ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ମନ୍ତ୍ରୀଙ୍କ ଘରେ କଳା କନା ବୁଲାଇଲା ଡ୍ରାଇଭର, ଗିରଫ କରି ଜେରା କରୁଛି ପୋଲିସ

Published By : Tapas Panda | November 5, 2024 7:09 PM

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଓମପ୍ରକାଶ ରାଜଭରଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କା ଚୋରି । ଏହି ମାମଲାରେ ମନ୍ତ୍ରୀଙ୍କ ପୁଅଙ୍କ ଡ୍ରାଇଭରକୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଡ୍ରାଇଭର ହିଁ ମନ୍ତ୍ରୀ ଓମପ୍ରକାଶଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି କରିଛି ବୋଲି ପୋଲିସ କହିଛି । ମିଳିଥିବା ସୂଚନା ଅନୁସାରେ, ଟାଣ୍ଡା କୋତବାଲିରେ ଥିବା ପାହାଡ଼ପୁର ଗାଁର ବାସିନ୍ଦା ରାମଜିତ ରାଜଭର ରାଜ୍ୟର ମନ୍ତ୍ରୀ ଓମପ୍ରକାଶ ରାଜଭରଙ୍କ ପୁଅ ଅରବିନ୍ଦ ରାଜଭରଙ୍କ ଗାଡ଼ି ଚଳାଉଥିଲା । 

 ରାମଜିତର ପରିବାର ଲୋକେ କହିଛନ୍ତି, ନଭେମ୍ବର ୫ରେ ପ୍ରଥମେ ବାଇକରେ ଏବଂ ପରେ କାରରେ ପୋଲିସ ଆସିଥିଲେ । ଏହା ପରେ ପୋଲିସ ରାମଜିତକୁ ଗାଁରୁ ନେଇଯାଇଥିଲେ । ପରବର୍ତ୍ତୀ ସମୟରେ ରାମଜିତକୁ ଧରି ପୋଲିସ ପୁଣି ଥରେ ଗାଁକୁ ଆସିଥିଲା ଏବଂ ତା ଘରେ ଖୋଜାଖୋଜି କରିଥିଲା । ହାଇପ୍ରୋଫାଇଲ ମାମଲା ହୋଇଥିବାରୁ ପୋଲିସ ଅଧିକ କିଛି ସୂଚନା ନଦେଇ ତଦନ୍ତ ଚଳାଇଛି । ଚୋରି ଟଙ୍କା ପୋଲିସ ଜବତ କରିଛି ବୋଲି ଜଣାପଡ଼ିଛି । 

 ମନ୍ତ୍ରୀଙ୍କ ସହ ରାମଜିତର ସଂପର୍କ ବହୁ ପୁରୁଣା । ରାମଜିତ ପ୍ରଥମେ ଓମପ୍ରକାଶଙ୍କ ଗାଡ଼ି ଚଲାଉଥିଲା ଏବଂ ପରେ ତାଙ୍କ ପୁଅଙ୍କ ଡ୍ରାଇଭର ହୋଇଥିଲା । ସେପଟେ ଅଭିଯୁକ୍ତ ରାମଜିତର ପତ୍ନୀ କହିଛନ୍ତି ଯେ, ଧନତେରସ ଦିନ ସେ ଘରକୁ ଆସିଥିଲେ । ଆଜି ପୋଲିସ ଆସି ତାଙ୍କୁ ସାଙ୍ଗରେ ନେଇଯାଇଛି । ଏହି ସମୟରେ ଟଙ୍କା ଭର୍ତ୍ତି ଏକ ବଡ଼ ପଲିଥିନ ମଧ୍ୟ ପାଇଛି ପୋଲିସ । ଯାଞ୍ଚ ସମୟରେ ପୋଲିସ ଘରେ ଥିବା ଗହମ ଢ଼ାଳି ଦେଇଥିବା ବେଳେ ଅନ୍ୟ ଜିନିଷଗୁଡ଼ିକୁ ଫୋପାଡ଼ି ଦେଇଛି ବୋଲି ରାମଜିତର ପତ୍ନୀ ଅଭିଯୋଗ ମଧ୍ୟ କରିଛନ୍ତି । ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।     

  • uttarpradesh
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.