ପ୍ରମୂଖ ଖବର
  • ମହୁଆରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ତେଜ ପ୍ରତାପ ଯାଦବ
  • ||
  • ଟ୍ରମ୍ପ ପ୍ରଶାସନର ମନମାନୀ, ବାଧ୍ୟ ହୋଇ ନାସାରୁ ଚାକିରି ଛାଡ଼ିବେ ୩୮୭୦ କର୍ମଚାରୀ
  • ||
  • ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଲାଗି ବିଜେପିର ଦାବି
  • ||
  • ଯୁଯୁମୁରା ଦେବଝରଣ ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରଛାତ୍ରୀ ମୃତ
  • ||
  • ଗୟାଜୀରେ ଗ୍ୟାଙ୍ଗରେପ୍ ! ହୋମଗାର୍ଡ ଆଶାୟୀଙ୍କୁ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ
  • ||
  • କଟକ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି ଦେବାକୁ କହି ଠକେଇ, ଜଣେ ଗିରଫ
  • ||
  • ସଫେଇ କର୍ମଚାରୀଙ୍କୁ ବଡ଼ ଭେଟି : ୧୦ ଲକ୍ଷର ଜୀବନବୀମା, କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ
  • ||
  • ଦୁଇ ଦଶନ୍ଧି ପରେ ଚିନ୍ତାର କାରଣ ପାଲଟିଛି ଚିକନଗୁନିଆ, ଭାରତ ପାଇଁ କେତେ ବିପଦ ?
  • ||
  • ବିଜେଡ଼ି ଆଣିବ ଅନାସ୍ଥା ପ୍ରସ୍ତାବ ! ଇଙ୍ଗିତ ଦେଲେ ବରିଷ୍ଠ ବିଧାୟକ ଅରୁଣ ସାହୁ
  • ||
  • ଟେଷ୍ଟରୁ ସନ୍ନ୍ୟାସ ନେଇପାରନ୍ତି ଯଶପ୍ରୀତ ବୁମ୍‌ରା ! ସାମ୍ନାକୁ ଆସିଲା ବଡ଼ କାରଣ
  • ||
  • ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ଦେଶରେ ପ୍ରଥମ ,ଷ୍ଟ୍ରବେରୀର ନୂଆ ରୋଗ ଚିହ୍ନଟ କଲେ ବୈଜ୍ଞାନିକ

Published By : Anindita Ratha | July 26, 2025 11:55 AM

ନୂଆଦିଲ୍ଲୀ,୨୬/୦୭:  ଷ୍ଟ୍ରବେରୀର ନୂଆ ରୋଗ ଚିହ୍ନଟ କଲେ ବୈଜ୍ଞାନିକ। ଷ୍ଟ୍ରବେରୀ ଫଳରେ ହେଉଥିବା କ୍ରାଉନ୍‌ ରଟ୍‌ ରୋଗର ଏକ ନୂଆ ରୋଗ କାରକ ଚିହ୍ନଟ। ହରିୟାଣାର ହିସାର ସ୍ଥିତ ଚୌଧରୀ ଚରଣ ସିଂହ ହରିୟାଣା କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି କାରକ ଚିହ୍ନଟ କରିଛନ୍ତି । ଯାହା ହେଉଛି କୋଲେଟୋଟ୍ରିକମ୍‌ ନିମ୍‌ଫେଇ । 

ବୈଜ୍ଞାନିକମାନେ ଏବେ ଏହି ରୋଗର ନିୟନ୍ତ୍ରଣ ଓ ସମାଧାନ ଉପରେ କାମ କରୁଛନ୍ତି । ଖୁବ୍‌ଶୀଘ୍ର ଏହାର ମୁକାବିଲା ଉପାୟ ମିଳିବ ବୋଲି ସେମାନେ ଆଶାବାଦୀ । ଏହି ଅଧ୍ୟୟନକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ମିଳିଛି । ବୈଜ୍ଞାନିକଙ୍କ ରିପୋର୍ଟକୁ ଡଚ୍‌ ଶିକ୍ଷଣ ପ୍ରକାଶନ ସଂସ୍ଥା ଏଲ୍‌ସେଭିୟର୍‌ର ପତ୍ରିକା ସାଇକୋଲୋଜିକାଲ ଆଣ୍ଡ୍‌ ମଲିକ୍ୟୁଲାର ପ୍ଲାଣ୍ଟ୍‌ ପାଥୋଲୋଜିରେ ପ୍ରଥମ ଅଧ୍ୟୟନର ପ୍ରକାଶ ନିମନ୍ତେ ସ୍ୱୀକୃତି ମିଳିଛି । ପତ୍ରିକାକୁ ଉଦ୍ଭିଦ ରୋଗ ସମ୍ପର୍କିତ ବିଶ୍ୱର ଅନ୍ୟତମ ସର୍ବପ୍ରାଚୀନ ଓ ବିଶ୍ୱସନୀୟ ବୈଜ୍ଞାନିକ ପ୍ରକାଶନ କୁହାଯାଏ । ଏହା ହରିୟାଣା ଓ ଭାରତ ପାଇଁ ଏକ ବଡ଼ ବୈଜ୍ଞାନିକ ଉପଲବ୍ଧି ।

 ଅନୁସନ୍ଧାନର ନିର୍ଦ୍ଦେଶକ ଡା. ରାଜବୀର ଗର୍ଗ କହିଛନ୍ତି, ଷ୍ଟ୍ରବେରୀ ପାଇଁ ହିସାର ଉତ୍ତର ଭାରତର ବହୁତ ବଡ଼ ହବ୍‌ ହୋଇଛି । ଏଠାରେ ପ୍ରାୟ ୭୦୦ ଏକରରେ ଷ୍ଟ୍ରବେରୀ ଚାଷ ହେଉଛି । କିନ୍ତୁ ଏହି ରୋଗ ଯୋଗୁ ଷ୍ଟ୍ରବେରୀରେ ଗତ ବର୍ଷ ହାରାହାରି ୨୦-୨୨ ପ୍ରତିଶତ କ୍ଷତି ହୋଇଥିଲା । ହିସାରର ସ୍ୟାହଡ଼ୱା ଗାଁର ଷ୍ଟ୍ରବେରୀ ସ୍ୱାଦ ବିଦେଶରେ ଲୋକପ୍ରିୟ ହୋଇଛି । ଆଖପାଖର ୩ ଗାଁ ଏହି ଗାଁରୁ ପ୍ରେରିତ ହୋଇ ଷ୍ଟ୍ରବେରୀ ଚାଷ କରୁଛନ୍ତି । କ୍ରାଉନ୍‌ ରଟ୍‌ ରୋଗର ମୁଖ୍ୟ ଅଧ୍ୟୟନକର୍ତ୍ତା ଡା. ଆଦେଶ କୁମାର କହିଛନ୍ତି, ଗବେଷକମାନେ ଏହି ରୋଗର ପ୍ରକୋପକୁ ବୁଝିବା ଓ ଏହାର ପ୍ରଭାବକୁ କମ୍‌ କରିବାର ଉପାୟ ବିକାଶରେ ଲାଗିପଡ଼ିଛନ୍ତି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.