ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଉପହାର ଭାବେ ଅଯୁଗ୍ମ ସଂଖ୍ୟକ ଅର୍ଥ କାହିଁକି ଦିଆଯାଏ, ଜାଣନ୍ତୁ କ'ଣ ରହିଛି କାରଣ

Published By : Prameya | December 9, 2024 12:54 PM

ଭୁବନେଶ୍ୱର ୦୯/୧୨: ବିବାହ ଋତୁ ଦେବୋତ୍ଥାନ ଏକାଦଶୀ ପରଠାରୁ ଆରମ୍ଭ ହୋଇଯାଇଛି । ବିବାହ ଉତ୍ସବରେ ଶୁଭେଚ୍ଛାମୂଳକ ଭାବେ ନବଦମ୍ପତିଙ୍କୁ ଅର୍ଥ ଅବା ଉପହାର ସାମଗ୍ରୀ ପ୍ରଦାନ କରିବାର ପରମ୍ପରା ରହିଛି । ଲକ୍ଷ୍ୟ କରାଯାଏଯେ ଯେତେବେଳେ ଉପହାର ଭାବେ ଅର୍ଥ ଦିଆଯାଏ ତାହା ଅଯୁଗ୍ମ ସଂଖ୍ୟକ ଦିଆଯାଇଥାଏ । ଯେପରି ୧୧, ୨୧, ୫୧, ୧୦୧, ୫୦୧ ବା ୧୦୦୧... ଇତ୍ୟାଦି । ରଙ୍ଗିନ ଲିଫାଫାରେ ୧ଟଙ୍କାର ମୁଦ୍ରା ଖଞ୍ଜାଯାଇ ବିକ୍ରି କରାଯାଉଥିବା ମଧ୍ୟ ଲକ୍ଷ୍ୟ କରାଯାଏ । ତେବେ ୧ଟଙ୍କା ଅଧିକ କାହିଁକି ଦିଆଯାଏ? ଆସନ୍ତୁ ଜାଣିବା ସେ ବିଷୟରେ । 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସନାତନ ଧର୍ମରେ ଅଯୁଗ୍ମ ସଂଖ୍ୟା ପ୍ରଗତି ତଥା ସମୃଦ୍ଧିର ପ୍ରତୀକ । ଆମେ ଯେହେତୁ ନବଦମ୍ପତିଙ୍କ ଦାମ୍ପତ୍ୟ ଜୀବନ ଆଗକୁ ବଢ଼ୁ ବୋଲି ଆଶା କରୁ ଏହାର ପ୍ରତୀକ ଭାବେ ଅଯୁଗ୍ମ ସଂଖ୍ୟକ ଅର୍ଥ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଦେଇଥାଉ । ଅନ୍ୟପକ୍ଷରେ ଯୁଗ୍ମ ସଂଖ୍ୟା ସ୍ଥିରତା ତଥା ଶାନ୍ତିର ପ୍ରତୀକ  । ଶୁଦ୍ଧିକ୍ରିୟାରେ ସର୍ବଦା ୧୦, ୨୦, ୫୦,୧୦୦ ଅବା ୫୦୦ ଟଙ୍କା..ଏହିପରି ଯୁଗ୍ମ ସଂଖ୍ୟକ ଅର୍ଥ ଦିଆଯାଏ । କାରଣ ଦିବଂଗତ ଆତ୍ମା ପାଇଁ ଆମେ ଶାନ୍ତି ତଥା ସ୍ଥିରତା କାମନା କରିଥାଉ ।  ଗାଣିତିକ ଦୃଷ୍ଟିରୁ ମଧ୍ୟ ଅଯୁଗ୍ମ ସଂଖ୍ୟା ଗତିଶୀଳତାର ପ୍ରତୀକ  । ସେହିପରି ବୈଜ୍ଞାନିକଙ୍କ କହିବା ଅନୁଯାୟୀ ସଂଖ୍ୟା ଆମ ମସ୍ତିଷ୍କକୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ପ୍ରଭାବିତ କରିଥାଏ । ନ୍ୟୁରୋ-ପ୍ଲେସବୋ ଅନୁସାରେ ବିଷମ ବା ଅଯୁଗ୍ମ ସଂଖ୍ୟା ଆଶା ଆକାଂକ୍ଷା ବଢ଼ାଇବାରେ ସହାୟକ ହୋଇଥାଏ । ଉର୍ଜା ସିଦ୍ଧାନ୍ତ ଅନୁଯାୟୀ ମଧ୍ୟ ଅଯୁଗ୍ମ ସଂଖ୍ୟା ଶକ୍ତିର ଅନବରତ ପ୍ରବାହକୁ ସୂଚାଇଥାଏ । ଏଣୁ ସବୁ ଦୃଷ୍ଟିରୁ ସମସ୍ତ ଶୁଭ କାର୍ଯ୍ୟରେ ଅଯୁଗ୍ମ ସଂଖ୍ୟକ ଅର୍ଥ ଦେବା ଉଚିତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.