ମୁମ୍ବାଇ,୧୫/୦୨: ସଂଙ୍ଗୀତ ଦୁନିଆରୁ ପୁଣି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ବଙ୍ଗାଳି ଗାୟକ ଏବଂ କମ୍ପୋଜର ପ୍ରତୁଲ ମୁଖୋପାଧ୍ୟାୟଙ୍କ ପରଲୋକ। ୮୩ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ତାଙ୍କକ ଦେହାନ୍ତରେ ସମଗ୍ର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ପରିବାରଠାରୁ ପ୍ରଶଂସକ ପର୍ଯ୍ୟନ୍ତ, ସମସ୍ତେ ପ୍ରତୁଲ ମୁଖୋପାଧ୍ୟାୟଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।
ସୂଚନା ମୁତାବକ, ପ୍ରତୁଲ ମୁଖୋପାଧ୍ୟାୟ ଅନେକ ଦିନ ଧରି ଅସୁସ୍ଥ ଥିଲେ। ପ୍ରତୁଲଙ୍କୁ କୋଲକାତାର SSKM ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଥିଲା। କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ହସ୍ପିଟାଲ ଯାଇ ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ହେଲେ ଆଜି ଅର୍ଥାତ ଶନିବାର ସକାଳେ ସେ SSKM ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅନେକ ଦିନ ଧରି ଅସୁସ୍ଥତା ହେତୁ, ପ୍ରତୁଲ ମୁଖୋପାଧ୍ୟାୟ ଦୁର୍ବଳ ହେବା ସହ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ଥିଲେ। ପ୍ରକାଶ ଥାଉକି, ପ୍ରତୁଲ ବେଙ୍ଗଲ ସଙ୍ଗୀତ ଜଗତର ସବୁଠାରୁ ପ୍ରସିଦ୍ଧ ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ଅବିଭକ୍ତ ପୂର୍ବ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ ଏବଂ ପରେ ପଶ୍ଚିମବଙ୍ଗକୁ ଚାଲିଯାଇଥିଲେ । ସେ ଗୀତ ଗାଇବା ଠାରୁ ଆରମ୍ଭ କରି ଲେଖା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରତିଭା ଦେଖାଇଛନ୍ତି।