌ଆଇଏଲ୍‌)ରେ ରବିବାର ଓଡ଼ିଶା ୱାରିୟର୍ସ  ଜବରଦସ୍ତ ବିଜୟ ସହ ପଏଣ୍ଟ ତାଲିକାରେ  ଶୀର୍ଷ ସ୍ଥାନ ଦଖଲ କରିଛି । ବିର୍ସା ମୁଣ୍ଡା ହକି  ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ଦଳ  ୪-୧ ଗୋଲ୍‌ରେ ଶ୍ରାଚୀ ରାହ ବେଙ୍ଗଲ ଟାଇଗର୍ସକୁ ପରାସ୍ତ କରିଥିଲା । ଓଡ଼ିଶା ପକ୍ଷରୁ ୟିପି ଜାନସେନ ଡବଲ୍‌ ଗୋଲ୍‌  କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ  କରିଥିଲେ । ସେ ୧୮ ଓ ୪୭ମିନିଟ୍‌ରେ ୨ଟି ଗୋଲ୍‌ କରିଥିବାବେଳେ ୧୬ମିନିଟ୍‌ରେ  ମିଚେଲ ଫିଲେଟ ଓ ୫୮ମିନିଟ୍‌ରେ ନେହା ଗୋୟଲ ଗୋଲ୍‌ ଦେଇଥିଲେ । ବେଙ୍ଗଲ ଟାଇଗର୍ସ ପକ୍ଷରୁ ୩୦ମିନିଟ୍‌ରେ ଉଦିତା ଗୋଟିଏ ଗୋଲ୍‌ ପରିଶୋଧ କରିଥିଲେ । ଓଡ଼ିଶା ୪ଟି ମ୍ୟାଚ୍‌ ଖେଳି ୩ ବିଜୟ, ୧ ପରାଜୟ ସହ ମୋଟ ୮ ପଏଣ୍ଟ ପାଇଛି । 

ସୁଟ୍‌ ଆଉଟ୍‌ରେ ଜିତିଲା କଳିଙ୍ଗ ଲାନସର୍ସ 

ପୁରୁଷ ଏଚ୍‌ଆଇଏଲ୍‌ରେ ଆଜି ବେଦାନ୍ତ  କଳିଙ୍ଗ ଲାନସର୍ସ ସୁଟ୍‌ ଆଉଟ୍‌ରେ  ଦିଲ୍ଲୀ ଏସ୍‌ଜି ପିପର୍ସକୁ ୫-୫  (୩-୨) ଗୋଲ୍‌ରେ ପରାସ୍ତ କରିଥିଲା । ମ୍ୟାଚ୍‌ କଡ଼ା ସଂଘର୍ଷପୂର୍ଣ୍ଣ  ହୋଇଥିଲା । ତୃତୀୟ କ୍ୱାର୍ଟର ଶେଷ  ସୁଦ୍ଧା ଦିଲ୍ଲୀ ୫-୨ରେ ଆଗୁଆ  ରହିଥିଲା । ମାତ୍ର ଅନ୍ତିମ କ୍ୱାର୍ଟରରେ କଳିଙ୍ଗ  ଲାନସର୍ସ ଅବିଶ୍ୱସନୀୟ ଖେଳ ପ୍ରଦର୍ଶନ କରି  ୩ଟି ଗୋଲ୍‌ କରିବା ସହ ମ୍ୟାଚ୍‌କୁ ୫-୫ରେ  ବରାବର କରିଥିଲା । କଳିଙ୍ଗ ପକ୍ଷରୁ ୧୩ ଓ  ୫୨ମିନିଟ୍‌ରେ ଆଲେଜାଣ୍ଡର ହେଣ୍ଡ୍ରିକ୍ସ, ୩୫ ଓ  ୪୭ମିନିଟ୍‌ରେ ଥିଏରୀ ବ୍ରିଙ୍କମାନ ଓ  ୪୯ମିନିଟ୍‌ରେ ଅଙ୍ଗଦ ବୀର ସିଂହ  ଗୋଲ୍‌ କରିଥିଲେ । 

ସେହିପରି  ଦିଲ୍ଲୀ ପକ୍ଷରୁ ୧୮ ଓ ୨୦ମିନିଟ୍‌ରେ  ଥୋମାସ ଡୋମେନ, ୨୧ମିନିଟ୍‌ରେ  କୋରେ ୱେୟର, ୨୩ମିନିଟ୍‌ରେ  କୋଜି ୟାମାସାକି ଓ ୩୭ମିନିଟ୍‌ରେ ଦିଲରାଜ  ସିଂହ ଗୋଲ୍‌ ଦେଇଥିଲେ । ମ୍ୟାଚ୍‌ ଅମୀମାସିଂତ  ରହିବା ପରେ ସୁଟ୍‌ ଆଉଟର ସହାୟତା  ନିଆଯାଇଥିଲା । କଳିଙ୍ଗ ୩-୨ ଗୋଲ୍‌ରେ  ରୋମାଞ୍ଚକର ବିଜୟ ହାସଲ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.