ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

UPI ଡାଉନ୍ ! ପେମେଣ୍ଟ କରିବାରେ ଅସୁବିଧା ନେଇ ଅଭିଯୋଗ କଲେ ୟୁଜର୍ସ

Published By : Tapas Panda | August 7, 2025 9:10 PM

Image Courtesy: hindustantimes

ନୂଆଦିଲ୍ଲୀ: ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଡାଉନ୍‌ । ଗୁରୁବାର ୟୁପିଆଇ ଡାଉନ୍‌ ହୋଇଥିବା କୁହାଯାଉଛି । ଫଳରେ ଅନେକ ଭାରତୀୟ ୟୁଜର ପେମେଣ୍ଟ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଚଳିତବର୍ଷ ଚତୁର୍ଥ ଥର ପାଇଁ ୟୁପିଆଇ ଡାଉନ୍‌ ହୋଇଛି । ଆଜି ରାତି ୭.୪୫ରେ  ଗୁଗୁଲ ପେ’, ଫୋନ୍‌ ପେ,ପେଟିଏମ ଭଳି ‌ପ୍ରମୁଖ ପେମେଣ୍ଟ ପ୍ଲାଟଫର୍ମରେ ଟ୍ରାଞ୍ଜାକ୍ସନ ବାଧାପ୍ରାପ୍ତ ହୋଇଛି । 

ରାତି ୮.୩୦ ସୁଦ୍ଧା ଏନେଇ ୨୧୪୭ଟି ଅଭିଯୋଗ ପଞ୍ଜିକୃତ ହୋଇଛି । ଡାଉନ ଡିଟେକ୍ଟରର ଡାଟା ଅନୁସାରେ, ୮୦ ପ୍ରତିଶତ ଅଭିଯୋଗ ପେମେଣ୍ଟରେ ଅସୁବିଧା ନେଇ ହୋଇଛି । ଏଚଡିଏଫସି, ଏସବିଆଇ, ବ୍ୟାଙ୍କ ଅଫ ବରୋଦା ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଭଳି ପ୍ରମୁଖ ବ୍ୟାଙ୍କରେ ଟ୍ରାଞ୍ଜାକ୍ସନ ବାଧାପ୍ରାପ୍ତ ହୋଇଛି । 

ରିପୋର୍ଟ ଅନୁସାରେ, ୨୦୨୪ରେ ୬୫ ପ୍ରତିଶତ ନେଣଦେଣ ଅନଲାଇନ୍‌ ପ୍ଲାଟଫର୍ମରେ ହୋଇଛି । ଛୋଟ କିମ୍ବାମ ମଧ୍ୟମ ଧରଣର ଟ୍ରାଞ୍ଜାକ୍ସନ ଲାଗି ଲୋକେ ଏହି ସବୁ ପ୍ଲାଟଫର୍ମର ବହୁଳ ବ୍ୟବହାର କରୁଛନ୍ତି। ପେମେଣ୍ଟ ପ୍ଲାଟଫର୍ମଗୁଡ଼ିକର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ସର୍ଭର ଡାଉନ୍‌ ଚିନ୍ତାର କାରଣ ପାଲଟିଛି । ଏଭଳି ସମସ୍ୟା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.