ନୂଆଦିଲ୍ଲୀ, ୩୦/୦୩:ଆରମ୍ଭ ହୋଇଯାଇଛି ନଅ ଦିନିଆ ଚୈତ୍ର ନବରାତ୍ରି । ୬ ଏପ୍ରିଲରେ ରାମନବମୀ ଅବସରରେ ରାଜ୍ୟରେ ପଶୁ ହତ୍ୟା ଏବଂ ମାଂସ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ସରକାର। ସେହି ସମୟରେ, ଧାର୍ମିକ ସ୍ଥଳ ପାଖରେ ଆଉ ମାଂସ ବିକ୍ରି ହେବ ନାହିଁ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ନେହା କକ୍କଡ଼ଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ, ଭିଡ଼ିଓ ଏବଂ ବିଲ୍ ଦେଖାଇଲେ ଅର୍ଗାନାଇଜର
ସରକାର ଧାର୍ମିକ ସ୍ଥଳର ୫୦୦ ମିଟର ମଧ୍ୟରେ ମାଂସ ଦୋକାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବେଆଇନ ଭାବରେ ଚାଲୁଥିବା କଂସେଇଖାନା ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଅମୃତ ଅଭିଜାତ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ,ପୋଲିସ କମିଶନର ଏବଂ ମ୍ୟୁନିସିପାଲ କମିଶନରଙ୍କୁ ତୁରନ୍ତ କଂସେଇଖାନା ବନ୍ଦ କରିବାକୁ ଏବଂ ଧାର୍ମିକସ୍ଥଳ ନିକଟରେ ମାଂସ ବିକ୍ରୟ ଉପରେ ନିଷେଧ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ୨୦୧୪ ଏବଂ ୨୦୧୭ରେ ଜାରି ହୋଇଥିବା ନିର୍ଦ୍ଦେଶକୁ ଉଦ୍ଧୃତ କରି ଯୋଗୀ ସରକାର ସ୍ପଷ୍ଟ କରିଛନ୍ତି ଯେ, ଧାର୍ମିକସ୍ଥଳ ନିକଟରେ ବେଆଇନ ପଶୁହତ୍ୟା ଏବଂ ମାଂସ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ କରାଯିବ। ଏହି ନିଷ୍ପତ୍ତିକୁ ପ୍ରଭାବଶାଳୀ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛି। ଏଥିରେ ପୋଲିସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,ପଶୁପାଳନ ବିଭାଗ, ପରିବହନ ବିଭାଗ, ଶ୍ରମ ବିଭାଗ,ସ୍ୱାସ୍ଥ୍ୟ ବିଭାଗ ଏବଂ ଖାଦ୍ୟ ସୁରକ୍ଷା ପ୍ରଶାସନର ଅଧିକାରୀମାନେ ଅନ୍ତର୍ଭୁକ୍ତ ହେବେ। ଏହି କମିଟିଗୁଡ଼ିକୁ କତଳିଖାନା ଯାଞ୍ଚ କରିବା,ଦୈନିକ ପଶୁ ହତ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଏବଂ ରାଜ୍ୟ ସରକାରଙ୍କୁ ଉଲ୍ଲଂଘନ ରିପୋର୍ଟ କରିବା ଦାୟିତ୍ୱ ଦିଆଯାଇଛି।