ପ୍ରମୂଖ ଖବର
  • ଚାନ୍ଦବାଲି : ଅଙ୍ଗନବାଡ଼ିରେ ମିଳୁନାହିଁ ରନ୍ଧା ଖାଦ୍ୟ, କର୍ମୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି
  • ||
  • କନ୍ଧମାଳ : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ମାଣ୍ଡିପଙ୍କାରେ ପହଞ୍ଚିଲେ ଦକ୍ଷିଣାଞ୍ଚଳ ଆରଡିସି
  • ||
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

ବାନ୍ଦିପୋରାରେ ଏନକାଉଣ୍ଟର, ସେନା ଗୁଳିରେ ଆତଙ୍କୀ ସଫା

ଶ୍ରୀନଗର,୦୬/୧୧:  ପୁଣି ସୀମାରେ ଫୁଟିଲା ଗୁଳି ।  ସେନାକୁ ବଡ ସଫଳତା । ଜଣେ ଆତଙ୍କୀ ସଫା। ଜମ୍ମୁକାଶ୍ମୀର ବା ନ୍ଦିପୋରାର କାଇଟ ସନରେ  ଆଜି ସକାଳୁ ସକାଳୁ ସେନା ଓ  ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ  ଜଣେ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାବଳ । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡିଛି ।

ବାନ୍ଦିପୋରାର କାଇଟ ସନରେ ଆତଙ୍କୀ ଲୁଚି ଥିବା ନେଇ ସୁରକ୍ଷାବଳୟକୁ ଗୁଇନ୍ଦା ପକ୍ଷରୁ ସୂଚନା ମିଳିଥିଲା ।  ଦୁଇଜଣ ଆତଙ୍କବାଦୀ ଲୁଚିଥିବାର ଖବର ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା ।  କିଛି ସମୟ ଆତଙ୍କୀ  ଓ  ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।  ଏଥିରେ  ଜଣେ ଆତଙ୍କୀକୁ ନିପାତ କରିବାରେ  ସଫଳ ହୋଇଛି ଭାରତୀୟ ସେନା ।

କିଛି ଦିନ ହେବ ସୀମାରେ ଆତଙ୍କୀଙ୍କ ଗତିବିଧି ବଢିଛି ।  ଗତକାଲି ରାତିରୁ ଭାରତୀୟ ସେନା, ଜମ୍ମୁକାଶ୍ମୀର ପୋଲିସ ଓ ସିଆରପିଏଫ ଦ୍ବାରା ମିଳିତ ସର୍ଚ୍ଚ  ଅପରେସନ ହୋଇଥିଲା ।  ଦୀର୍ଘ ସମୟ ଧରି ଗୁଳି ବିନିମୟ  ପରେ ଜଣେ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଥିଲା ଭାରତୀୟ ସେନା । ନିପାତ ଆତଙ୍କୀର ପରିଚୟ ମିଳିଛି । ତାର ନାମ ଆସିକ୍ ହୁସେନ ୱାନି ।

ପ୍ରକାଶ ଥାଉ କି,ସୀମାରେ ଆତଙ୍କୀଙ୍କ ଉତପାତ୍ ଦିନକୁ ଦିନ ବଢିବାକୁ ଲାଗିଛି । ନଭେମ୍ବର ୩ ତାରିଖରେ ଶ୍ରୀନଗର ସାପ୍ତାହିକ ହାଟରେ ଗ୍ରେନେଡ ମାଡ ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ସମେତ ୧୨ଜଣ ଆହତ ହୋଇଥିଲେ । ନଭେମ୍ବର ୨ ତାରିଖରେ ସୁରକ୍ଷାବଳ ଓ ସେନା ମଧ୍ୟରେ ଗୁଳି ବିନିମୟରେ ୨ ଆତଙ୍କୀ ନିପାତ ହୋଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.