ପ୍ରମୂଖ ଖବର
  • ଭୁବନେଶ୍ବର : ହଂସପାଳ ଛକରେ ହୁତୁ ହୁତୁ ହୋଇ ଜଳି ଗଲା ଗାଡି
  • ||
  • ବାଙ୍ଗିରିପୋଷି : ବାତ୍ୟା ପ୍ରଭାବରେ ଫୁଲୁଛି ନଈ ଏବଂ ନାଳ, ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପର୍ଯ୍ୟଟନସ୍ଥଳୀ 'ବ୍ରାହ୍ମଣକୁଣ୍ଡ'
  • ||
  • ମାଲକାନଗିରି : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ଚଢାଉ, ଜଙ୍ଗଲରୁ ଏକ କୁଇଣ୍ଟାଲ ୬୦କେଜି ଗଞ୍ଜେଇ ଜବତ
  • ||
  • ବଢୁଛି ବୁଢାବଳଙ୍ଗ ନଦୀ; ସୃଷ୍ଟି ହେଲା ବନ୍ୟା ସ୍ଥିତି, ଲୋକଙ୍କ ଘରେ ପଶିଲା ବନ୍ୟାଜଳ
  • ||
  • ରାଉରକେଲା : ଜେଲ୍‌ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି କଳରାପତରିଆ, ବାଘକୁ ଧରିବାକୁ ପହଞ୍ଚିଲେ ବନବିଭାଗ ଟିମ୍
  • ||
  • ପାଟଣାରେ ବଢୁଛି ବୈତରଣୀ ନଦୀର ଜଳସ୍ତର, ଘଣ୍ଟାପ୍ରତି ବଢୁଛି ୫ ସେଣ୍ଟିମିଟର
  • ||
  • ନୟାଗଡ଼ : ବାଣ ତିଆରି ବେଳେ ଅଘଟଣ, ବିସ୍ଫୋରଣରେ ଜଣେ ଗୁରୁତର
  • ||
  • ସମ୍ୱଲପୁର : ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍... ଚୋରି ପୂର୍ବରୁ ରିଲ୍ସ କରି ଛାଡ଼ିଲେ ଚୋର, ପୋଲିସ କହୁଛି ଚୋରି ହୋଇନି
  • ||
  • ତେହରାନ୍‌ର ସୈନ୍ୟ ଶିବିର ଉପରେ ରାତିଅଧିଆ ଆକ୍ରମଣ କଲା ଆଇଡିଏଫ୍‌; ଇସ୍ରାଏଲ କହିଲା 'ଆମେ ଜବାବ ଦେଲୁ'
  • ||
  • ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ପରିଦର୍ଶନ କରିବେ
  • ||
  • ଭୁବନେଶ୍ୱର: ଅବପାତର ରୂପ ନେଲା 'ଦାନା', ପ୍ରବଳ ବର୍ଷା ପାଇଁ ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
  • ||
  • ବାରିପଦାରୁ ୧୫ କେଜି ସୁନା ଜବତ ,ସୁନା ଅଳଙ୍କାର ଜବତ କଲା ଜିଏସ୍‌ଟି ଟିମ୍, ସିଟି ଜିଏସ୍‌ଟି କମିଶନରଙ୍କ ସୂଚନା
  • ||
  • ଭଦ୍ରକ : ବାତ୍ୟା ପରେ ଦୁଃଖ ବଢାଇଲା ବନ୍ୟା, ଘରେ ଘରେ ପଶିଲା ଡ୍ରେନ୍‌ ପାଣି
  • ||
  • ବାଲେଶ୍ଵର : ସୋନନଦୀରେ ଆସିଲା ବନ୍ୟାପାଣି, ଉପକୂଳ ଅଞ୍ଚଳବାସୀ ପ୍ରଭାବିତ
  • ||

ଲରେନ୍ସ ବିଷ୍ଣୋଇ ଇଣ୍ଟରଭ୍ୟୁ ମାମଲାରେ ମାନ୍‌ ସରକାରଙ୍କ ଆକ୍ସନ: ୨ ଡିଏସ୍‌ପିଙ୍କ ସହ ୭ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୨୬।୧୦ : ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଜେଲ୍‌ରେ ରହି ଦେଇଥିବା ଟିଭି ଇଣ୍ଟରଭ୍ୟୁକୁ ନେଇ ବଡ଼ ଆକ୍ସନ। ଏହି ମାମଲାରେ ୭ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ପଞ୍ଜାବ ସରକାର।  କର୍ତ୍ତବ୍ୟରେ ଦାୟିତ୍ୱହୀନତା ଏବଂ ଚରମ ଅବହେଳା ଦର୍ଶାଇ ସେମାନଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

ସୂଚନା ଅନୁସାରେ, ୨୦୨୨ରେ ଲରେନ୍ସ ବିଷ୍ଣୋଇ ଖରାର ସିଆଇ ହେପାଜତରେ ଥିବାବେଳେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟକୁ ସାକ୍ଷାତକାର ଦେଇଥିଲା। ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାରେ ଲରେନ୍ସ ବିଷ୍ଣୋଇକୁ ତିହାର ଜେଲରୁ ଖରାର ସିଏଏକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ସେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲା। ଏହାକୁ ନେଇ ବିବାଦ ଉପୁଜିବା ପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏସଆଇଟି ଯାଞ୍ଚ ପରେ ରାଜସ୍ଥାନ ପୋଲିସକୁ ପ୍ରମାଣ ଦିଆଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଜୟପୁର ସେଣ୍ଟ୍ରାଲ ଜେଲ୍‌ରେ ରହି ଲରେନ୍ସ ବିଷ୍ଣୋଇଙ୍କ ଇଣ୍ଟରଭ୍ୟୁର ଦାବି କରାଯାଇଥିଲା। ଏହାପଛରେ ଜେଲ୍ ଅଧିକାରୀଙ୍କ ହାତ ଥିବାର କୁହାଯାଉଛି। ଏହି ଆଧାରରେ ଜୟପୁରରେ ମାମଲା ରୁଜୁ ହୋଇଥିଲା। 

ଯାଞ୍ଚରେ ଜଣାପଡିଥିଲା ଯେ, ଲରେନ୍ସର ଇଣ୍ଟରଭ୍ୟୁ ପଞ୍ଜାବ ଜେଲ୍‌ରେ ଥିବା ବେଳେ ଦିଆଯାଇ ଥିଲା। ଏହାକୁ ଦେଖି ଏବେ ପଞ୍ଜାବ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁ ଅଧିକାରୀଙ୍କୁ ଗିରଫ କରାଯାଇଛି ସେମାନେ ହେଲେ ଡିଏସପି ଗୁରୁଶେର ସିଂହ, ଡିଏସ୍ପି ସମର ଭନୀତ, ସବ ଇନ୍ସପେକ୍ଟର ରିନା, ସବ ଇନ୍ସପେକ୍ଟର ଜଗତପାତଲ ଜଗୁ, ସବ ଇନ୍ସପ୍ଟେର ଶଗନଜିତ ସିଂହ, ଏଏସଆଇ ମୁଖତାର ସିଂ ଏବଂ ହେଡ କନଷ୍ଟେବଳର ଓମ୍ ପ୍ରକାଶ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.