ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଇଣ୍ଡିଆ ସହ ସମ୍ପର୍କକୁ ନେଇ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ବଡ ବୟାନ; କହିଲେ ମୋ ପୂର୍ବପୁରୁଷମାନେ ଭାରତୀୟ

Published By : Ankita S | January 27, 2025 11:17 AM

ନୂଆଦିଲ୍ଲୀ,୨୭/୦୧: ଚଳିତବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରୋବୋୱ ସୁବିଆଣ୍ଟୋ । ଏହାପରେ ଗତକାଲି (ରବିବାର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ରାତ୍ରୀ ଭୋଜନରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୟରେ ଭାରତ ସହ ତାଙ୍କ ସମ୍ପର୍କକୁ ନେଇ ସୁବିଆଣ୍ଟୋ କହିଥିଲେ, ମୋର ଡ଼ିଏନଏ ଭାରତୀୟ । ମୋର ପୂର୍ବପୁରୁଷମାନେ ଭାରତୀୟ ଥିଲେ । ଏହା କହିବା ପରେ ସେଠାରେ ସମସ୍ତେ ଜୋରରେ ହସିବାକୁ ଲାଗିଥିଲେ ।

ଆୟୋଜିତ ଡିନରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରୋବୋୱ ସୁବିଆଣ୍ଟୋ ଭାରତ ସହ ତାଙ୍କ ସମ୍ପର୍କକୁ ନେଇ କହିଥିଲେ ଯେ, ମୋ ପୂର୍ବପୁରୁଷମାନେ ଭାରତୀୟ । ନିକଟରେ ହୋଇଥିବା ଡିଏନଏ ପରୀକ୍ଷାରୁ ଏହା ଜଣାପଡିଛି । ମୋ ଡିଏନଏ ତ ଭାରତୀୟ । କିଛି ସପ୍ତାହ ତଳେ ମୋର ଜେନେଟିକ ସିକ୍ବେନ୍ସିଂ ଓ ଡିଏନଏ ଟେଷ୍ଟ ହୋଇଥିଲା । ଯେଉଁଥିରେ ମୋର ଡିଏନଏ ଭାରତୀୟ ବୋଲି ଜଣାପଡିଥିଲା । ସମସ୍ତେ ଜାଣନ୍ତି ଯେ ମୁଁ ଭାରତୀୟ ସଙ୍ଗୀତ ଶୁଣିଲେ ନାଚିବା ଆରମ୍ଭ କରିଦିଏ । ଏହା ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ସମେତ ସମସ୍ତ ଅତିଥି ହସିବାକୁ ଲାଗିଥିଲେ ।

ଦୁଇ ଦେଶ ମଧ୍ୟରେ ଥିବା ଐତିହ୍ୟ ଉପରେ ଆଲୋଚନା କରି ପ୍ରୋବୋୱ ସୁବିଆଣ୍ଟୋ କହିଛନ୍ତି, ଆମ ଭାଷାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ସଂସ୍କୃତରୁ ଆସିଛି । ଅନେକ ଇଣ୍ଡୋନେସିଆ ନାମ ସଂସ୍କୃତ ନାମ ଅଟେ । ଆମ ଦୈନନ୍ଦିନ ଜୀବନରେ ପ୍ରାଚୀନ ଭାରତୀୟ ସଭ୍ୟତାର ପ୍ରଭାବ ରହିଛି । ଭାରତକୁ ଆସି ମୁଁ ଗର୍ବିତ । ମୁଁ ଜଣେ ବୃତ୍ତିଗତ ରାଜନେତା ନୁହେଁ ଜଣ ଭଲ କୁଟନୀତିଜ୍ଞ ନୁହେଁ ମୁଁ କେବଳ ମୋ ହୃଦୟ କଥା କହୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବ ଓ ପ୍ରତିବଦ୍ଧତାରୁ ବହୁତ କିଛି ଶିଖିଛି ।

୭୬ତମ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବାକୁ ଇଣ୍ଡୋନେସିଆକୁ ନିମନ୍ତ୍ରଣ କରିଥିଲା ଭାରତ । ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ ସମ୍ପର୍କ ବଢାଇବା ଉପରେ ଫୋକସ୍ କରାଯାଉଛି । ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୃଦୁଢ କରିବାକୁ ସହମତି ପ୍ରକାଶ କରିଛନ୍ତି । ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ରତିରକ୍ଷା ଓ ଯୋଗାଣ ଶୃଙ୍ଖଳ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.