ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଘରେ ପଡ଼ିଛି ତାଲା , ଫୋନ୍ ବି ବନ୍ଦ ... ଦୁଇ ଦିନ ହେବ ରଣବୀର ଇଲାହବାଦିଆଙ୍କୁ ଖୋଜୁଛି ପୁଲିସ

Published By : Prameya | February 14, 2025 10:16 PM

ମୁମ୍ୱାଇ : ସମୟ ରୈନାଙ୍କ ଶୋ ‘ଇଣ୍ଡିଆଜ୍‌ ଗଟ୍‌ ଲେଟେଣ୍ଟ’ରେ ନଜର ଆସିବା ପରେ ୟୁଟ୍ୟୁବର ରଣବୀର ଇଲାହବାଦିଆ ମୁସ୍କିଲରେ ପଡ଼ି ଯାଇଛନ୍ତି। ଶୋ’ ରେ ଜଣେ ପ୍ରତିଯୋଗଙ୍କର ଟାଙ୍ଗ୍‌ ଟାଣି   ରଣବୀର ପିତାମାତାଙ୍କ ସେକ୍ସ ଲାଇଫ୍‌କୁ ନେଇ ଏକ ପ୍ରଶ୍ନ ପଚାରି ଥିଲେ , ଯାହାକୁ ଶୁଣି ଇଣ୍ଟରନେଟ୍‌ରେ ହଙ୍ଗାମା ସୃଷ୍ଟି ହୋଇଥିଲା। ଏହି ହଙ୍ଗାମା ଏତେ ବଢି ଗଲା କି , ଜନତାଙ୍କ ସହ ନେତା –ରାଜନେତା ଓ ଧାର୍ମିକ ସଙ୍ଗଠନ ୟୁଟ୍ୟୁବ୍‌ର ବିରୋଧରେ ଆସିଛନ୍ତି। ମାମଲା ସଂସଦକୁ ଚାଲି ଯାଇଛି ଏବଂ ରଣବୀରଙ୍କ ନାମରେ ଦେଶରେ ଅଲଗା ଅଲଗା ରାଜ୍ୟରେ ଏଫଆଇଆର୍‌ ମଧ୍ୟ ରୁଜୁ ହୋଇଛି।

ରଣବୀର ଇଲାହବାଦିଆଙ୍କ ସହ  ଶୋ’ର ହୋଷ୍ଟ ସମୟ ରୈନା , ଇନଫ୍ଲୁଏନ୍ସର ଅପୂର୍ବା ମଖିଜା , ୟୁଟ୍ୟୁବର ଆଶୀଷ ଚଞ୍ଚଲାନୀ ଓ ଶୋ ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟର ଟିମ୍‌ ମଧ୍ୟ ଆଇନ୍‌ ଜାଲରେ ଫସି ଆଇଛନ୍ତି। ମୁମ୍ୱାଇ ପୁଲିସ ମାମଲାର ଯାଞ୍ଚ କରୁଛି।ଏଥିରେ ଜଣ ଜଣ କରି ସମସ୍ତଙ୍କୁ ପ୍ରଶ୍ନ ଉତ୍ତର ପାଇଁ ମୁମ୍ୱାଇର ଖାର୍‌ ପୁଲିସ ଷ୍ଟେସନ ଡକାଇଛି। ରଣବୀର ଇଲାହବାଦିଆଙ୍କୁ ମଧ୍ୟ ପୁଲିସ୍‌ର ସାମ୍ନାରେ ପଚରାପଚରି ପାଇଁ ହାଜର ହେବା ଥିଲା , କିନ୍ତୁ ସେ ଥାନାରେ ପହଞ୍ଚି ନାହାନ୍ତି । ପୁଲିସ ପକ୍ଷରୁ ୨ୟ ଥର ସମନ ଜାରି ହେବା ପରେ ୧୩ ଫେବ୍ରୁଆରୀରେ ରଣବୀର ଅନୁରୋଧ କରିଥିଲେ କି ତାଙ୍କ ଘରକୁ ଆ ପୁଲିସ୍ ବୟାନ ରେକର୍ଜ କରୁ । ହେଲେ ଅଧିକାରୀମାନେ ଏଥିରେ ସ୍ପଷ୍ଟ ମନା କରି ଦେଇଥିଲେ। 

ଏବେ ମୁମ୍ୱାଇ ପୁଲିସର ଅଧିକାରୀମାନେ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। କୁହାଯାଉଛି କି ଏବେସୁଦ୍ଧା ରଣବୀର ଇଲାହବାଦିଆ ନିଜର ଷ୍ଟେଟମେଣ୍ଟ ରେକର୍ଡ କରି ନାହାନ୍ତି। ତାଙ୍କ ସହ କମ୍ୟୁନିକେସନ ମଧ୍ୟ ହୋଇ ପାରୁନାହିଁ । ପୁଲିସର ଅଧିକାରୀଙ୍କ ମୁତାବିକ , ରଣବୀରଙ୍କ ମୁମ୍ୱାଇ ସ୍ଥିତ ଘରେ ତାଲା ଝୁଲି ରହିଛି । ୟୁଟ୍ୟୁବରଙ୍କର ଫୋନ୍‌ ସ୍ୱିଚ୍‌ ଅଫ୍ ରହିଛି। ଏମିତି କି ତାଙ୍କର ଓକିଲଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇ ପାରୁନାହିଁ । ଏହି ମଧ୍ୟରେ ଇଣ୍ଡିୟାଜ୍‌ ଗଟ୍‌ ଲେଟେଣ୍ଟର ଏଡିଟର ପ୍ରଥମ ସାଗର, ଖାର୍ ପୁଲିସ ଷ୍ଟେସନରେ ପ୍ରଶ୍ନ ଉତ୍ତର ପାଇଁ ପହଞ୍ଚିଛନ୍ତି।

ଇନଫ୍ଲୁଏନ୍ସର ଅପୂର୍ବା ମଖିଜା ଓ ୟୁଟ୍ୟୁବ ଆଶୀଷ ଚଞ୍ଚଲାନୀଙ୍କର ଷ୍ଟେଟମେଣ୍ଟ ମୁମ୍ୱାଇ ପୁଲିସ ରେକର୍ଡ କରି ସାରିଛି। ଉଭୟ ନିଜର ବୟାନରେ କହିଛନ୍ତି କି ସମୟ ରୈନାଙ୍କ ଶୋ ସ୍କ୍ରିପଟେଡ୍‌ ନାହିଁ । ତାଙ୍କୁ  ନିଜ ମନରୁ କିଛି ବି କହିବାର ସ୍ୱାଧୀନତା ଥିଲା। ଶୋ’ର ଏପିସୋଡରେ ହୋଇଥିବା ବିବାଦ ପରେ ଇନଫ୍ଲୁଏନ୍ସର ଓ ୟୁଟ୍ୟୁବରଙ୍କୁ ଖୁବ୍‌ କ୍ଷତି ସହିବାକୁ ପଡ଼ୁଛି । ରଣବୀର ଇଲାହବାଦିଆଙ୍କ ଇନଷ୍ଟାଗ୍ରାମ୍‌ରେ ଫଲୋଇଙ୍ଗ୍‌ କମି ଯାଇଛି। ସେ ଅନେକ ବ୍ରାଣ୍ଡ ସହ ଡିଲ୍‌କି ହରାଇ ପାରନ୍ତି।  ଅନ୍ୟପଟେ ଅପୂର୍ବା ମଖିଜାଙ୍କୁ ଆସନ୍ତା ମାସରେ ଜୟପୁରରେ ହେବାକୁ ଥିବା  IIFA ରୁ ବାହାର କରିଦିଆ ଯାଇଛି।ଅପୂର୍ବା IIFA ର ଅଫିସିଆଲ ଆମ୍ୱାସାଡାର ଥିଲେ । କିନ୍ତୁ ଏବେ ତାଙ୍କ ନାମକୁ ଏହି ବଡ଼ ଫଙ୍କସନରୁ ହଟେଇ ଦିଆ ଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.