ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କେଜ୍‌ରିୱାଲଙ୍କ ଶାସନର ମଡେଲକୁ ଅନୁକରଣ କଲେ ଟ୍ରମ୍ପ, କ୍ଷମତାକୁ ଆସିଲେ କମାଇବେ ଅଧା ବିଦ୍ୟୁତ ବିଲ୍‌

Published By : Rasmita Pradhan | October 12, 2024 10:50 AM

ୱାଶିଂଟନ/ନୂଆଦିଲ୍ଲୀ,୧୨/୧୦ : ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡେନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ମିଚିଗାନ ଡେଟ୍ରୟଟ ଇକୋନୋମିକ କ୍ଲବ୍‌ରେ ଗତ ଗୁରୁବାର ନିର୍ବାଚନୀ ସଭାରେ ସେ କହିଛନ୍ତି କ୍ଷମତାକୁ ଆସିବାର ପ୍ରଥମ ୧୨ ମାସ ଭିତରେ ସେ ଲୋକଙ୍କ ବିଦ୍ୟୁତ ବିଲ୍‌ ଅଧା କରିଦେବେ । ତାଙ୍କ ସରକାର ବିଦ୍ୟୁତ ଶକ୍ତି ଉତ୍ପାଦନ ଦୁଇଗୁଣ କରିବା ଲାଗି ପରିବେଶ ଅନୁମତି ତତ୍କାଳ ଆଣିବେ । ଯାହାଫଳରେ ବିଦ୍ୟୁତ ବିଲ୍‌ ହ୍ରାସ ପାଇବ । ଏହାଦ୍ୱାରା ମୁଦ୍ରାସ୍ଫୀତି କମିବ । ମିଚିଗାନ ସମେତ ଆମେରିକାରେ ନୂଆନୂଆ ଶିଳ୍ପକାରଖାନା ପ୍ରତିଷ୍ଠା ହୋଇପାରିବ । ବିଦ୍ୟୁତ ବିଲ୍‌ ହ୍ରାସ ଓ ଶିଳ୍ପସଂସ୍ଥା ପ୍ରତିଷ୍ଠା ହେବା ଫଳରେ ଦେଶବାସୀ ଉପକୃତ ହୋଇପାରିବେ । ଏକଥା ଟ୍ରମ୍ପ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି । 

ଟ୍ରମ୍ପଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ । ସେ କହିଛନ୍ତି ନିର୍ବାଚନ ସମୟରେ ମାଗଣା ଉପହାର ଯୋଜନା ମଧ୍ୟ ଆମେରିକାରେ ପହଞ୍ଚି ଗଲାଣି । ଆପ ରାଜ୍ୟସଭା ସାଂସଦ ରାଘବ ଚଢ଼ା ମଧ୍ୟ ଟ୍ରମ୍ପଙ୍କ ପୋଷ୍ଟକୁ ସେୟାର କରି ଲେଖିଛନ୍ତି କେଜ୍‌ରିୱାଲଙ୍କ ଶାସନର ମଡେଲକୁ ଏକେ ବିଶ୍ୱରେ ଅନୁକରଣ କରାଯାଉଛି । କେବଳ ବିଦ୍ୟୁତ ଶୁଳ୍କ ଛାଡ ନୁହେଁ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଆପ୍‌ ନୂଆ ଉଦାହରଣ ସୃଷ୍ଟି କରିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.