ନୂଆଦିଲ୍ଲୀ,୨୬/୧୦:ହରିୟାଣାରେ ଭୟଙ୍କର ଅଗ୍ନିକାଣ୍ଡ। ଘରେ ଲାଗିଲା ନିଆଁ। ଫଳରେ ୪ ଜଣ ଯୁବକ ଜୀବନ୍ତ ଦଗ୍ଧ। ତେବେ ହରିୟାଣାର ଗୁରୁଗ୍ରାମରେ ଘଟିଛି ଏଭଳି କିଛି ଘଟଣା। ଏଠାକାର ସରସ୍ୱତୀ ଏନ୍କ୍ଲେଭର ଜେ ବ୍ଲକରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ବିଳମ୍ବିତ ରାତିରେ ଗୁରୁଗ୍ରାମର ସରସ୍ୱତୀ ଏନ୍କ୍ଲେଭର ଜେ ବ୍ଲକରେ ନିଆଁ ଲାଗିବା ପରେ ଆଖିପିଛୁଳାକେ ଏହି ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଫଳରେ ସେହି ସମୟରେ ରୁମରେ ୪ ଜଣ ଯୁବକ ଶୋଇଥିବା ବେଳେ ନିଆଁ ଲାଗି ଜୀବନ୍ତ ଜଳି ଯାଇଥିଲେ । ତେବେ ୪ ଜଣ ମୃତକ ବିହାରର ହୋଇଥିବା ସୂଚନା ମିଳିଛି। ଏମାନଙ୍କ ବୟସ ୧୭, ୨୨, ୨୪ ଓ ୨୮ ବୋଲି କୁହାଯାଉଛି। ଏମାନେ ସମସ୍ତେ ଜେ ବ୍ଲକର ହଓ୍ୱା ମହଲରେ ଭଡ଼ାରେ ଘର ନେଇ ରହୁଥିଲେ। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି। ସେପଟେ ଏନେଇ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଆଁକୁ ଆୟତ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେନ ପାଇଁ ପଠାଇଛି । ଏଥିସହ ପୂରା ମାମଲର ତଦନ୍ତ ପୁଲିସ ଜାରି ରଖିଥିବା ଜଣାପଡିଛି ।