ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭିଟାମିନ୍-ଡ଼ି ଅଭାବ ଥିଲେ ଦେଖାଯାଏ ଏହି ସବୁ ଲକ୍ଷଣ, ଜାଣନ୍ତୁ...

Published By : Anindita Ratha | February 6, 2025 3:24 PM

ଶରୀରକୁ ସୁସ୍ଥ ରଖିବା ପାଇଁ ଉପଯୁକ୍ତ ନ୍ୟୁଟ୍ରିସନର ଆବଶ୍ୟକ ରହିଛି ।  ଏହି ନ୍ୟୁଟ୍ରିସନରେ ଭିଟାମିନ-ଡ଼ି ଏକ ଜରୁରୀ ଭିଟାମିନ ଅଟେ। ଯାହାର ଅଭାବରୁ ଶରୀର ଦୁର୍ବଳ ହେବା ସହ ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ। ଭିଟାମିନ-ଡି ଇମ୍ୟୁନିଟିରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ଆମକୁ ଦୈନନ୍ଦିନ ଜୀବନରେ ମଧ୍ୟ ଭିଟାମିନ-ଡିର ଆବଶ୍ୟକ ରହିଛି। ହାଡ଼ ଦୁର୍ବଳ ଅନୁଭବ କରିବା ମଧ୍ୟ ଶରୀରରେ ଭିଟାମିନ-ଡି ଅଭାବର ଲକ୍ଷଣ ଅଟେ । ତେବେ ଆସନ୍ତୁ ଏହି ଭିଟାମିନ ଅଭାବର ଲକ୍ଷଣ ସବୁ କ'ଣ । 

ନ୍ୟୁଟ୍ରିସନିଷ୍ଟ ଓ ଡାଇଟିସିୟନ ଅନୁଜା ସେଟ୍ଟୀଙ୍କ ଅନୁସାରେ , ଭିଟାମିନ-ଡ଼ିର ଅଭାବର ଲକ୍ଷଣ ସାମାନ୍ୟ ଲକ୍ଷଣରୁ ଟିକେ ଅଲଗା । ଏହି ସବୁ ଲକ୍ଷଣକୁ ଅଣଦେଖା କରିବା ଗମ୍ଭୀର ସମସ୍ୟାର କାରଣ ହୋଇପାରେ ।  ତେବେ ଯଦି ଆପଣଙ୍କୁ ସବୁବେଳେ ଥଣ୍ଡା, ଜର ହେଉଛି । ତାହାଲେ ଏହା ଶରୀରରେ ଭିଟାମିନ-ଡି ଅଭାବର ଲକ୍ଷଣ ଅଟେ । କାରଣ ଏଥିରେ ଇମ୍ୟୁନିଟି ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ ।  

ସେହିପରି ସବୁବେଳେ ପିଠି ଓ ଅଣ୍ଟାରେ ଯନ୍ତ୍ରଣା ହେବା ମଧ୍ୟ ଭିଟାମିନ-ଡି ଅଭାବର ଲକ୍ଷଣ ଅଟେ । ଯଦି ଆପଣଙ୍କୁ ଚୁଟି ମୂଳରେ ଦରଜ ହେଉଛି । ତେହେ ଏହା ମଧ୍ୟ ଭିଟାମିନ-ଡିର ଲକ୍ଷଣ ଅଟେ । ଯଦି ସବୁବେଳେ ବିନା କାରଣରେ ଥକାପଣ ଅନୁଭବ ହେଉଛି ତାହାଲେ ଏହା ମଧ୍ୟ ଭିଟାମିନ-ଡି ଅଭାବର ଲକ୍ଷଣ ଅଟେ । ସେହିପରି ଗୋଡର ଦରଜ ହେବା କିମ୍ବା ତଣ୍ଟିରେ ଯନ୍ତ୍ରଣା ଅନୁଭବ ହେବା କିମ୍ବା ତଣ୍ଟ ଶୁଖିଯିବା ଭିଟାମିନ-ଡି ଅଭାବର ଲକ୍ଷଣ ଅଟେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.