ଭୁବନେଶ୍ବର,୨୧।୭ : ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ପ୍ରମାଣ ଅଭାବରୁ ହାଇକୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ୨ ଜଣ ହେଲେ ଆଠମଲ୍ଲିକ ଅଞ୍ଚଳର ପ୍ରକାଶ ବେହେରା ଏବଂ ନନ୍ଦ କିଶୋର ସେଠି। ଏକ ପରିବାରର ୩ ଜଣଙ୍କୁ ହତ୍ୟା କରିବା ଘଟଣାରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଉଭୟଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ ଆଠମଲ୍ଲିକ ଏଡିଜେ କୋର୍ଟ।
ଆଠମଲ୍ଲିକ କିଶନ ନଗର ଥାନା ଅଂଚଳରେ ଘଟିଥିଲା ଏହି ଘଟଣା। ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ଘଟିଥିଲା ଘଟଣା। ପରିବାରର ୩ ଜଣଙ୍କ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପତ୍ନୀଙ୍କୁ ଘରେ ଏବଂ ପତି ଓ ଆଠ ବର୍ଷର ପୁଅକୁ ଅପହରଣ କରି ୨୫ କିଲୋମିଟର ଦୂରରେ ହତ୍ୟା କରାଯାଇଥିଲା। ଏହି ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ଅଭିଯୁକ୍ତମାନଙ୍କୁ ହାଇକୋର୍ଟ ନିର୍ଦୋଷରେ ଖଲାସ କରିବାକୁ ନିର୍ଦେଶ ଦେଇଛନ୍ତି।