ପ୍ରମୂଖ ଖବର
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

ଆଉ ନାହାନ୍ତି ଗାୟିକା ଶାରଦା ସିହ୍ନା , ଛଟ୍‌ର ପ୍ରଥମ ବ୍ରତ ଦିନ କହି ଦେଲେ ଅଲବିଦା

ପାଟନା – ପ୍ରସିଦ୍ଧା ଗାୟିକା ଶାରଦା ସିହ୍ନାଙ୍କ ନିଧନ ହୋଇ ଯାଇଛି। ଶାରଦା ସିହ୍ନା ରୋଗରେ ପୀଡ଼ିତ ଥିଲେ ଏବଂ ଦିଲ୍ଲୀର ଏମ୍ସରେ ତାଙ୍କର ଚିକିତ୍ସା ଚାଲୁ ଥିଲା। ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୁଅ ଅଂଶୁମାନ ସିହ୍ନା ଫେସବୁକ୍‌ ପୋଷ୍ଟ କରି ମାଆ ଶାରଦା ସିହ୍ନାଙ୍କ ମୃତ୍ୟୁର ସୂଚନା ଦେଇଛନ୍ତି।

ମହାପର୍ବର ଗୀତ ଗାଇ ପ୍ରସିଦ୍ଧ ହୋଇଥିବା ଶାରଦା ସିହ୍ନାଙ୍କ ମୃତ୍ୟୁ ଛଟ୍‌ ପୂଜାର ପ୍ରଥମ ବ୍ରତ ଅର୍ଥାତ୍‌ ନହାୟ-ଖାୟ ଦିନ ହୋଇଛି। ଏହା ପୂର୍ବରୁ ସୋମବାର ଶାରଦା ସିହ୍ନାଙ୍କ ପୁଅ ଅଂଶୁମାନ ସିହ୍ନା ନିଜର ଫେସବୁକ୍‌ରେ ନିଜର ମାଆଙ୍କର ସ୍ୱାସ୍ଥ୍ୟର ସୂଚନା ଦେଇ ଲେଖିଥିଲେ , ଶାରଦା ସିହ୍ନା ମାଆ କିଛି ସମୟ ପୂର୍ବେ ଭେଣ୍ଟିଲେଟରକୁ ଚାଲି ଯାଇଛନ୍ତି। ଏହି ଖବର ଏହିଥର ସତ। ପ୍ରାର୍ଥନା ଓ ଶୁଭକାମନା ବହୁତ ଜରୁରି।

ଉଲ୍ଲେଖନୀୟ ଯେ, ଗାୟିକା ଶାରଦା ସିହ୍ନାଙ୍କୁ ୨୦୧୮ରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇ ଥିଲା। ଶରାଦ ସିହ୍ନାଙ୍କ ଦ୍ୱାରା ଛଟ୍‌ ପୂଜା ଉପରେ ଆଧାରିତ ଗୀତ ହୋ ଦୀନାନାଥ କୁ ଲୋକେ ଖୁବ୍‌ ପ୍ରଶଂସା କରିଥିଲେ। ଶାରଦା ସିହ୍ନାଙ୍କ ଜନ୍ମ ୧ ଅକ୍ଟୋବର , ୧୯୫୨ରେ ସୁପୌଲ ଜିଲ୍ଲାର ଏକ ଗାଁ ହୁଲସାରେ ହୋଇଥିଲା। ଅସାଧାରଣ ବ୍ୟକ୍ତିତ୍ୱର ଶାରଦା ସିହ୍ନାଙ୍କୁ ବିହାର କୋକିଲା ବ୍ୟତୀତ ଭୋଜପୁରୀ କୋକିଳା , ଭିକାରୀ ଠାକୁର ସମ୍ମାନ , ବିହାର ରତ୍ନ , ମିଥିଳି ବିଭୂତି ସହ ଅନେକ ସମ୍ମାନ ମିଳିଛି। ଶାରଦା ସିହ୍ନା ଭୋଜପୁରୀ , ମଗହୀ ଓ ମୈଥିଳୀ ଆଦି ଭାଷାରେ ବିବାହ ଓ ଛଟ୍‌ର ଗୀତ ଗାଇଛନ୍ତି , ଯାହା ଲୋକଙ୍କ ମଧ୍ୟରେ ଖୁବ୍‌ ପ୍ରଚଳିତ ହୋଇଛି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.