ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ପୁଣେରେ ପ୍ରଥମ ମୁଣ୍ଡ ନେଲା ଗୁଲେନ ବେରି ସିଣ୍ଡ୍ରୋମ୍, GBS ରୋଗୀ ସଂଖ୍ୟା ୧୦୦ ପାର୍

Published By : Rasmita Pradhan | January 27, 2025 11:49 AM

ପୁଣେ, ୨୭/୦୧ : ମହାରାଷ୍ଟ୍ରରେ ଗୁଲେନ ବେରି ସିଣ୍ଡ୍ରୋମ୍ (GBS) ଆତଙ୍କ। ଜୀବନ ନେଲା GBS ରୋଗ। ପୁଣେରେ GBS ରୋଗ ବ୍ୟାପୁଛି। ଏପର୍ଯ୍ୟନ୍ତ ଏହି ରୋଗ ୧୦୧ ଜଣଙ୍କୁ ଆକ୍ରାନ୍ତ କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଭେଣ୍ଟିଲେଟରରେ ଅଛନ୍ତି। GBS ରୋଗରେ ଆକ୍ରାନ୍ତ ହୋଇ ଷୋଲାପୁରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ସ୍ଵାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି। ତେବେ ଆକ୍ରାନ୍ତ ଜଣଙ୍କ ପୁଣେରେ ଜିବିଏସ୍‌ ରୋଗରେ ଆକ୍ରାନ୍ତ ହୋଇ ଷୋଲାପୁର ଆସିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଗୁଲେନ ବେରି ସିଣ୍ଡ୍ରୋମ୍ ଏକ ନ୍ୟୁରୋଲଜିକାଲ୍ ଡିସ୍‌ଅର୍ଡର। ଏହି ରୋଗ ହେବା ଦ୍ଵାରା ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ପେରିଫେରାଲ୍ ନର୍ଭ ସିଷ୍ଟମ ଉପରେ ଆଟାକ୍ କରେ। ଏହାଦ୍ଵାରା ଉଠିବା ବସିବା ଏବଂ ଚାଲିବାରେ ସମସ୍ୟା ହୁଏ। ଏପରିକି ନିଶ୍ଵାସ ନେବାରେ ମଧ୍ୟ ଅସୁବିଧା ହୁଏ। ଏହା ଏକ ବିରଳ ରୋଗ। କାରଣ ପ୍ରତି ବର୍ଷ ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣେ କିମ୍ଵା ୨ ଜଣ ଏହି ରୋଗରେ ପ୍ରଭାବିତ ହୁଅନ୍ତି। ଏହି ରୋଗ ବିଶ୍ଵ ସ୍ତରରେ ବ୍ୟାପିଲେ ୭.୫ ପ୍ରତିଶତ ଲୋକଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି। ଜିବିଏସ୍ ରୋଗରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ରୁଜବେଲ୍ଟଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ ୨୦୨୩ରେ ପେରୁରେ ଗୁଲେନ ବେରି ସିଣ୍ଡ୍ରୋମ ବ୍ୟାପିଥିଲା। ଏହାର ମୁକାବିଲା ପାଇଁ ସରକାର ୯୦ ଦିନର ହେଲ୍‌ଥ ଏମରଜେନ୍ସି ଘୋଷଣା କରିଥିଲେ। 

ଜିବିଏସ୍ ସଂକ୍ରମଣ ହେଲେ ପ୍ରାଥମିକ ସ୍ତରରେ ହାତ ଗୋଡ଼ ଝିମ୍ ଝିମ୍ ହୁଏ। ଦୁର୍ବଳ ଲାଗେ। ପରେ ପରେ ଏହାର ଲକ୍ଷଣ ତୀବ୍ର ଗତିରେ ଦେଖିବାକୁ ମିଳେ। ଚାଲିବା ଏବଂ ସିଢି ଚଢିବା ବେଳେ ଅସୁବିଧା ହୁଏ। କଥା କହିବା, ଚୋବାଇବା ଏବଂ ଗିଳିବା ବେଳେ ଅସୁବିଧା ହୁଏ। ମାଂଶପେଶୀ ଦରଜ ହୁଏ। ପରିସ୍ରା ଏବଂ ମଳତ୍ୟାଗରେ ସମସ୍ୟା ହୁଏ। ନିଶ୍ଵାସ ନେବାରେ ଅସୁବିଧା ହୁଏ। ଏହାଦ୍ଵାରା ପାରାଲିସିସ୍ ସମସ୍ୟା ହୁଏ। ଏହି ରୋଗ ସପ୍ତାହକ ମଧ୍ୟରେ ଚରମ ସ୍ତରରେ ପହଞ୍ଚିଯାଏ। 

ଏହି ଖବରଟିକୁ ପଢନ୍ତୁ-ଇଣ୍ଡିଆ ସହ ସମ୍ପର୍କକୁ ନେଇ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ବଡ ବୟାନ; କହିଲେ ମୋ ଡିଏନଏ ଭାରତୀୟ

ଜିବିଏସ୍ ରୋଗର ଚିକିତ୍ସା ପାଇଁ ଗୋଟିଏ ଇଞ୍ଜେକ୍ସନର ଦାମ୍ ୨୦ ହଜାର। ଏହାର ଚିକିତ୍ସା ମହଙ୍ଗା ହୋଇଥିବାରୁ ମହାରାଷ୍ଟ୍ର ସରକାର ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି। ଜିବିଏସ୍ ଆକ୍ରାନ୍ତ ରୋଗୀ ପୁଣେର କମଳା ନେହେରୁ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରାଇପାରିବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.