ଭୁବନେଶ୍ଵର, ୨୪/୦୭ : ବିଧାନସଭା ଅଧିବେଶନର ଆଜି ତୃତୀୟ ଦିନ। ଆଜି ମଧ୍ୟ ଗୃହ ସରଗରମ ହେବା ସମ୍ଭାବନା ରହିଛି। ଦୁଇ ଦିନ ଧରି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟପାଳଙ୍କ ପୁଅକୁ ଗିରଫ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରୁଛନ୍ତି। ତୃତୀୟ ଦିନରେ ମଧ୍ୟ ଏହି ପ୍ରସଙ୍ଗ ନେଇ ସରଗରମ ହୋଇପାରେ ଗୃହ।
ଅନ୍ୟପଟେ ଉପବାଚସ୍ପତି ନିର୍ବାଚନ ଆଜି ଅନୁଷ୍ଠିତ ହେବ। ଏଥିପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ଦାଖଲ କରିଛନ୍ତି। ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଆଜି ବିଧାନସଭା ଅଧିବେଶନର ତୃତୀୟ ଦିନରେ କୃଷି ଓ କୃଷକ ସସକ୍ତୀକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ଯାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଏମଏସଏମଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି। ଆଜି ବିରୋଧୀ କଂଗ୍ରେସ ପକ୍ଷରୁ ମୁତଲବୀ ପ୍ରସ୍ତାବ ଦିଆଯାଇଛି।