ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଭାଲେଣ୍ଟାଇନ୍‌ସ ଡେ୍‌’ରେ ସଲମାନ ଖାନ ପୋଷ୍ଟ କଲେ ଫଟୋ : ଖୁସି ହେଲେ ପ୍ରଶଂସକ , କହିଲେ ...

Published By : Prameya | February 14, 2025 8:04 PM

ମୁମ୍ୱାଇ : ବଲିଉଡ୍‌ ଅଭିନେତା ସଲମାନ ଖାନ ସୋସିଆଲ ମିଡ଼ିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସେ ଭାଲେଣ୍ଟାଇନ୍ସ ଡେ’ରେ ଏହି ଫଟୋ ସେୟାର କରି ନିଜର ପ୍ରଶଂସକଙ୍କ ହୃଦୟକୁ ଖୁସି କରିଛନ୍ତି। ଏହି ଫଟୋରେ ସେ ଏକୁଟିଆ ନାହାନ୍ତି,ତାଙ୍କ ସହ ତାଙ୍କର ପୂରା ପରିବାର ଅଛି। ସେ ଫଟୋ ପୋଷ୍ଟ କରି ଲେଖିଛନ୍ତି , ଅଗ୍ନିହୋତ୍ରିୟନ୍ସ, ଶର୍ମାନିୟନ୍ସ ଓ ଖାନେନିୟନ୍ସ ଆପଣ ସମସ୍ତଙ୍କୁ ପାରିବାରିକ ଦିବସର ଶୁଭକାମନା ଦେଉଛି। 

ପ୍ରଶଂସକଙ୍କୁ ସଲମାନଙ୍କର ଏହି ଅନ୍ଦାଜ ବହୁତ ଭ ଲାଗିଛି। ସେମାନେ ଫଟୋରେ କମେଣ୍ଟ କରି ତାଙ୍କର ପ୍ରଶଂସା କରୁଛନ୍ତି। ଜଣେ ଲେଖିଛନ୍ତି , ପରଫେକ୍ଟ ଫ୍ୟାମିଲି। ଅନ୍ୟ ଜଣେ ଲେଖିଛନ୍ତି , ଆମେ ଏକାଠି ଅଛୁ( ହମ୍‌ ସାଥ୍‌ ସାଥ୍‌ ହୈଁ )। ୩ୟ ଜଣଙ୍କ ଲେଖିଛନ୍ତି , ଭାଇ ଏହାକୁ କହନ୍ତି ହିରୋ । ଅନ୍ୟପଟେ କିଛି ଲୋକ ସଲମାନଙ୍କୁ ତାଙ୍କର ଆଗାମୀ ଫିଲ୍ମ “ସିକନ୍ଦର”ର ଅପଡେଟ୍‌ ମାଗିଛନ୍ତି। 

ସୂଚନା ଆଧାରରେ ସଲମାନ ଖାନଙ୍କ ଫିଲ୍ମ “ସିକନ୍ଦର” ଚଳିତ ବର୍ଷ ଇଦ୍‌ ଅବସରରେ ହଲ୍‌ରେ ରିଲିଜ୍‌ ହେବ। ଏହି ଫିଲ୍ମକୁ ଏଆର ମୁରୁଗାଦାସ ଡାଇରେକ୍ଟ କରୁଛନ୍ତି। ସେପଟେ ସାଜିଦ୍‌ ନାଜିଆଡୱାଲା ଏହି ଫିଲ୍ମକୁ ପ୍ରଡ୍ୟୁସ୍‌ କରୁଛନ୍ତି। ଏହି ଆକ୍ସନ –ଥ୍ରୀଲର ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ଅଛନ୍ତି।  


ୱାର୍କଫ୍ରଣ୍ଟର କଥା ଯଦି କହିବା ତ, ଫିଲ୍ମ “ସିକନ୍ଦର” ପରେ ସଲମାନ ନିଜର ସବୁଠୁ ବଡ଼ ଫିଲ୍ମ କିକ୍‌ର ଫ୍ରାଞ୍ଚାଇଜ୍‌ ଉପରେ କାମ କରିବେ । ମିଡ଼ିଆ ରିପୋର୍ଟ ମୁତାବିକ୍‌, ଇଦ୍‌ ପରେ ସଲମାନ କିକ୍‌-୨ ପ୍ରସ୍ତୁତିରେ ଲାଗି ପଡ଼ିବେ । କୁହାଯାଉଛି ଯେ , କିକ୍‌ ପରି କିକ୍‌-୨ରେ ମଧ୍ୟ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍ ନଜର ଆସିବେ। ହେଲେ ଏବେସୁଦ୍ଧା ସରକାରୀ ଭାବେ ଏହି କଥା ନିଶ୍ଚିନ୍ତ ହୋଇ ନାହିଁ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.