ପ୍ରମୂଖ ଖବର
  • ନନ୍ଦନକାନନ ଏକ୍ସପ୍ରେସକୁ ୨ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ, ଜିଆର୍‌ପି ପୋଲିସର ତନାଘନା
  • ||
  • ବଲାଙ୍ଗିରି: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମଲବାହି ଟ୍ରେନ, ଡୁଙ୍ଗୁରିପାଲି ରେଳ ଷ୍ଟେସନ ମଝିରେ ମାଲଗାଡି ପଛ ଓ୍ବାଗନ ଛିଣ୍ଡି ଇଞ୍ଜିନ ଆଗକୁ ଗଡି ପଳାଲା
  • ||
  • ରାଜଧାନୀରେ ସମାଜସେବୀଙ୍କୁ ଗୋଡ଼ାଇ ହାଣିଲେ, ଆତଙ୍କ ଖେଳାଇଲେ ଦୁର୍ବୃତ୍ତ: ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ଭର୍ତ୍ତି
  • ||
  • କାର ଧକ୍କାରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ଛତ୍ର, ମହିଳାଙ୍କ ସମେତ ୩ ଆହତ
  • ||
  • ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଗହଣା
  • ||
  • ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ, ୪୨ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ, ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ
  • ||

ମଧ୍ୟପ୍ରଦେଶ ସରକାରଙ୍କ ବଡ଼ ଘୋଷଣା, ଚାକିରିରେ ମହିଳାଙ୍କୁ ମିଳିବ ୩୫ ପ୍ରତିଶତ ସଂରକ୍ଷଣ

ଭୋପାଳ: ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କୁ ଅଧିକ ସଂରକ୍ଷଣ ଦେବେ ମଧ୍ୟପ୍ରଦେଶ ସରକାର । ଚାକିରି କ୍ଷେତ୍ରରେ ମହିଳାଙ୍କ ଲାଗି ୩୫ ପ୍ରତିଶତ ସଂରକ୍ଷଣ ଦେବାକୁ ନଭେମ୍ବର ୫ (ମଙ୍ଗଳାବର)ରେ ଘୋଷଣା କରାଯାଇଛି । ପୂର୍ବରୁ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳୁଥିଲା ।  ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା । 

ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କର ଏହା ଏକ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି । ଏହା ବ୍ୟତୀତ କ୍ୟାବିନେଟ ବୖଠକରେ ହୋଇଥିବା ଅନ୍ୟ ନିଷ୍ପତ୍ତିକୁ ନେଇ ମଧ୍ୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ରାଜ୍ୟରେ ୨୫୪ଟି ନୂଆ ସାର ବିକ୍ରୟ କେନ୍ଦ୍ର ଖୋଲିବା ଉପରେ କ୍ୟାବିନେଟର ମୋହର ଲାଗିଛି । 

 ଚାଷୀଙ୍କ ସୁବିଧା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜେନ୍ଦ୍ର ଶୁକ୍ଳା କହିଛନ୍ତି । ସେହିଭଳି ରାଜ୍ୟରେ ୬୬୦ ମେଗାଓ୍ବାଟର ଥର୍ମାଲ ପାଓ୍ବାର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଛି । ଏହା ବ୍ୟତୀତ  ମେଡିକାଲ କଲେଜ୍‌ରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତି ବୟସସୀମାକୁ ୪୦ରୁ ୫୦ ବର୍ଷ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି ବୋଲି ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା କହିଛନ୍ତି ।

  • Madhya pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.