ମୁମ୍ବାଇ,୧୬/୦୨: ଭିକି କୌଶଳ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ଛାଭା' । ଫିଲ୍ମଟି ସିନେମା ହଲରେ ରିଲିଜ୍ ହେବାର ୨ ଦିନ ମଧ୍ୟରେ ରେକର୍ଡ ସୃଷ୍ଟି କରିଛି। ଦର୍ଶକ ଏହି ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ ଏବେ ଏହା କେଉଁ OTT ପ୍ଲାଟଫର୍ମରେ ରିଲିଜ୍ ହେବ ତାହା ମଧ୍ୟ ପ୍ରକାଶ ପାଇଛି।
ତେବେ "ଛାଭା" ଚଳଚ୍ଚିତ୍ରଟି ଚଳିତ ବର୍ଷର ସବୁଠାରୁ ବଡ଼ ଓପନିଂ ସିନେମା ହୋଇ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ଏହି ବର୍ଷ, କଙ୍ଗନା ରାଣାୱତଙ୍କ ଏମରଜେନ୍ସି ଏବଂ ଅକ୍ଷୟ କୁମାରଙ୍କ ସ୍କାଏଫୋର୍ସ ସମେତ କିଛି ବଡ଼ ସିନେମା ବକ୍ସ ଅଫିସରେ ମୁକ୍ତିଲାଭ କରିଥିଲା । କିନ୍ତୁ ଛାଭା ଆଗରେ ସେଗୁଡ଼ିକ ସବୁ ବିଫଳ ହୋଇଛି । ଭିକିଙ୍କ ଫିଲ୍ମ "ଛାଭା" ପ୍ରଥମ ଦିନରେ ବକ୍ସ ଅଫିସରେ ୩୧ କୋଟି ଟଙ୍କା ରୋଜଗାର କରିଥିଲା । ସେହିପରି ଅକ୍ଷୟଙ୍କ ଫିଲ୍ମ "ସ୍କାଏଫୋର୍ସ" ମାତ୍ର ୧୨ କୋଟି ଟଙ୍କା ରୋଜଗାର କରିଥିଲା।
ରିପୋର୍ଟ ଅନୁସାରେ, 'ଛାଭା' ଫିଲ୍ମଟି ଖୁବ୍ଶୀଘ୍ର ନେଟଫ୍ଲିକ୍ସରେ ରିଲିଜ୍ ହେବ। ଫିଲ୍ମଟି ରିଲିଜ୍ ହେବାର ଦେଢ଼ରୁ ଦୁଇ ମାସ ପରେ OTTରେ ରିଲିଜ୍ ହୋଇପାରେ। ଭିକିଙ୍କ ଏପର୍ଯ୍ୟନ୍ତର ସର୍ବୋତ୍ତମ ଫିଲ୍ମଗୁଡ଼ିକୁ ପଛରେ ପକାଇ, 'ଛାଭା' ତାଙ୍କୁ ତାଙ୍କ କ୍ୟାରିଅରର ସବୁଠାରୁ ବଡ଼ ଓପନିଂ ଫିଲ୍ମ ମଧ୍ୟ ଦେଇଛନ୍ତି। ଛାଭା ଚଳଚ୍ଚିତ୍ରଟି ସାମ ବାହାଦୁର, ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ରାଜି ଭଳି ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଛି। ଏହି ସିନେମାଟି ଏପର୍ଯ୍ୟନ୍ତ ଭାଲେଣ୍ଟାଇନ୍ସ ଡେରେ ମୁକ୍ତିଲାଭ କରିଥିବା ସମସ୍ତ ସିନେମାକୁ ପଛରେ ପକାଇ ଦେଇଛି। ଏବେ ଭିକିଙ୍କ ସିନେମା "ଛାଭା" ୩୧ କୋଟି ରୋଜଗାର କରି ଏହି ରେକର୍ଡ ହାସଲ କରିଛି।