ତେହରାନ – ହିଜାବ ଭଲରେ ନପିନ୍ଧିବା ଅଭିଯୋଗରେ ପୋଲିସ ନିର୍ଯାତନାର ଶିକାର ହେବାର ଜବାବରେ, ଇରାନର ଛାତ୍ରୀ ଅହୁ ଦରୟାଇ ନିଜ ଶରୀରରୁ ପୋଷାକ କାଢି ଦେଇଥିଲେ। ସେ ରାସ୍ତାରେ କେବଳ ଅଣ୍ଡରୱିୟର୍ସରେ ହିଁ ବୁଲୁ ଥିବାର ଦେଖା ଯାଇଥିଲେ ଏବଂ ତାଙ୍କର ଏହି ଫଟୋ ପୂରା ବିଶ୍ୱରେ ଭାଇରାଲ ହୋଇଥିଲା। ଅହୁ ଦରୟାଇଙ୍କ ଏହି ହରକତର ଗୋଟେପଟେ ଇରାନର କଟ୍ଟରପନ୍ଥୀ ସମାଲୋଚନା କରୁଥିବା ବେଳେ ବିଶ୍ୱରେ ଆଉ କିଛି ଲୋକେ ଯେଉଁମାନେ କହୁଛନ୍ତି , ଅହୁ ଇରାନୀ କଟ୍ଟରପନ୍ଥୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ ମହିଳାଙ୍କ ସ୍ୱାଧୀନତାର ପ୍ରତୀକ ପାଲଟିଛନ୍ତି ଏବଂ କହିଛନ୍ତି ,କେମିତି କଟ୍ଟରପନ୍ଥୀ ଶକ୍ତିକୁ ଚ୍ୟାଲେଞ୍ଜ ଦିଆ ଯାଇ ପାରେ।
ଏବେ ପ୍ରଶ୍ନ ଏହା କି, ସେହି ଚର୍ଚ୍ଚିତ ଛାତ୍ରୀ ଅହୁ ଦରୟାଇ ଏବେ କେଉଁଠି ? ଭାଇରାଲ ଭିଡ଼ିଓରେ ନଜର ଆସୁଛି କି, ସେ ତେହରାନ ୟୁନିଭର୍ସିଟିର କ୍ୟାମ୍ପସରେ ପୋଷାକ ଓହ୍ଲାଇ ବୁଲୁଛନ୍ତି। ତାଙ୍କ ଶରୀରରେ କେବଳ ଅଣ୍ଡରୱିୟର୍ସ ନଜର ଆସୁଛି। ଏହି ମଧ୍ୟରେ ସାଧା ପୋଷାକରେ ଆସି ଥିବା କିଛି ଲୋକ ଧରି ନେଇ ଏକ କାରରେ ବସାଇ ଦେଉଛନ୍ତି। କୁହାଯାଉଛି କି , ଅହୁ ଦରୟାଇଙ୍କୁ କୌଣସି ଅଜ୍ଞାତ ସ୍ଥାନରେ ରଖାଯାଇଛି। ଏବେ ସୁଦ୍ଧା ଇରାନ ଅଫିସିଆଲି ଭାବେ ସୂଚନା ଦେଇ ନାହିଁ ଯେ, ଅହୁ ଦରୟାଇଙ୍କୁ କେଉଁଠି ରଖାଯାଇଛି। ଏକ ସ୍ଥାନୀୟ ଖବର କାଗଜ ଫର୍ଜିଖତେଗନର କହିବାନୁସାରେ , ଅହୁ ଦରୟାଇଙ୍କୁ ଏକ ପାଗଳଖାନାରେ ଭର୍ତ୍ତି କରାଯାଇଛି।
ଏମନେଷ୍ଟି ଇଣ୍ଟରନ୍ୟାସନାଲ ଇରାନୀ ପ୍ରଶାସନକୁ ଅପିଲ କରିଛି ଯେ, ଅହୁ ଦରିୟାଇଙ୍କୁ ମୁକ୍ତ କରାଯାଉ। ଏହା ବି ଦାବି କରିଛି ଯେ, ଯଦି ସେ କୌଣସି ଅପରାଧ କରିଛନ୍ତି, ତ ନିରପେକ୍ଷ ଉପାୟରେ ପୂରା ମାମଲାର ଯାଞ୍ଚ କରାଯାଉ। ରିପୋର୍ଟ ଅନୁସାରେ , ଅହୁ ଦରୟାଇଙ୍କୁ ସ୍କାର୍ଫ ଠିକ୍ରେ ନପିନ୍ଧିବା ଯୋଗୁଁ ସୁରକ୍ଷା କର୍ମୀ ରୋକି ଥିଲେ। ଜଣେ ଛାତ୍ରୀଙ୍କ ଦାବି ଯେ , ଅହୁଙ୍କୁ ଏଥିପାଇଁ ମାରପିଟି ମଧ୍ୟ କରାଯାଇଛି। ଏଥିରେ ସେ ଖୁବ୍ ଆହତ ହୋଇ ଯାଇଥିଲେ।