ନୂଆଦିଲ୍ଲୀ,୨୬/୦୧: ଉତ୍ତରାଖଣ୍ଡରେ ଆସନ୍ତାକାଲିଠାରୁ ଲାଗୁ ହେବ ସମାନ ନାଗରିକ ସଂହିତା ନିୟମ। ଏହି ଦିନ ୟୁସିସି ପୋର୍ଟାଲ ମଧ୍ୟ ଆରମ୍ଭ ହୋଇଯିବ। ଏନେଇ ଗୃହ ସଚିବ ବିଭାଗ ପକ୍ଷରୁ ଗତକାସି ସୂଚନା ମିଳିଛି।
ଗୃହ ସଚିବ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁସାରେ, ୨୭ ଜାନୁଆରୀ ସୋମବାର ଦିନ ଏହି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଆବାସ ସ୍ଥିତ ମୁଖ୍ୟ ସେବତ ସଦନରେ ଅପରାହ୍ନ ୧୨ ଟାରେ ଆୟୋଜିତ ହେବ । ଏନେଇ ମୁଖ୍ୟମନ୍ତ୍ରୀ ପୁଷ୍ପକର ସିଂହ ଧାମୀ ସମାନ ନାଗରିକ ସଂହିତା, ଉତ୍ତରାଖଣ୍ଡ-୨୦୨୪ କୁ ଲାଗୁ କରିବା ପାଇଁ ନିୟମାବଳୀ ଓ ପୋର୍ଟାଲର ଲୋକାର୍ପଣ କରିବେ । ଏଥିସହିତ ପୋର୍ଟାଲ ଆମାଜନ ପାଇଁ ଖୋଲାଯିବ । ପ୍ରକାଶ ଥାଉକି, ପୂର୍ବରୁ ଉତ୍ତରାଖଣ୍ଡରେ ୟୁସିସି ଲାଗୁ କରିବା ପାଇଁ ୧୪ ଜାନୁଆରୀ ଅର୍ଥାତ ମକର ସଂକ୍ରାନ୍ତିକୁ ନିଷ୍ପତି ହୋଇଥିଲା । କିନ୍ତୁ ପରେ ୨୬ ଜାନୁଆରୀ ହୋଇଥିଲା ଆଉ ଶେଷରେ ଏବେ ୨୭ ଜାନୁଆରୀରେ ହେବା ନେଇ ସମୟ ନିର୍ଦ୍ଧାରିତ ହୋଇଛି।
ସେହିପରି ଏହାର ଠିକ୍ ପରଦିନ ଅର୍ଥାତ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉତ୍ତରାଖଣ୍ଡ ଗସ୍ତରେ ଆସୁଛନ୍ତି । ମୋଦି ଏଠାରେ ୩୮ ତମ ରାଷ୍ଟ୍ରୀୟ ଖେଳର ଉଦଘାଟନ କରିବେ । ଏହାସହିତ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହେବ । ଉତ୍ତରାଖଣ୍ଡରେ ୟୁସିସି ଲାଗୁ କରିବା ପାଇଁ ୨୦ ଜାନୁଆରୀ ଦିନ କ୍ୟାବିନେଟ ବୈଠକ କରି ନିୟାମବଳୀର ମଞ୍ଜୁରୀ ଦିଆଯାଇଥିଲା । ଏଥିପାଇଁ ସରକାରଙ୍କ ତରଫରୁ ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ବିଶେଷ ଅନୁମତି ନିଆଯାଇଥିଲା । ସେହିପରି ରାଜ୍ୟରେ ୟୁସିସି କେବେ ଲାଗୁ ହେବ ଏହା ନିଷ୍ପତି ନେବା ପାଇଁ ମନ୍ତ୍ରୀମଣ୍ଡଳ ମୁଖ୍ୟମନ୍ତ୍ରୀ ଧାମୀ ପୁଷ୍କର ସିଂହଙ୍କୁ ଅଧିକୃତ କରିଥିଲେ।