ପ୍ରମୂଖ ଖବର
  • ଭୁବନେଶ୍ବର : ହଂସପାଳ ଛକରେ ହୁତୁ ହୁତୁ ହୋଇ ଜଳି ଗଲା ଗାଡି
  • ||
  • ବାଙ୍ଗିରିପୋଷି : ବାତ୍ୟା ପ୍ରଭାବରେ ଫୁଲୁଛି ନଈ ଏବଂ ନାଳ, ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପର୍ଯ୍ୟଟନସ୍ଥଳୀ 'ବ୍ରାହ୍ମଣକୁଣ୍ଡ'
  • ||
  • ମାଲକାନଗିରି : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ଚଢାଉ, ଜଙ୍ଗଲରୁ ଏକ କୁଇଣ୍ଟାଲ ୬୦କେଜି ଗଞ୍ଜେଇ ଜବତ
  • ||
  • ବଢୁଛି ବୁଢାବଳଙ୍ଗ ନଦୀ; ସୃଷ୍ଟି ହେଲା ବନ୍ୟା ସ୍ଥିତି, ଲୋକଙ୍କ ଘରେ ପଶିଲା ବନ୍ୟାଜଳ
  • ||
  • ରାଉରକେଲା : ଜେଲ୍‌ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି କଳରାପତରିଆ, ବାଘକୁ ଧରିବାକୁ ପହଞ୍ଚିଲେ ବନବିଭାଗ ଟିମ୍
  • ||
  • ପାଟଣାରେ ବଢୁଛି ବୈତରଣୀ ନଦୀର ଜଳସ୍ତର, ଘଣ୍ଟାପ୍ରତି ବଢୁଛି ୫ ସେଣ୍ଟିମିଟର
  • ||
  • ନୟାଗଡ଼ : ବାଣ ତିଆରି ବେଳେ ଅଘଟଣ, ବିସ୍ଫୋରଣରେ ଜଣେ ଗୁରୁତର
  • ||
  • ସମ୍ୱଲପୁର : ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍... ଚୋରି ପୂର୍ବରୁ ରିଲ୍ସ କରି ଛାଡ଼ିଲେ ଚୋର, ପୋଲିସ କହୁଛି ଚୋରି ହୋଇନି
  • ||
  • ତେହରାନ୍‌ର ସୈନ୍ୟ ଶିବିର ଉପରେ ରାତିଅଧିଆ ଆକ୍ରମଣ କଲା ଆଇଡିଏଫ୍‌; ଇସ୍ରାଏଲ କହିଲା 'ଆମେ ଜବାବ ଦେଲୁ'
  • ||
  • ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ପରିଦର୍ଶନ କରିବେ
  • ||
  • ଭୁବନେଶ୍ୱର: ଅବପାତର ରୂପ ନେଲା 'ଦାନା', ପ୍ରବଳ ବର୍ଷା ପାଇଁ ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
  • ||
  • ବାରିପଦାରୁ ୧୫ କେଜି ସୁନା ଜବତ ,ସୁନା ଅଳଙ୍କାର ଜବତ କଲା ଜିଏସ୍‌ଟି ଟିମ୍, ସିଟି ଜିଏସ୍‌ଟି କମିଶନରଙ୍କ ସୂଚନା
  • ||
  • ଭଦ୍ରକ : ବାତ୍ୟା ପରେ ଦୁଃଖ ବଢାଇଲା ବନ୍ୟା, ଘରେ ଘରେ ପଶିଲା ଡ୍ରେନ୍‌ ପାଣି
  • ||
  • ବାଲେଶ୍ଵର : ସୋନନଦୀରେ ଆସିଲା ବନ୍ୟାପାଣି, ଉପକୂଳ ଅଞ୍ଚଳବାସୀ ପ୍ରଭାବିତ
  • ||

ଦୀପାବଳି ପୂର୍ବରୁ ବେଙ୍ଗଲରେ ଦଙ୍ଗା ଏବଂ ବିସ୍ଫୋରଣ ପାଇଁ ହେଉଛି ଷଡ଼ଯନ୍ତ୍ର: ମମତା ବାନାର୍ଜୀ

Image Courtesy: livemint

କୋଲକାତା: ଦୀପାବଳି ସମୟରେ ପଶ୍ଚିମବଙ୍ଗରେ ଦଙ୍ଗା କିମ୍ବା ବିସ୍ଫୋରଣ ନେଇ ଯୋଜନା କରୁଛନ୍ତି କିଛି ଅସାମାଜିକ ତତ୍ତ୍ବ । ଏକଥା ଖୋଦ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ପୋଲିସକୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ କହିଛନ୍ତି ମମତା । ଟିଏମସି ସୁପ୍ରିମୋ ଦାବି କରିଛନ୍ତି ଯେ, ଦୀପାବଳି ଏବଂ ଛଠ୍‌ ପୂଜା ସମୟରେ ଅଶାନ୍ତି ସୃଷ୍ଟି କରିବା ଲାଗି ଚକ୍ରାନ୍ତ କରାଯାଉଛି । ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରିବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ । 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ମମତା ବାନାର୍ଜୀ କହିଛନ୍ତି, ‘କାଳୀ ପୂଜା ଆସୁଛି । ପୋଲିସ ଏବଂ ସ୍ପୋଶଲ୍‌ ଟାସ୍କ ଫୋର୍ସ ଗୁଇନ୍ଦା ରିପୋର୍ଟ ସଂଗ୍ରହ କରି ରାଜ୍ୟରେ ସମ୍ଭାବ୍ୟ ବିସ୍ଫୋରଣକୁ ରୋକିବାକୁ ଯୋଜନା କରିବାକୁ ହେବ । ବେଙ୍ଗଲରେ ସାଂପ୍ରଦାୟିକ ଦଙ୍ଗା ଏବଂ ହିଂସା ସୃଷ୍ଟି କରିବାକୁ ଚକ୍ରାନ୍ତ କରାଯାଉଛି । ଏହାକୁ ରୋକିବାକୁ ପଡ଼ିବ ।’ ଚଳିତ ବର୍ଷ କାଳୀ ପୂଜା ଡିସେମ୍ବର ୩୧ରେ ପାଳନ କରାଯିବ । ପୂଜା ସମୟରେ କିଛି ଲୋକ ବିଶେଷ କରି କୋଲକାତାରେ ଧାର୍ମିକ ଶାନ୍ତି ଭଙ୍ଗ କରି ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟ କରିପାରନ୍ତି ବୋଲି ମମତା ବାନାର୍ଜୀ କହିଛନ୍ତି । 

ସେ କହିଛନ୍ତି, ‘ମୁଁ ବେଙ୍ଗଲରେ କୌଣସି ସାଂପ୍ରଦାୟିକ ହିଂସା ଚାହୁଁନାହିଁ ।  ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରୁଥିବା ଲୋକଙ୍କ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କିନ୍ତୁ ମୁଁ ଗଣମାଧ୍ୟମକୁ ଅନୁରୋଧ କରୁଛି, ଏହାକୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ନକରନ୍ତୁ । ଦୟାକରି ଲୋକମାନଙ୍କ ଗହଣରେ ଭୟ ସୃଷ୍ଟି କରନ୍ତୁ ନାହିଁ ।’ ବାତ୍ୟା ଦାନା ପ୍ରଭାବରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ପଶ୍ଚିମବଙ୍ଗ ଏହାର ମୁକାବିଲା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ମନ୍ତବ୍ୟ ଚିନ୍ତା ବଢ଼ାଇ ଦେଇଛି । ବାତ୍ୟା ସ୍ଥିତିର ସମୀକ୍ଷା ସମୟରେ ସାଂପ୍ରଦାୟିକ ସ୍ଥିରତା ଉପରେ ଗୁରୁତ୍ବ ଦେଇଛନ୍ତି ମମତା ବାନାର୍ଜୀ । 

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.