ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦୀପାବଳୀରେ ତିନୋଟି ଆଫ୍ରିକୀୟ ହାତୀଙ୍କୁ ଉଦ୍ଧାର କଲା ‘ବନତାରା’,ଚାର୍ଟାର୍ଡ କାର୍ଗୋ ବିମାନ ଦ୍ୱାରା ଆସୁଛନ୍ତି ଭାରତ...

Published By : Ladu Kishor | November 1, 2024 4:27 PM

ଜାମନଗର ୧/୧୧: ଦୀପାବଳୀ ଅବସରରେ ତିନିଟି ଆଫ୍ରିକୀୟ ହାତୀଙ୍କୁ ଟ୍ୟୁନିସିଆରୁ ଉଦ୍ଧାର କରାଯାଇ ଭାରତର ଜାମନଗର ସ୍ଥିତ ବନତାରାକୁ ଅଣାଯାଇଛି। ଏହି ୨୮ ରୁ ୨୯ ବର୍ଷ ବୟସ୍କ ଆଫ୍ରିକୀୟ ହାତୀ ମଧ୍ୟରେ ଦୁଇଟି ମାଈ ଏବଂ ଗୋଟିଏ ପୁରୁଷ ହାତୀ ଅଛନ୍ତି । ଅନନ୍ତ ମୁକେଶ ଅମ୍ବାନୀଙ୍କ ସ୍ୱପ୍ନର ପ୍ରକଳ୍ପ ବନତାରା ହେଉଛି ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ବନ୍ୟଜନ୍ତୁ ଉଦ୍ଧାର କେନ୍ଦ୍ର। ବାସ୍ତବରେ ଟ୍ୟୁନିସିଆର ଏକ ଘରୋଇ ପ୍ରାଣୀ ଉଦ୍ୟାନ, ଯାହା ଖରାପ ଆର୍ଥିକ ଅବସ୍ଥା ହେତୁ ହାତୀ ମାନଙ୍କର ଖାଇବା, ଗୃହ ଏବଂ ପ୍ରାଣୀ ଚିକିତ୍ସା ଆବଶ୍ୟକତା ପୂରଣ କରିବାରେ ଅସମର୍ଥ ହୋଇଥିଲା,ବନତାରା ସହିତ ଯୋଗାଯୋଗ କରିଥିଲା। ଜାତୀୟ ତଥା ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ଏକ ଚାର୍ଟାର୍ଡ କାର୍ଗୋ ବିମାନରେ ହାତୀମାନଙ୍କୁ ଭାରତ ଅଣାଯାଇଛି। ବନତାରା ବର୍ତ୍ତମାନ ଏହି ଆଫ୍ରିକୀୟ ହାତୀମାନଙ୍କର ନୂତନ ଘର ହେବ ।

ଖର୍ଚ୍ଚ କମ କରିବା ପାଇଁ ଟ୍ୟୁନିସିଆର ପ୍ରାଣୀ ଉଦ୍ୟାନ ଫ୍ରିଗୁୟା ପାର୍କ ସମସ୍ତ ତିନୋଟି ଆଫ୍ରିକୀୟ ହାତୀଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା । ଅଚତମ୍‌, କାନି ଏବଂ ମୀନା ନାମକ ଏହି ହାତୀମାନଙ୍କୁ ଜଙ୍ଗଲକୁ ଫେରାଇନେବା ସମ୍ଭବ ନଥିବାରୁ ଏଭଳି ପରିସ୍ଥିତିରେ ସେମାନେ ଏପରି ଏକ ସ୍ଥାନ ଖୋଜୁଥିଲେ ଯେଉଁଠାରେ ହାତୀମାନଙ୍କର ଭଲଭାବେ ଯତ୍ନ ନିଆଯାଇ ପାରିବ । ବହୁ ଅନୁସନ୍ଧାନ ପରେ ସେମାନଙ୍କୁ ଅଚତମ, କାନି ଏବଂ ମୀନାଙ୍କ ପାଇଁ ବନତାରାରେ ଏକ ନୂତନ ଘର ମିଳିଲା।

ବନତାରାରେ ଆଫ୍ରିକୀୟ ହାତୀମାନଙ୍କର ଡାକ୍ତରୀ ପରୀକ୍ଷାରୁ ଜଣାପଡିଛି ଯେ ଅଚତମ୍‌, କାନି ଏବଂ ମୀନା ଅନେକ ରୋଗରେ ପୀଡିତ ଅଛନ୍ତି । ସେମାନଙ୍କୁ ଶାରୀରିକ ଏବଂ ମାନସିକ ସହାୟତା ଆବଶ୍ୟକ । କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକ ହୋଇପାରେ । ବନତାରାର ପ୍ରାଣୀ ଚିକିତ୍ସକ ଦିନରାତି ସେମାନଙ୍କ ଉପରେ ନଜର ରଖିଛନ୍ତି । ବନତାରା ପକ୍ଷରୁ ଦେଶୀ ଉଦ୍ଭିଦ, ମାଟି ପୋଖରୀ ଏବଂ ଖାଦ୍ୟ ସମୃଦ୍ଧ ବୃହତ ଏନକ୍ଲୋଜର ଗୁଡିକ ସୁଚିନ୍ତିତ ଭାବରେ ଡିଜାଇନ୍‌ କରାଯାଇଛି । ବନତାରାରେ ସେମାନଙ୍କର ନୂତନ ଘର ଅଚତମ୍‌, କାନି ଏବଂ ମୀନାଙ୍କୁ ଏଭଳି ଏକ ପରିବେଶ ପ୍ରଦାନ କରିବା ଯାହା ସେମାନଙ୍କ ବନ୍ୟ ବାସସ୍ଥାନ ସଦୃଶ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.