ପ୍ରମୂଖ ଖବର
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇ ବଡ଼ ଟିପ୍ପଣୀ ଦେଲେ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୦୬/୧୧:   ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇ ବଡ଼ ଟିପ୍ପଣୀ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ସେ କହିଛନ୍ତି ଯେ, କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପା୍ର୍ଟି ଯଦି ଅଟଳ ବିହାରୀ ବାଜପେୟୀଙ୍କ ଦୃଷ୍ଟିକୋଣ ଆପଣେଇଥାନ୍ତା ତେବେ ଜମ୍ମୁ-କାଶ୍ମୀରରେ ଏହି ଅବସ୍ଥା ଘଟି ନ ଥାନ୍ତା।  ଏଥିସହ ସେ ଅଟଳ ବିହାରୀ ବାଜେପୟୀଙ୍କ ପ୍ରଶଂସା କରି କହିଛନ୍ତି, ବାଜପେୟୀ ସର୍ବଦା ଜମ୍ମୁ-କାଶ୍ମୀରର ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରିଛନ୍ତି। ବାଜପେୟୀ ୧୯୯୯ରେ ପ୍ରଥମ ଥର ବସ୍‌ରେ ଦିଲ୍ଲୀରୁ ଲାହୋର ଯାତ୍ରା କରିଥିଲେ। ସେହି ସମୟରେ ସେ ମୀନାର ଏ ପାକିସ୍ତାନ ଗସ୍ତ କରିଥିଲେ, ଯାହା ସେତେ ସହଜ ନ ଥିଲା।

ଓମାର ଅବଦୁଲ୍ଲା ଆହୁର ମ୍ଧୟ କହିଛନ୍ତି ଯେ, ପୁଣି ବାଜପେୟୀ ସୀମାରେ ଛିଡ଼ା ହୋଇ କହିଥିଲେ ଆମେ ବନ୍ଧୁ ବଦଳାଇ ପାରିବା କିନ୍ତୁ ପଡ଼ୋଶୀ ନୁହେଁ। ଆଲୋଚନା ହିଁ ଏକମାତ୍ର ମାଧ୍ୟମ ବୋଲି ବାଜପେୟୀ କହିଥିଲେ। ସେ ବିଫଳତାକୁ ସାମ୍ନା କରିବା ସତ୍ତ୍ଵେ ବାରମ୍ବାର ବନ୍ଧୁତାର ହାତ ବଢାଇଥିଲେ। ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛି ଓ ତାଙ୍କ ମନ୍ତ୍ରିପରିଷଦରେ ଜଣେ ମନ୍ତ୍ରୀ ଭାବେ ତାଙ୍କ ସହ କାମ କରିଛି। ଯେବେ ଆମେ ବାଜପେୟୀଙ୍କୁ ମନେ ପକାଉ ତେବେ ଜମ୍ମୁ-କାଶ୍ମୀର ପ୍ରତି ତାଙ୍କ ଦୃଷ୍ଟିକୋଣକୁ ମନେ ପକାଉ। ସେ ସର୍ବଦା ଜମ୍ମୁ-କାଶ୍ମୀରରେ ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରିଛନ୍ତି। ସେ ଉତ୍ତେଜନାକୁ କମ କରିବାକୁ ଉଦ୍ୟମ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ବାଜପେୟୀ, ଏଲଓସି  ଆର ପାର ରାସ୍ତା ଖୋଲିବା କାମ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ବନ୍ଦ ହୋଇଗଲା। ସେ ଲୋକଙ୍କୁ ନିକଟତର ହେବାକୁ ଚାହୁଁଥିଲେ। ସେ ନାଗରିକ ସମାଜକୁ ଏକାଠି ରଖିବାକୁ ଚାହୁଁଥିଲେ। କିନ୍ତୁ ଆଜି ଆମକୁ ଅଲଗା ରଖିବାକୁ ଉଦ୍ୟମ କରାଯାଉଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.