ନୂଆଦିଲ୍ଲୀ,୧୪/୧୨: ସୁନା ସଉକ ଥିବା ଲୋକଙ୍କୁ ନିରାଶ କରିବା ପରି ଖବର ଆସିଛି । ଚଳିତବର୍ଷ ଦେଶରେ କାହିଁକି ସୁନା ଦର ହୁ ହୁ ହୋଇ ବଢୁଛି ତାହା ଜଣାପଡିଛି । ୨୦୨୪ରେ ୩୦% ମହଙ୍ଗା ହୋଇଛି ସୁନା । ଯାହା ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ବିଶ୍ବ ସୁନା ପରିଷଦ (ଡବ୍ଲୁଜିସି) ସଦ୍ୟ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ଡବ୍ଲୁଜିସି ରିପୋର୍ଟ ଅନୁସାରେ ଚଳିତ ବର୍ଷ ସୁନା ମୂଲ୍ୟରେ ଗ୍ରାମ ପିଛା ୭,୩୦୦ ଟଙ୍କା ବୃଦ୍ଧି ଘଟିଛି । ସାରା ବିଶ୍ବରେ ସୁନା ମୂଲ୍ୟରେ ବୃଦ୍ଧି ମୁଖ୍ୟତ ଭାବେ ସାରା ଦୁନିଆରେ କେନ୍ଦ୍ରୀୟ ବ୍ୟାଙ୍କରେ ନିବେଶକଙ୍କର କ୍ରୟ ଯୋଗୁଁ ଆସିଥିବା ବିଶ୍ବ ସୁନା ପରିଷଦ ରିପୋର୍ଟରେ କୁହାଯାଇଛି ।
ଡବ୍ଲୁଜିସି ଅନୁସାରେ, ୨୦୨୫ ସୁନା ପାଇଁ ସକାରତ୍ମକ ହେବ । ୨୦୨୪ ପରି ୨୦୨୫ରେ ସୁନା ଦରରେ ଏତେମାତ୍ରରେ ବୃଦ୍ଧି ଦେଖିବାକୁ ମିଳିବ ନାହିଁ । ଯଦିବି ବଢିବ ତେବେ ତାହା ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତିର ପ୍ରଭାବ ଜରିଆରେ ଦେଖିବାକୁ ମିଳିବ । ୨୦୨୫ ପର୍ଯ୍ୟନ୍ତ ସୁନାର ମୂଲ୍ୟ ପ୍ରତି ଆଉନ୍ସ ପିଛା ୧୫୦ ଡଲାରରେ ପହଞ୍ଚିବ । ଯାହାର ବର୍ତ୍ତମାନ ସ୍ତର ଅପେକ୍ଷା ହାରାହାରି ୧୭ ପ୍ରତିଶତ ଅଧିକ । ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ପ୍ରତି ଆଉନ୍ସ ପିଛା ହାରାହାରି ୨୭ ହଜାର ଡଲାର ରହିଛି । ଏ ନେଇ ଭାରତୀୟ ବଜାରରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୦ ହଜାର ଅତିକ୍ରମ କରିଛି । ଚଳିତ ବର୍ଷ ସୁନା ୩୦% ମହଙ୍ଗା ହୋଇଛି ଯାହା ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ବର୍ଦ୍ଧିତ ଦର ଧନୀ ଲୋକଙ୍କ ପାଇଁ ଚିନ୍ତାଜନକ ନଥିଲେ ବି ସାଧାରଣ ଲୋକଙ୍କ ପାଇଁ ଚିନ୍ତାରକାରଣ ପାଲଟିଛି । ସୁନା କିଣିବା ସେମାନଙ୍କ ପାଇଁ ସ୍ବପ୍ନ ହୋଇଛି ।