ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

‘ଯଦି କେଜ୍ରିଓ୍ବାଲଙ୍କୁ ଗିରଫ କଲେ ତେବେ ରାହୁଲ ଗାନ୍ଧୀଙ୍କୁ କାହିଁକି ନୁହେଁ ?’

Published By : Tapas Panda | April 14, 2025 9:06 PM

Image Courtesy: tv9hindi

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମୁଖ୍ୟ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ଯେତେବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇପାରିବ, ତେବେ ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ କାହିଁକି ଗିରଫ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । 

ପ୍ରିୟଙ୍କା କକ୍କର କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ ଏକ ଖୋଲା ମାମଲା। ଏଜେନ୍ସିଗୁଡ଼ିକ ୧୦ ବର୍ଷ ଧରି ବିଜେପି ସହିତ ଅଛନ୍ତି । କିନ୍ତୁ ସମସ୍ତେ ଦେଖିଛନ୍ତି ଯେ ଏଠାରେ କୌଣସି କଂଗ୍ରେସ ନେତାଙ୍କୁ ଗିରଫ କରାଯାଇ ନାହିଁ। ଯେତେବେଳେ ସରକାର କୌଣସି ପ୍ରମାଣ ବିନା ଏବଂ ଆଇନଗତ ପ୍ରକ୍ରିୟା ଅନୁସରଣ ନକରି ଏକ ମିଥ୍ୟା ମାମଲା କରି ମୁଖ୍ୟମନ୍ତ୍ରୀ ଥିବା ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଯାଇଥିଲା । ସେ କହିଛନ୍ତି ଯେ, ବିଜେପି ପ୍ରତି ୧୦ ବର୍ଷରେ ନିର୍ବାଚନ ସମୟରେ ନ୍ୟାସନାଲ ହେରାଲ୍ଡ ପ୍ରସଙ୍ଗ ଉଠାଇଥାଏ କିନ୍ତୁ କାହାକୁ ଗିରଫ କରାଯାଏ ନାହିଁ। ଏହା ଏପରି କାହିଁକି ? କାରଣ ଏହା ଉଭୟ ଦଳ (କଂଗ୍ରେସ ଏବଂ ବିଜେପି) ମଧ୍ୟରେ ଏକ ସନ୍ଧି। 

ପ୍ରିୟଙ୍କା କକ୍କର କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠାଯାଏ ଏବଂ ଏହା ପରେ ଏହି ପ୍ରସଙ୍ଗ ଥଣ୍ଡା ପଡ଼ିଯାଏ। ଯଦି ଏହି ଦୁଇ ଦଳ ସମାନ ନୁହଁନ୍ତି, ତେବେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଗିରଫ କରାଯିବା ଉଚିତ । ଯାହାଙ୍କ ଉପରେ ବିଜେପି ୧୦ ବର୍ଷ ହେଲା ଠକେଇ ନେଇ ଅଭିଯୋଗ କରୁଛି। ସରକାରଙ୍କ ପାଖରେ ସମସ୍ତ ଏଜେନ୍ସି ଅଛି । ଯଦି କେଜରିୱାଲଙ୍କୁ ଗିରଫ କରାଯାଇଥିଲା ତେବେ ତାଙ୍କୁ କାହିଁକି ଗିରଫ କରାଯାଉନାହିଁ ? 

ଏହା ସହିତ, ପଳାତକ ମେହୁଲ ଚୋକସିଙ୍କ ଗିରଫଦାରୀ ଏବଂ ଭାରତ ପ୍ରତ୍ୟର୍ପଣ ଉପରେ ପ୍ରତିକ୍ରିୟା ଦେଇ, ସେ ଚୋକସିଙ୍କୁ ଦେଶରୁ କିଏ ପଠାଇଲା ବୋଲି ପ୍ରଶ୍ନ କରିଛନ୍ତି । ସରକାର ପ୍ରଥମେ କହିବା ଉଚିତ ଯେ ସେମାନଙ୍କୁ କିଏ ଘଉଡ଼ାଇ ଦେଇଥିଲା। ବିଜେପି ସରକାର ତାଙ୍କୁ ଭାରତ ଫେରାଇ ଆଣିପାରିବ କି ?  ଯଦି ସମ୍ଭବ ହୁଏ, ତେବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କ୍ଷମା କରିଦେବେନି ତ ? ପ୍ରତି 6 ମାସରେ ବିଜେପି ଏପରି ପରିବେଶ ସୃଷ୍ଟି କରେ ଯେ, ନୀରବ ମୋଦି ଆସିବେ, ଦାଉଦ ଇବ୍ରାହିମ ଆସିବେ, ମେହୁଲ ଚୋକସି ଆସିବେ, ବିଜୟ ମାଲ୍ୟା ଆସିବେ । କିନ୍ତୁ ଏପର୍ଯ୍ୟନ୍ତ କେହି ଆସିପାରିଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.