ନୂଆଦିଲ୍ଲୀ – ସୁପ୍ରିମକୋର୍ଟ ଗତ ୨୦ ଡିସେମ୍ୱରରେ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆରସି)ର ୨୦୦୮ର ଏହି ନିଷ୍ପତ୍ତିକୁ ଖାରଜ କରି ଦେଇଛନ୍ତି, ଯେଉଁଥିରେ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକୁ କ୍ରେଡିଟ୍ କାର୍ଡଧାରୀଙ୍କ ଠାରୁ ବିଳମ୍ୱ ପେମେଣ୍ଟ ପାଇଁ ପ୍ରତି ବର୍ଷ ୩୦ ପ୍ରତିଶତରୁ ଅଧିକ ସୁଧ ଆଦୟ ଉପରେ ରୋକ୍ ଲଗାଯାଇ ଥିଲା। ଏହି ନିଷ୍ପତ୍ତି ଏହି କଥାକୁ ପ୍ରଭାବିତ କରେ କି ବ୍ୟାଙ୍କ କ୍ରେଡିଟ୍ କାର୍ଡରେ କେଉଁ ପ୍ରକାରର ସୁଧ ଆଦାୟ କରି ପାରିବେ। ଆସନ୍ତୁ ବିସ୍ତୃତରେ ଜାଣିବା।
ମୂଳ ନିୟମ କଣ ଥିଲା ?
୨୦୦୮ରେ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆରସି) ନିଷ୍ପତ୍ତି ଶୁଣାଇଥିଲା ଯେ ବ୍ୟାଙ୍କ କ୍ରେଡିଟ୍ କାର୍ଡଧାରୀଙ୍କ ଠାରୁ ବିଳମ୍ୱିତ ପେମେଣ୍ଟ ଉପରେ ପ୍ରତି ବର୍ଷ ୩୦ ପ୍ରତିଶତରୁ ଅଧିକ ସୁଧ ନେଇ ପାରିବ ନାହିଁ। ଏହାର ଉଦ୍ଦେଶ୍ୟ ଉପଭୋକ୍ତାଙ୍କୁ ଆକାଶ ଛୁଆଁ ସୁଧ ଦର ଗୁଡ଼ିକରୁ ସୁରକ୍ଷା ଦେବା। ଉଦାହରଣ ସ୍ୱରୂପ , ଯଦି ଆପଣ କୌଣସି ପେମେଣ୍ଟ ନକରନ୍ତି ତ ନିଜର କ୍ରେଡିଟ୍ କାର୍ଡ ବିଲ୍ର କେବଳ କିଛି ଭାଗ ହିଁ ଭରି ଛନ୍ତି ତ, ବ୍ୟାଙ୍କ ଆପଣଙ୍କ ଠାରୁ ସର୍ବାଧିକ ଭାବେ ୩୦ ପ୍ରତିଶକ ପ୍ରତି ବର୍ଷ ସୁଧ ନେଇପାରେ।
ସୁପ୍ରିମକୋର୍ଟ କଣ ନିଷ୍ପତ୍ତି ନେଇଛନ୍ତି ?
୨୦ ଡିସେମ୍ୱର, ୨୦୨୪ରେ ସୁପ୍ରିମକୋର୍ଟ ୨୦୦୮ର ଏହି ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି। ଏହାର ଅର୍ଥ ଯେ , ବ୍ୟାଙ୍କ ଏବେ ବିଳମ୍ୱିତ ପେମେଣ୍ଟ ଉପରେ ୩୦ ପ୍ରତିଶତରୁ ଅଧିକ ସୁଧ ଦର ଆଦାୟ କରି ପାରିବେ। ଜଷ୍ଟିସ୍ ବେଲା ତ୍ରିବେଦୀ ଓ ସତୀଶ ଚନ୍ଦ୍ର ଶର୍ମାଙ୍କର ପୀଠ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ, ସିଟିବ୍ୟାଙ୍କ , ଆମେରିକାନ ଏକ୍ସପ୍ରେସ୍ ଓ ହାଙ୍ଗକାଙ୍ଗ ଓ ସାଂଘାଇ ବ୍ୟାଙ୍କିଂ କର୍ପୋରେସନ (ଏଚଏସପିସି) ଭଳି ବ୍ୟାଙ୍କର ପିଟିସନ ଉପରେ ଶୁଣିଣି କରୁଥିଲେ, ଯିଏତି କୋର୍ଟଙ୍କ ସମ୍ମୁଖରେ ପ୍ରଶ୍ନ ଉଠାଇ ଥିଲେ କି ଏନସିଡିଆରସି ପାଖରେ କଣ ଏହି ଅଧିକାର ଅଛି କି ସେ ଋଣତାଦାଙ୍କ ଦ୍ୱାରା ନିଜର କ୍ରେଡିଟ୍ କାର୍ଡ ଧାରୀଙ୍କ ଠାରୁ ଦେୟ ତିଥି ଉପରେ ପେମେଣ୍ଟ ନଭରିବା ଉପରେ ନିଆଯାଉ ଥିବା ସୁଧ ସର୍ବାଧିକ ସୀମା ସ୍ଥିର କରି ପାରିବେ।
ସୁଧ ଦର ଉପରେ ଲାଗି ଥିବା ସୀମା ହଟେଇ ଦିଆ ଯିବା ପରେ , ବ୍ୟାଙ୍କ ଏବେ ବିଳମ୍ୱରେ ପେମେଣ୍ଟ ଉପରେ ୩୦ ପ୍ରତିଶତରୁ ଅଧିକ ସୁଧଦର ଆଦାୟ କରି ପାରିବେ। ଏହାର ଅର୍ଥ ଏହା ହୋଇପାରେ କି ଯଦି ଆପଣ ପେମେଣ୍ଟ କରିବାରେ ବିଫଳ ହୁଅନ୍ତି ତ ଶୁଳ୍କ ପୂର୍ବଠାରୁ ଆହୁରି ଅଧିକ ହୋଇପାରେ।