ପ୍ରମୁଖ ଖବର
  • ବାରିପଦାରେ ବୁଲୁଥିଲା ଶିମିଳିପାଳର ବାଘ; କାବୁ କରିନେଲା ବନ ବିଭାଗ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମ୍‌ଗାର୍ଲ, ସାଲିଆ ସାହିରେ ଜନସଭା କରିବେ ହେମାମାଳିନୀ
  • ||
  • ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ବୋଲେରୋ: ୨ ମୃତ, ୮ ଗୁରୁତର
  • ||
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

କାହିଁକି ଖାଲି ପେଟରେ ଘିଅ ଖାଇବାର ଟ୍ରେଣ୍ଡ ହେଉଛି ପପୁଲାର ? ଏହାର ଫାଇଦା ଜାଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨।୫: ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଲୋକ ଖାଲି ପେଟରେ ଗୋଟେ ଚାମଚ ଦେଶୀ ଘିଅ ଖାଇବାର ଲାଭ ବିଷୟରେ କହୁଥିବାର ଦେଖିଥିବେ। ଏଥିରେ ବଡ ବଡ ବଲିଉଡ ହିରୋଇନଙ୍କଠାରୁ ନେଇ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମଧ୍ୟ ଅଛନ୍ତି। ଉଲ୍ଲେଖନୀୟ ଯେ, ଏହି ଟ୍ରେଣ୍ଡ ଏମିତି ଖାଲିରେ ପପୁଲାର ହୋଇ ନାହିଁ, ବଂର ଘିଅ ବହୁ ପୁରୁଣା ସମୟ ହେବ ଦେହ ପାଇଁ ଖୁବ୍ ଲାଭଦାୟକ ବୋଲି କୁହାଯାଉଛି। ବହୁ ବର୍ଷ ପୂର୍ବେ କେବଳ ଘିଅରେ ହିଁ ରୋଷେଇ ହେଉଥିଲା, ଯାହାଫଳରେ ଲୋକଙ୍କର ସ୍ବାସ୍ଥ୍ୟ ଭଲ ରହୁଥିଲ। ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିବ ଓ ଭିଟାମିନ୍ ଏ ଆମ ଦେହ ପାଇଁ ଖୁବ୍ ଲାଭଦାୟକ ଥିଲା। 

ଘିଅ ବ୍ୟୁଟେରିକ୍ ଏସିଡ୍‌ରେ ପରିପୂର୍ଣ୍ଣ,ଯାହାକି ଶରୀରର ରୋଗ ସହିତ ଲଢୁଥିବା ଟି-କୋଷିକାର ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ। ତେଣୁ ଏହାର ସେବନ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବାରେ ସାହାଯ୍ୟ କରିଥାଏ। ଘିଅ  ପୋଷକ ତତ୍ତ୍ବରେ ପରିପୂର୍ଣ୍ଣ। ଏହା ପେଟ ଓ ପାଚନକୁ ମଜବୁତ କରିଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟେ ଚାମଚ ଘିଅ ଖାଇବା ଫଳରେ ପାଚଳନ ଶକ୍ତି ବଢିଥାଏ। ଘିଅ ଖାଇବା ପେଟ ପାଇଁ ବହୁତ ଭଲ। ପୁରୁଣା ସମୟରେ ଆମର ପୂର୍ବ-ପୁରୁଷ ନିଜର ଖାଦ୍ୟରେ ଗୋଟେ ଚାମଚ ଘିଅ ଖାଉଥିଲେ। ଏହାଦ୍ବାରା ପେଟ ଠିକ୍ ରହୁଥିଲା ଓ ଅଲସର ଏବଂ କ୍ୟାନସର ଭଳି ରୋଗର ବିପଦ ମଧ୍ୟ କମ୍ ହେଉଥିଲା।

ଘିଅ ଖାଇବା ଫଳରେ ଓଜନ ନିୟନ୍ତ୍ରଣରେ ରହିବାରେ ସାହାଯ୍ୟ ମିଳିଥାଏ। ଘିଅ ପେଟର ଚର୍ବିକୁ କମ୍ କରିବାରେ ସାହାଯ୍ୟ କରିଥାଏ, କାରଣ ଏଥିରେ ମେଟାବଲିଜିମ୍ ବଢିଥାଏ ଯାହାକି ଶରୀର ଚର୍ବି ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ସକାଳେ ଖାଲି ପେଟରେ ଘିଅ ଖାଇବା ଫଳରେ ଭୋକ କନଟ୍ରୋଲରେ ରହିଥାଏ, ଯାହାଫଳରେ ଆମେ ବାରମ୍ବାର ଖାଦ୍ୟ ଖାଇନଥାଉ। ତା ଛଡା ଘିଅ ସ୍କିନ୍ ପାଇଁ ଖୁବ୍ ଲାଭଦାୟକ। ଏଥିରେ ଥିବା ଭିଟାମିନ୍ ସ୍କିନ୍‌କୁ ଟାଇଟ୍ କରିଥାଏ। ଚେହେରାରେ ଲଗାଇବା ଫଳରେ ଏହାର ଚମକ ବଢିଯାଇଥାଏ। ତା ଛଡା କେଶ ପାଇଁ ମଧ୍ୟ ଘିଅ ଭଲ। ଏଥିରେ ମଶ୍ଚରାଇଜିଂ ଗୁଣ ରହିଥାଏ। ଘିଅ ହାଡକୁ ମଧ୍ୟ ଶକ୍ତି ଦେଇଥାଏ। କାରଣ ଘିଅରେ ଭିଟାମିନ୍ କେ’ ପ୍ରଚୁର ମାତ୍ରାରେ ରହିଥାଏ। ଯାହାକି କ୍ୟାଲସିୟମ୍‌ ଅବଶୋଷଣରେ ସାହାଯ୍ୟ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.