ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପ୍ରେମାନନ୍ଦ ଦାସ ମହାରାଜଙ୍କୁ ପୁଣି ଥରେ ଭେଟିଲେ ବିରୁଷ୍କା; ଜାଣନ୍ତୁ କ’ଣ ରହିଛି ପୁରା ଖବର...!

Published By : Bijay Swain | January 10, 2025 9:53 PM

ନୂଆଦିଲ୍ଲୀ: ପ୍ରେମାନନ୍ଦ ଦାସ ମହାରାଜଙ୍କ ଶରଣରେ କିଙ୍ଗ କୋହଲି। ପତ୍ନୀଓ ପରିବାର ସହ ବାବାଙ୍କୁ ଭେଟିଲେ ଏହି ମହାନ କ୍ରିକେଟର। ବାବା ଯେଉଁ ବାଣୀଦେଲେ ତାକୁ ବିମୋହିତ ହୋଇ ଶୁଣିଲେ। ବ୍ୟସ୍ତବହୁଳ ଜୀବନରୁ ବାହାରି ଭକ୍ତି ମାର୍ଗରେ ଶାନ୍ତି ସନ୍ଧାନରେ ଅଛନ୍ତି କି କୋହଲି। ତେବେ ମହାରାଜଙ୍କୁ ଭେଟିବାପରେ କ’ଣ ରହିଥିଲା ତାଙ୍କର ପ୍ରଶ୍ନ? ଜାଣନ୍ତୁ ପୁରା ଖବର ଏହି ରିପୋର୍ଟରେ।

ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲି ପୁଣିଥରେ ପ୍ରେମାନନ୍ଦ ଦାସ ମହାରାଜଙ୍କୁ ଭେଟିଛନ୍ତି। କୋହଲି ସପରିବାର ଉତ୍ତରପ୍ରଦେଶର ବୃନ୍ଦାବନରେ ଥିବା ପ୍ରେମାନନ୍ଦ ଗୋଭିନ୍ଦ ଶରଣ ଜୀ ମହାରାଜଙ୍କୁ ଆଶ୍ରମକୁ ଶୁକ୍ରବାର ଦିନ ପରିଦର୍ଶନରେ ଆସିଥିଲେ। ପ୍ରେମାନନ୍ଦ ଦାସଙ୍କ ସହ ହୋଇଥିବା ଏହି କଥାବାର୍ତ୍ତା ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। 

ଏହି ଭାଇରାଲ ଭିଡିଓରେ ଅନୁଷ୍କା ପ୍ରେମ ଭକ୍ତି ସମ୍ପର୍କରେ ପ୍ରେମାନନ୍ଦ ଦାସ ମହାରାଜଙ୍କୁ ପ୍ରଶ୍ନ ପଚାରିବା ସହ ଏ ବିଷୟରେ ଆଲୋଚନା କରିଥିଲେ। ଅନ୍ୟପଟେ ବିରାଟ ପୁଅ ଅକୟଙ୍କୁ ଧରି ମହାରାଜଙ୍କ କଥା ଧ୍ୟାନର ସହ ଶୁଣୁଥିବା ଏହି ଭିଡିଓରେ ଦେଖାଯାଇଛି। 

ପ୍ରେମାନନ୍ଦ ଦାସ ମହାରାଜଙ୍କର ଏକାନ୍ତ ବାର୍ତ୍ତାଳାପରେ ଯୋଗ ଦେଇ ଅନୁଷ୍କା ଅନେକ କିଛି ପ୍ରଶ୍ନ ପଚାରିଥିଲେ। “ଆମେ ଯେବେ ଗତଥର ଆସିଥିଲୁ ସେତେବେଳେ ଆମ ମନରେ କିଛି ପ୍ରଶ୍ନ ରହିଥିଲା। ମତେ ଲାଗିଲାକି ମୋ ମନରେ ଯାହା ବି ପ୍ରଶ୍ନ ଅଛି ମୁଁ ସବୁ ପଚାରିନେବି। ତେବେ ସତସଙ୍ଗରେ ବସିଥିବା ଅନ୍ୟମାନେ ମୋ ମନରେ ଥିବା ପ୍ରଶ୍ନର ଅନୁରୁପ ପ୍ରଶ୍ନ ପଚାରିଥିଲେ। ତ ମତେ ମୋ ଉତ୍ତର ମିଳିଯାଇଥିଲା। ତେବେ ଫୁଣିଥରେ ଆପଣଙ୍କ ପାଖକୁ ଆସିବାର ସୌଭାଗ୍ୟ ମିଳିବାରୁ ଆମେ ଏଠାକୁ ଆସିଛୁ। ମୋ ମନରେ ଥିବା ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ଏକାନ୍ତିକ ବର୍ତ୍ତାଳପରୁ ମତେ ମିଳିଯାଇଥାଏ। ଆପଣ ବାସ ମତେ ପ୍ରେମ ଭକ୍ତି ଦିଅନ୍ତୁ” ବୋଲି ଅନୁଷ୍କା ପ୍ରେମାନନ୍ଦ ଦାସ ମହାରାଜଙ୍କୁ କହିଥିଲେ। 

ଏହାର ଉତ୍ତରରେ ପ୍ରେମାନନ୍ଦ ଦାସ ମହାରାଜ କହିଥିଲେ କି “ଏ ସମସ୍ତ ଲୋକମାନେ ବହୁତ ସାହାସୀ। ବର୍ତ୍ତମାନ ସମୟରେ ନିଜକୁ ଭକ୍ତିମାର୍ଗରେ ଚଳାଇବା ସବୁଠୁ କଷ୍ଟକର ବ୍ୟାପାର। ଆମେ ଭାବୁଛୁ ଭଗବାନଙ୍କ ପ୍ରତି ଥିବା ଆପଣ(ଅନୁଷ୍କା)ଙ୍କ ଶ୍ରଦ୍ଧା ତାଙ୍କ(କୋହଲି) ଉପରେ ପ୍ରଭାବ ପକାଇବ।”

ଏହି ଭିଡିଓରେ ଶ୍ରୀ ପ୍ରେମାନନ୍ଦ ଦାସ ମହାରାଜ  ଅନୁଷ୍କାଙ୍କୁ ବିରାଟଙ୍କ ପ୍ରତି ଅନୁଗତ ରହିବା ସହ ମାନବିକତା ଉପରେ ବିଶ୍ୱାସ ରଖିବାକୁ ଉପଦେଶ ଦେଉଥିବା କଥା ଦେଖାଯାଉଛି। ତେବେ ନିକଟରେ ସରିଥିବା ଅଷ୍ଟ୍ରେଲିଆ ସିରିଜ ପରେ ଅନୁଷ୍କା ଓ ବିରାଟ ଭାରତକୁ ଫେରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.