ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ସିକନ୍ଦର ସେଟ୍‌କୁ ଫେରିଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ଏହି ଦିନ ହେବ ରିଲିଜ

Published By : prameya | February 15, 2025 1:05 PM

ମୁମ୍ବାଇ,୧୫/୦୨: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ସଲମାନ ଖାନଙ୍କ ଆଗାମୀ ଫିଲ୍ମ ସିକନ୍ଦର ।  ଚଳିତ ବର୍ଷ ଇଦରେ ଏହି ଫିଲ୍ମ ରିଲିଜ ହେବା ନେଇ ସୂଚନା ରହିଛି । ତେବେ ଏହାରି ମଧ୍ୟରେ ଫିଲ୍ମକୁ ନେଇ ସାମ୍ନାକୁ ଆସିଛି ବଡ଼ ଅପଡ଼େଟ୍ । ତେବେ ସିକନ୍ଦର ସେଟ୍‌କୁ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁବାକୁ ଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନା ଫେରିଛନ୍ତି । ନିକଟରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଯାହାକୁ ନେଇ ସେ ସୁଟିଂ ପାଇଁ ଯାଇପାରିନଥିଲେ । କିନ୍ତୁ ବର୍ତ୍ତମାନ ପୁଣିଥରେ ରଶ୍ମିକା ଗୋଡ଼ରେ ଆଘାତ ପରେ ସିକନ୍ଦର ସେଟ୍‌କୁ ଫେରିଛନ୍ତି । ସେ ସୁଟିଂ ଆରମ୍ଭ କରିଥିବା ନେଇ ଏକ ବିଟିଏସ ଫଟୋ ମଧ୍ୟ ସେୟାର କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ-  ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଅଜୟ ଦେବଗନ୍‌ଙ୍କ ଅଭନୀତ ଫିଲ୍ମ 'ଧମାଲ-୪'

ତେବେ ମାର୍ଚ୍ଚ ଶେଷରେ ଅର୍ଥାତ ଇଦରେ ସିକନ୍ଦର ରିଲିଜ ହେବାକୁ ଯାଉଛି । କିନ୍ତୁ ସିକନ୍ଦରର ସୁଟିଂ ବର୍ତ୍ତମାନ ଯାଏଁ ଶେଷ ହୋଇନି । ଯାହାକୁ ଫ୍ୟାନ୍ସ ଚିନ୍ତାରେ ଯେ ଫିଲ୍ମର ଟ୍ରେଲର କେବେ ଆସିବ ଓ ରିଲିଜ କେବେ ହେବ ।  ତେବେ ଗତକାଲି ଅର୍ଥାତ ୧୪ ଫେବୃଆରୀରେ ରଶ୍ମିକା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ସିକନ୍ଦର ସେଟରୁ ଏକ ବିଟିଏସ ଫଟୋ ସେୟାର କରିଥିଲେ । ଏହି ଫଟୋ କୋଲାଜ ସେଲ୍‌ପି ଥିଲା । ଯେଉଁଥିରେ ସେ ନିଜର ହାତରେ କୋରିଆନ ହାର୍ଟ ବନାଇଥିବା ନଜର ଆସିଥିଲେ । ଏଥିସହ ସେ କ୍ୟାପସନରେ ଲେଖିଥିଲେ ଯେ, ପିଏସ-ସିକନ୍ଦର ରାତ୍ର ସୁଟ୍ । ମୋତେ ଲାଗୁଛି ଯେ ଶେଷରେ ପୁଣିଥରେ ମୋ ଅଭିନୟ ଜୀବନକୁ ଫେରିଆସିଛି ।   ନିର୍ଦ୍ଦେଶକ ସାଜିଦ ନାଡିୟାଡ଼ବାଲାଙ୍କ ପତ୍ନୀ ମଧ୍ୟ ସିକନ୍ଦର ସେଟ୍‌ରୁ ଏକ ବିଟିଏସ ଫଟୋ ସେୟାର କରିଛନ୍ତି ।    ତେବେ ଫିଲ୍ମରେ ସଲମାନ ଖାନ ଓ ରଶ୍ମିକା ମନ୍ଦାନାଙ୍କ ସହିତ ସିକନ୍ଦରର ଷ୍ଟାରକାଶ୍ଟରେ ସତ୍ୟରାଜ, ପ୍ରତୀକ ବବ୍ବର, କାଜଲ ଅଗ୍ରଓ୍ବାଲ ଓ ସରମନ ଜୋଶୀଙ୍କ ଭଳି କଳାକାର ଅଛନ୍ତି । ଯେଉଁମାନଙ୍କୁ ଫିଲ୍ମରେ ମୁଖ୍ୟ ଭୂମିକାର ଦେଖିବାକୁ ମିଳିବ । 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.