ପ୍ରମୂଖ ଖବର
  • ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

‘ଶସ୍ତ୍ର ଓ ଶାସ୍ତ୍ର ଉଭୟ ଆବଶ୍ୟକ’; ଅପରେସନ୍‌ ସିନ୍ଦୂରକୁ ନେଇ ଏଭଳି କହିଲେ ସିଡିଏସ୍‌ ଜେନେରାଲ ଅନୀଲ ଚୌହାନ

Published By : Tapas Panda | July 25, 2025 4:24 PM

Image Courtesy: deccanherald

ନୂଆଦିଲ୍ଲୀ:  ଅପରେସନ୍‌ ସିନ୍ଦୂରକୁ ନେଇ ଚର୍ଚ୍ଚା ଲାଗିରହିଛି । ପିଓକେ ଏବଂ ପାକିସ୍ତାନରେ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଥିବା ଆତଙ୍କବାଦୀଙ୍କୁ ଜବାବ ଦେବାକୁ ଅପରେସନ୍‌ ସିନ୍ଦୂର ଆରମ୍ଭ କରିଥିଲା ଭାରତ । ଭାରତୀୟ ସେନାର ଆତଙ୍କ ବିରୋଧୀ ଏହି ଅପରେସନକୁ ବିଶ୍ବ ମଧ୍ୟ ପ୍ରଶଂସା କରିଥିଲା । ଆଉ ଏବେ ଅପରେସନ୍‌ ସିନ୍ଦୂରକୁ ନେଇ ସିଡିଏସ୍‌ ଜେନେରାଲ ଅନୀଲ ଚୌହାନ ବଡ଼ ମନ୍ତବ୍ୟ ଦେଇଛନ୍ତି । ସିଡିଏସ୍ ଜେନେରାଲ ଅନୀଲ ଚୌହାନ କହିଛନ୍ତି ଯେ 'ଅପରେସନ୍ ସିନ୍ଦୂର' ଏବେ ବି ଚାଲିଛି ଏବଂ ସେନାକୁ ସବୁବେଳେ ସତର୍କ ରହିବାକୁ ପଡିବ । 

ସେ କହିଛନ୍ତି ଯେ, ଯୁଦ୍ଧ ପାଇଁ ଶସ୍ତ୍ର (ଅସ୍ତ୍ର) ଏବଂ ଶାସ୍ତ୍ର  ଉଭୟ ଆବଶ୍ୟକ। ସେନା ସମସ୍ତ ପରିସ୍ଥିତିରେ  ୩୬୫ ଦିନ ପ୍ରସ୍ତୁତ ରହିବା ଉଚିତ । ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ର ସହିତ ନୁହେଁ, ବରଂ ଶାସ୍ତ୍ର ଅର୍ଥାତ୍ ଜ୍ଞାନ ସହିତ ମଧ୍ୟ ଲଢ଼ାଯାଏ । ଆଜିର ଯୁଦ୍ଧ ପାରମ୍ପରିକ ଏବଂ ଆଧୁନିକ ପଦ୍ଧତିର ମିଶ୍ରଣ, ଯେଉଁଥିରେ ଗତିଜ (ଅସ୍ତ୍ର-ଆଧାରିତ) ଏବଂ ଅଣ-ଗତିଜ (ସୂଚନା-ଆଧାରିତ) ରଣନୀତି ଉଭୟ ଅନ୍ତର୍ଭୁକ୍ତ । ଏହା ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପିଢ଼ିର ଯୁଦ୍ଧ କୌଶଳର ସମନ୍ୱୟ ।

ଏହା ପୂର୍ବରୁ କେନ୍ଦ୍ର ସରକାର ଗୁରୁବାର ସଂସଦରେ କହିଥିଲେ ଯେ, ଅପରେସନ ସିନ୍ଦୂର ମେ’୭ରେ ଆରମ୍ଭ ହୋଇଥିଲା । ଏହି ଅପରେସନ୍‌ ଏପ୍ରିଲ ୨୨ ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଥିଲା। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ରାଜ୍ୟସଭାରେ କହିଥିଲେ, ଏହି ଅପରେସନ ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିବା ଏବଂ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ହୋଇଥିଲା । 

ଅନ୍ତର୍ଜାତୀୟ ଚାପରେ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା କି ପ୍ରଶ୍ନରେ ବୈଦେଶିକ ମନ୍ତ୍ରଣାଳୟ କରିଥିଲା ଯେ, ଏହା ଭାରତର ନିଜସ୍ବ ଏବଂ ଦୃଢ଼ ପ୍ରତିକ୍ରିୟା ଥିଲା। ପାକିସ୍ତାନ ଭାରତୀୟ ନାଗରିକ ଏବଂ ସାମରିକ ଠିକଣା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତର ସେନା ସମସ୍ତ ବଡ଼ ଆକ୍ରମଣକୁ ପଣ୍ଡ କରିଦେଇଥିଲା । ଅପରେସନ ସିନ୍ଦୁର ଅଧୀନରେ, ଭାରତ ପାକିସ୍ତାନ ଏବଂ ପିଓକେରେ ଅବସ୍ଥିତ ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଏବଂ ଲସ୍କର-ଏ ତୋଇବା ଭଳି ଆତଙ୍କବାଦୀ ସଂଗଠନର ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା ଏବଂ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.